ଲେଖା: ଶ୍ରୀକାନ୍ତ ସିଂହ
~ ଶ୍ରୀ ସୋମନାଥ ମନ୍ଦିର ~
ସୋମନାଥ ମନ୍ଦିର, ତ୍ରୟୋଦଶରୁ ଚତୁର୍ଦ୍ଦଶ ଶତାବ୍ଦୀ ମଧ୍ୟରେ ନିର୍ମାଣ ହୋଇଥିବା କଳିଙ୍ଗ ସ୍ଥାପତ୍ୟ ଶୈଳୀର ଏକ କାରୁକାର୍ଯ୍ୟପୂର୍ଣ୍ଣ ପ୍ରାଚୀନ ମନ୍ଦିର l ଏହି ମନ୍ଦିରଟି ନିମାପଡ଼ା ବଜାର ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ବିଷ୍ଣୁପୁର ଗ୍ରାମର କରଞ୍ଜି ସାହିରେ ଅବସ୍ଥିତ l
ମନ୍ଦିରଟି ପ୍ରାୟତଃ ଭଗ୍ନ l ଏହାର ନାଟମଣ୍ଡପ, ଜଗମୋହନ ଆଦି ସମ୍ପୂର୍ଣ୍ଣ ଧ୍ବଂସ ପାଇଥିବା ବେଳେ, କେବଳ ଗର୍ଭଗୃହର କିଛି ଅଂଶ ଯାହା ବଞ୍ଚି ରହିଛି l କଳା ପାହାଡ଼ ଆକ୍ରମଣରେ ମନ୍ଦିରଟି ଭଗ୍ନ ଓ ଜରାଜୀର୍ଣ୍ଣ l ଏହି ପ୍ରାଚୀନ ମନ୍ଦିରଟି କଳିଙ୍ଗ ବାସ୍ତୁକଳା ଅନୁସାରେ ପଞ୍ଚରଥ ଶୈଳୀରେ ନିର୍ମାଣ ହୋଇଥିବାର ଜଣାପଡ଼େ l କାରଣ ମନ୍ଦିରର ଉତ୍ତର, ଦକ୍ଷିଣ ଓ ପଶ୍ଚିମ ପାର୍ଶ୍ୱରେ ଗର୍ଭଗୃହକୁ ଲାଗି ଆଉ ତିନିଗୋଟି ପିଣ୍ଡି ରହିଛି l ଏହି ପିଣ୍ଡି ଉପରେ କୌଣସି ସମୟରେ ତିନୋଟି ମନ୍ଦିର ଥିବା ଅନୁମାନ କରିହୁଏ l
ସୋମନାଥ ମନ୍ଦିର ଗାତ୍ରରେ ଥିବା ସୁକ୍ଷ୍ମ କାରୁକାର୍ଯ୍ୟ ଗୁଡ଼ିକ ପ୍ରାୟତଃ ଘୋରି ହୋଇଗଲାଣି l ମନ୍ଦିର ଗାତ୍ରରେ ନାଗ, ନାଗକନ୍ୟା, ସଖୀ, ନର୍ତ୍ତକୀ, ଦିଗପାଳଙ୍କ ମୂର୍ତ୍ତି ଓ କେତେକ ରେଖମୁଣ୍ଡି ଆଦି ଦେଖିବାକୁ ମିଳେ l ଭୂମିକୁ ସ୍ପର୍ଶ କରୁଥିବା ମନ୍ଦିର ନିମ୍ନ ଅଂଶରେ ଧାଡ଼ି ଧାଡ଼ି ହୋଇ ଗଜ, ହରିଣ ଆଦି ଜୀବଜନ୍ତୁଙ୍କ କମନୀୟ ସୁକ୍ଷ୍ମ ମୂର୍ତ୍ତି ଆଦି ଦେଖିବାକୁ ମିଳେ l
ଅନ୍ୟ ଅନେକ ଶିବ ମନ୍ଦିର ପରି ଏହିସୋମନାଥ ମନ୍ଦିର ଗାତ୍ରରେ ପାର୍ଶ୍ଵ ଦେବଦେବୀ ରୂପେ ଗଣେଶ, କାର୍ତ୍ତିକେୟ ଓ ଦେବୀ ପାର୍ବତୀଙ୍କ ପ୍ରତିମା ରହିଛି l ଗର୍ଭ ଗୃହକୁ ପ୍ରବେଶ ପଥର ମଧ୍ୟଭାଗରେ ବୃଷଭ ପ୍ରତିମା, ବାମପାର୍ଶ୍ୱରେ ଗଣେଶ ଓ ଦକ୍ଷିଣପାର୍ଶ୍ୱରେ ମନସା ଦେବୀଙ୍କ ଏକ ପ୍ରତିମା ରହିଛି l
ସୋମନାଥ ମନ୍ଦିରର ବିଶେଷତ୍ୱ ହେଲା ଏଠାରେ କୋଣାର୍କ ଚକ୍ରାକୃତିର ଏକ ସ୍ୱତନ୍ତ୍ର କଳାକୃତି ରହିଛି, ଯାହାକି କଳିଙ୍ଗ ବାସ୍ତୁକଳାର ଏକ ଦୁର୍ଲଭ କାରୁକାର୍ଯ୍ୟପୂର୍ଣ୍ଣ କଳାକୃତି l ଏହି ଚକ୍ରାକୃତି କଳାକୃତିର ମଧ୍ୟ ଭାଗରେ ନୃତ୍ୟରତ ଏକ ମୂର୍ତ୍ତି ରହିଥିବାବେଳେ ଏହାର ଚତୁଃପାର୍ଶ୍ୱରେ ଆଉ ଆଠ ଗୋଟି ପ୍ରତିମା ରହିଛି l ଏହି ମୂର୍ତ୍ତି ଗୁଡ଼ିକରେ ବିଭିନ୍ନ ବାଦ୍ୟଯନ୍ତ୍ର ତଥା ବଂଶୀବାଦନ କରୁଥିବା ରୂପ ଖୋଦିତ ହୋଇଛି l
