ଲେଖା: ଶିଶିର ସାହୁ ମନୋଜ
ବ୍ରେକ୍’ର ଆଵିଷ୍କାର କିଏ କରିଥିଲା ପଚାରିଲେ ଲୋକେ କହିଵେ ପାଶ୍ଚାତ୍ୟ ଦେଶର ଲୋକେ କିନ୍ତୁ ଆମ ଦେଶର ବହୁତ ଅଳ୍ପ ଲୋକଙ୍କୁ ଜଣାଥିଵ ଯେ ଶ୍ରୀମନ୍ଦିରର ରଥଗୁଡି଼କରେ ସହସ୍ରାଧିକ ଵର୍ଷ ଆଗରୁ ରହିଆସିଛି ଏହି ବ୍ରେକ୍ ଵ୍ଯଵସ୍ଥା । ରଥରେ ଥିଵା ଏହି ବ୍ରେକ୍’କୁ ଆମ ଭାଷାରେ କୁହାଯାଏ ହଡ଼ିକାଠ ।
ହଡ଼ିକାଠ ଶବ୍ଦଟି ଆଜି ଓଡ଼ିଶାରେ କେଵଳ ରଥନିର୍ମାତା କାରିଗରଙ୍କ ପାଖରେ ସୀମିତ ହୋଇ ରହିଯାଇଛି, ତେଣୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ବ୍ରେକ୍ ଅର୍ଥରେ ହଡ଼ିକାଠ ଶବ୍ଦର ଉଲ୍ଲେଖ ଦେଖାଯାଏ ନାହିଁ । ତେଵେ ଏ ଭାଷାକୋଷରେ “ହଡି଼” ଶବ୍ଦ ଓ ଏହାର ଅନେକ ଅର୍ଥ ଵିଷୟରେ ନିଶ୍ଚୟ ତଥ୍ୟ ରହିଅଛି ।
୪. ହରିକାଠ; କାଷ୍ଠ ନିର୍ମିତ ଯନ୍ତ୍ର ଵିଶେଷ:
ଏହି ଯନ୍ତ୍ରର ଛିଦ୍ରମାନଙ୍କରେ ଅପରାଧୀ ଗୋଡ଼କୁ ଓ ହାତକୁ ଗଳାଇଦେଇ ଏଥିରେ ଚାବି ପକାଇ ଦେଲେ ଵା କୀଳିଣୀ ମାରି ଦେଲେ ଅପରାଧୀ ତହିଁରୁ ହାତଗୋଡ଼ ବାହାର କରିପାରୁନଥିଲା ।
୫. ହଡ଼ିକାଠ; ପଶୁବଳି ଦେଵାରେ ପଶୁର ବେକ କାଟିଵାପାଇଁ ଵ୍ଯଵହୃତ ଯୂପକାଠ । ଏହାକୁ ଆଡ଼କାଠ ବି କୁହାଯାଏ ।
କଥିତ ଓଡ଼ିଆ ଶବ୍ଦକୋଷରେ ହଡି ଶବ୍ଦର ଦୁଇଗୋଟି ଅନ୍ୟ ଅର୍ଥର ଉଲ୍ଲେଖ ରହିଛି
୬. ଶୃଙ୍ଖଳ
୭. ହୁରି; ଉଚ୍ଚୈସ୍ଵରେ ଡାକ
ହଡି଼ ଶବ୍ଦର ସମସ୍ତ ଆଭିଧାନିକ ଅର୍ଥ ମଧ୍ୟରେ ଦ୍ଵିତୀୟ ଅର୍ଥ “ବାଧା, ପ୍ରତିବନ୍ଧକ” ରଥର ବ୍ରେକ୍ ଅର୍ଥରେ ଵ୍ଯଵହାର ହଡ଼ିକାଠ ଶବ୍ଦ କ୍ଷେତ୍ରରେ କାର୍ଯ୍ୟ କରୁଅଛି ।
ଗାଡ଼ିରେ ବ୍ରେକ୍ ଦେଲେ ଗାଡ଼ି ଅଟକେ, ଫଳରେ ଯାତ୍ରା କ୍ଷେତ୍ରରେ ପ୍ରତିବନ୍ଧକ ଓ ବାଧା ଉପୁଜିଥାଏ । ରଥକୁ ରୋକିଵା ପାଇଁ ଆମ ପୂର୍ଵଜ ସହସ୍ରାଧିକ ଵର୍ଷ ପୂର୍ଵେ ଆଜି ଭଳି ନହେଲେ ହେଁ ଯୁଗାନୁରୂପ ବ୍ରେକ୍ ଵ୍ଯଵସ୍ଥାର ପ୍ରଣୟନ କରିଥିଲେ । ଯଥାର୍ଥରେ ସହସ୍ରାଧିକ ଵର୍ଷ ପୂର୍ଵେ ଭାରତୀୟମାନେ ଆଵିଷ୍କାର କରିଥିଲେ ବ୍ରେକ୍ କାରଣ ଵିଶ୍ଵରେ ସର୍ଵପ୍ରଥମେ ଭାରତୀୟମାନେ ହିଁ ରଥ ନିର୍ମାଣ କରିଥିଵା ଅନେକ ପ୍ରାଚ୍ଯ ଓ ପାଶ୍ଚାତ୍ଯ ପଣ୍ଡିତ ମତ ଦିଅନ୍ତି ।
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…
ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…
ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…
ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…
ଲେଖା: ନିରଞ୍ଜନ ସାହୁ ଇଂରେଜମାନେ ଧରିନେଇଥିଲେ ଯେ, କନ୍ଧମାନେ ହଳଦୀ କିଆରିରେ ବଳି ଦେଉଛନ୍ତି, କେବଳ ମଣିଷ ରକ୍ତ ପରି…