ଲେଖା: ଶିଶିର ସାହୁ ମନୋଜ

ଆଜି ଯେଉଁଠାରେ ସୋନପୁର ଅଛି ସେଠାରେ ଆଗେ ସହର ନଥାଇ ଗୋଟିଏ ଛୋଟ ଗାଆଁ ଥିଲା । ସେ ଗାଆଁରେ ଜଣେ ଶିବଭକ୍ତ ସାଧବ ଥିଲେ ।

ଦିନେ ସେ ବହୁତ ଗୁଡି଼ଏ ଲଦା ବଳଦ ଘେନି ତେଲ ନଦୀ ଆରପାରିକୁ ବେପାର କରିବାକୁ ବାହାରିଥିଲେ । ସେହି ଗାଆଁରୁ ଖଣ୍ଡେ ଦୂର ଯାଇଛନ୍ତି କି ନାହିଁ ଭାରି ବର୍ଷା ଲାଗିରହିଲା । ସେ ଉପାୟଶୂନ୍ୟ ହୋଇ ନିକଟସ୍ଥ ଏକ ବଟବୃକ୍ଷ ମୂଳେ ଆଶ୍ରୟ ନେଲେ । ବରଗଛ ମୂଳରେ ଶିବଲିଙ୍ଗ ଭଳି ପଥରଟିଏ ପଡି଼ରହିଥିବାର ସେ ଦେଖିବାକୁ ପାଇଲେ ।

ଘରୁ ବଳଦ ପିଠିରେ ଲଦା ହୋଇ ଅଣାଯାଇଥିବା ଦ୍ରବ୍ୟ ମୁଣି ମଧ୍ୟରୁ କେତୋଟି ଫାଟି ଯାଇଥିବାରୁ ତାକୁ ସିଲେଇ କରିବାକୁ ଡାମ୍ଫଣ ସୁତା କାଢି ଢାମ୍ଫଣକୁ ଗୋଜିଆ କରିବାପାଇଁ ଉକ୍ତ ପଥରରେ  ଘସିବାରୁ ତାହା ସୁନା ପାଲଟି ଗଲା । ଏହା ଦେଖି ସାଧବ ମହାଜନ ତାଙ୍କ ପାଖରେ ଥିବା ସମସ୍ତ ଲୌହ ଜିନିଷକୁ ସେ ପଥରରେ ଛୁଆଁଇଲେ । ଆଶ୍ଚର୍ଯ୍ୟଜନକ ଭାବେ ସେ ସମସ୍ତ ଲୌହ ପଦାର୍ଥ ସ୍ଵର୍ଣ୍ଣ ଧାତୁରେ ରୂପାନ୍ତରିତ ହୋଇଗଲା ।

ମହାଜନ ଆଉ ବେପାର କ’ଣ କରିଯିବେ ଖୁସିରେ ଘରକୁ ଫେରିଲେ । ରାତିରେ ତାଙ୍କୁ ସ୍ଵପ୍ନ ହେଲା, “ସେ ପଥରଖଣ୍ଡିକ ନିଜେ ସୁବର୍ଣ୍ଣ ମେରୁ” ବୌଦ୍ଧ ରାଜ୍ୟ ହୋଇଥିବାରୁ ଆଉ ଲୋକ ତାଙ୍କୁ ପୂଜା କରୁନାହାନ୍ତି, ସେ ଅପୂଜ୍ୟ ହୋଇ ବହୁବର୍ଷ ହେଲା ଏଠାରେ ପଡିରହିଛନ୍ତି । ତୁମ୍ଭେ ସୁବର୍ଣ୍ଣ ମେରୁ ମହାଦେବଙ୍କ ଆଦେଶ ବୋଲି ସୋମବଂଶୀ ରାଜାଙ୍କୁ ଯାଇ ଜଣାଅ”

ରାତି ପାହିଲାରୁ ମହାଜନ ରାଜାଙ୍କ ନିକଟକୁ ଯାଇ ପୂର୍ବ ଘଟଣା ମାନ ସବୁ କହିଲେ ।

ରାଜା ସବୁ ଜାଣି ଆଗ୍ରହ ସହକାରେ ଯାଇ ସେହି ବରଗଛ ମୂଳରୁ ସୁବର୍ଣ୍ଣ ମେରୁ ମହାଦେବଙ୍କୁ ଆଣି ତେଲ ନଦୀର ଉତ୍ତର ଖଣ୍ଡିରେ ସ୍ଥାପନା କରି ତାଙ୍କ ପୂଜା ସେବାର ସବୁ ବ୍ୟବସ୍ଥା କରିଦେଲେ ।

ପ୍ରବାଦ ଅଛି, ସେଦିନ ସେଠାରେ ସ୍ଵର୍ଣ୍ଣବୃଷ୍ଟି ହେଲା ଫଳରେ ସେ ରାଜ୍ୟର ନାମ ସୁବର୍ଣ୍ଣ ମେରୁ ମହାଦେବଙ୍କ ନାମ ଓ ତାଙ୍କ ସୁବର୍ଣ୍ଣ ବୃଷ୍ଟି ମହିମା ଯୋଗୁଁ ସୁବର୍ଣ୍ଣପୁର ହେଲା । ଏହାର ବହୁବର୍ଷ ପରେ ପାଟଣା ରାଜା ସେଠାରେ ଏକ ମନ୍ଦିର ତୋଳାଇଥିଲେ ଯାହା ଅଦ୍ୟପି ମଧ୍ଯ ବିଦ୍ୟମାନ ।

© ଶିଶିର ସାହୁ ମନୋଜ

Spread the love
admin

Recent Posts

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 weeks ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

2 weeks ago

ବଳଦେବ ଉପାସନା

~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…

2 weeks ago

ତୁମେ ତ ଲୋକରେ ସାର

~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ  କମ୍ପି ଉଠୁଛି କଟକ ନଗର ଶୁଭୁଅଛି…

2 weeks ago