ଶହ ଶହ ବର୍ଷ ପୂର୍ବେ ଉତ୍କଳର କୁଶଳୀ କାରିଗରମାନେ ନିର୍ମାଣ କରିଯାଇଥିବା ଦେଉଳ, ମଠ ଓ ମନ୍ଦିର ଆଦି ବିଧର୍ମୀ କଳାପାହାଡ଼ ଦ୍ୱାରା ଖଣ୍ଡବିଖଣ୍ଡିତ ହୋଇ ଧ୍ବଂସ ପ୍ରାପ୍ତ ହୋଇଥିଲା l ତାହା ଥିଲା ତତ୍କାଳୀନ ସମୟରେ ନିୟତିର ଏକ ନିଷ୍ଠୁର ପ୍ରହାର l ମାତ୍ର ବିଡମ୍ବନାର ବିଷୟ ହେଲା, ବର୍ତ୍ତମାନ ସମୟରେ ଏହିସୋମନାଥ ମନ୍ଦିର ରାଜ୍ୟ ପର୍ଯ୍ୟଟନ ବିଭାଗ ଅଧୀନରେ ଥାଇ ମଧ୍ୟ ଉପଯୁକ୍ତ ରକ୍ଷାଣା ବେକ୍ଷଣ ଅଭାବରୁ ଅବହେଳିତ ହୋଇ ପଡ଼ି ରହିଛି ଏବଂ ଅନେକ କଳାକୃତି ନଷ୍ଟ ହେବାକୁ ବସିଲାଣି l
କାରୁକାର୍ଯ୍ୟପୂର୍ଣ୍ଣ ଅନେକ ପଥର ଖଣ୍ଡମାନ ମନ୍ଦିର ପରିସରରେ ଏଣେ ତେଣେ ବିକ୍ଷିପ୍ତ ହୋଇ ପଡ଼ିରହିଥିବା ଦେଖିବାକୁ ମିଳେ l ଯଦ୍ୱାରା ମନ୍ଦିର ପ୍ରତି ଥିବା ସରକାରୀ ଉଦାସୀନତା ଏଠାରେ ସ୍ପଷ୍ଟ ରୂପେ ବାରି ହୋଇପଡ଼େ l ମନେହୁଏ ଭଗ୍ନ, ଜରାଜୀର୍ଣ୍ଣ ପାଷାଣ କୀର୍ତ୍ତିରାଜି ତଳେ ସତେ ଯେମିତି ନିରୁଦ୍ଧିଷ୍ଟ ଆଜି ଇତିହାସ l
Spread the love
admin

Recent Posts

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

5 hours ago

ବଗା ପୂଜାରୀ

~ ବଗା ପୂଜାରୀ ~ ଲେଖା: ନିରଞ୍ଜନ ସାହୁ ବିଂଶ ଶତାବ୍ଦୀର ସଂଗ୍ରାମ ଥିଲା ସ୍ଵତନ୍ତ୍ର, ମଣିଷର ଅପହୃତ ଜନ୍ମଗତ…

1 day ago

ସାହିତ୍ୟ ଭାସ୍କର ମାୟାଧର ମାନସିଂହ

ସାହିତ୍ୟ ଭାସ୍କର ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ଉପସ୍ଥାପନା: ନିରଞ୍ଜନ ସାହୁ ଓଡ଼ିଆ ସାହିତ୍ୟରେ ଅର୍ଦ୍ଧ ଶତାବ୍ଦୀ ଧରି…

2 days ago

ଆମ ଚଳଣି

~ ଆମ ଚଳଣି ~ ଲେଖା: ଡ. ଜୟଶ୍ରୀ ନନ୍ଦ ଓଡ଼ିଆ ଘରର କଥା ନିଆରା। ଆମ ଚଳଣି ଅନନ୍ୟ।…

1 month ago

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

4 months ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

5 months ago