Our Action

ଉତ୍କଳ ସମ୍ମିଳନୀର ୧୨୧ତମ ପୂର୍ତ୍ତିପାଳନ

~ ଉତ୍କଳ ସମ୍ମିଳନୀର ୧୨୧ତମ ପୂର୍ତ୍ତିପାଳନ ~

୩୦ ଡିସେମ୍ବର ୨୦୨୪: ଯାଜପୁର ଜିଲ୍ଲାର ଐତିହାସିକ କଲଣ ଗ୍ରାମରେ ବହୁ ଜାକଜମକରେ ପାଳିତ ହୋଇଯାଇଛି ଓଡ଼ିଆ ଅସ୍ମିତାର ମହାପର୍ବ !

୧୯୦୩ ମସିହା । ଡିସେମ୍ବର ମାସ ୩୦ ଓ ୩୧ ତାରିଖ ।
“ଏହି ସମ୍ମିଳନୀ ଜାତିପ୍ରାଣ ସିନ୍ଧୁ
କୋଟି ପ୍ରାଣ ବିନ୍ଦୁ ଝରେ
ତୋର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ
ଡେଇଁ ପଡି ସିନ୍ଧୁ ନୀରେ ।”

ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ। ସେହି ଅନନ୍ୟ ଐତିହାସିକ ସଭା ଲକ୍ଷ ଲକ୍ଷ ଓଡ଼ିଆଙ୍କ ମନରେ ଆଣିଥିଲା ପ୍ରତ୍ୟୟ, ଆଶା, ସମ୍ଭାବନା, ସର୍ବୋପରି ଏକ ହୋଇ ଓଡ଼ିଶା ଭୂଖଣ୍ଡର ମର୍ଯ୍ୟାଦା ରକ୍ଷା ନିମନ୍ତେ ଆଗୁସାର ହେବାକୁ କରିଥିଲା ଅଭିପ୍ରେରିତ ! ସଞ୍ଚାର ହୋଇଥିଲା ନୂତନ ଆଶା ! ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଓଡ଼ିଶାକୁ ସମଗ୍ର ଦେଶରେ ସ୍ଵତନ୍ତ୍ର ଉତ୍କଳ ଭାବେ ପରିଚିତ କରାଇବା ଲକ୍ଷ୍ୟରେ ପ୍ରତିଜ୍ଞାବଦ୍ଧ ହୋଇଥିଲେ ଅଗଣିତ ଓଡ଼ିଆ !

ସେହି ମହାନ ଅଧିବେଶନର ୧୨୧ତମ ପୂର୍ତ୍ତିପାଳନ ପାଇଁ ଅଣ୍ଟାଭିଡ଼ିଛି ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ ! ଆଉ ସେ ସ୍ରୋତରେ ସାମିଲ ହେଇଛନ୍ତି ପୁରୀସ୍ଥିତ ଉତ୍କଳ ସ୍ବାଭିମାନ ମଞ୍ଚ ଏବଂ ଯାଜପୁର ଜିଲ୍ଲାର ଐତିହାସିକ କଲଣ ଗ୍ରାମସ୍ଥ ମଧୁପୁର ମହାବିଦ୍ୟାଳୟର ଅଧ୍ୟାପକଅଧ୍ୟାପିକା ତଥା ଶିକ୍ଷାନବୀଶଗଣ !

ଆଜିର ଏଇ ମହାନ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଛି:
୧. ମଧୁପୁର ମହାବିଦ୍ୟାଳୟରେ ଏକ ଆଲୋଚନାସଭା (Seminar) ।

୨. ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କୁ ନେଇ “ଓଡ଼ିଆ ଅସ୍ମିତା ଓ କୁଳବୃଦ୍ଧ ମଧୁସୂଦନ ବିଷୟରେ ବକ୍ତୃତା ପ୍ରତିଯୋଗିତା।

୩. ଐତିହାସିକ ମଧୁପୁର ଗଡ଼ ରାଜବାଟୀରୁ ଭବ୍ୟ ଶୋଭାଯାତ୍ରାରେ ଏକ ପ୍ରଜ୍ଜ୍ଵଳିତ ଜ୍ୟୋତି ବାହାରି ଐତିହାସିକ କଲଣ ଗ୍ରାମରେ ଉକ୍ତ ଜ୍ୟୋତିକୁ ପାରମ୍ପରିକ ରୀତିରେ ଶଂଖ, ବେଦପାଠ, ହରିବୋଲ ହୁଳହୁଳି ଧ୍ୱନିରେ ସ୍ବାଗତ କରାଯାଇ ମହାବିଦ୍ୟାଳୟ ପରିସରରେ ସ୍ଥାପିତ ।

୪. ମହାବିଦ୍ୟାଳୟ ପରିସରରେ ମଧୁପୁର ଗଡ଼ଜାତର ଆଦର୍ଶ ପ୍ରଜାପ୍ରେମୀ ରାଜା ନାରାୟଣ ଚନ୍ଦ୍ର ଧୀର ନରେନ୍ଦ୍ରଙ୍କ ସମେତ ଜୟୀ ରାଜଗୁରୁ, ମା’ ରମାଦେବୀଭାରତମଣି ଗୋପବନ୍ଧୁଙ୍କ ଆବକ୍ଷ ମୂର୍ତ୍ତିମାନ ସ୍ଥାପିତ ।

୫. ବକ୍ତୃତା ପ୍ରତିଯୋଗିତାରେ ଉତ୍କର୍ଷ ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ !

ଆଜିର ଏଇ କାର୍ଯ୍ୟକ୍ରମରେ, ବିଶ୍ୱରେ ଓଡ଼ିଆ ବୋଲି ଆମକୁ ପରିଚୟ ଦିଆଇଥିବା ଓଡ଼ିଆ ଜାତି ଓ ଓଡ଼ିଶାର ଏକମାତ୍ର ଗୌରବାବହ ଅନୁଷ୍ଠାନ ଉତ୍କଳ ସମ୍ମିଳନୀର ୧୨୧ତମ ପୂର୍ତ୍ତି ଦିବସ ପାଳନରେ ଯୋଗଦେଇ ନିଜକୁ ଧନ୍ୟ କରିଥିଲେ କଲଣ ତଥା ଆଖପାଖ ଅଞ୍ଚଳର ଓଡ଼ିଆଏ ।

#ଜୟ_ଉତ୍କଳସୂର୍ଯ୍ୟ_ମଧୁବାବୁ 

Spread the love
Antaranga Kalinga

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

22 hours ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

1 month ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago