All Rights ReservedView Non-AMP Version
  • Homepage
  • କୋଥଳି
  • ହଜିଲା ଦିନର କଥା
ହଜିଲା ଦିନର କଥା

ସୁନାଫୁଲର ଦେଶେ

ଲେଖା: ଦେଵ ତ୍ରିପାଠୀ
ଫୁଲର ବଡ଼ ବଜାର କହିଲେ ଆମେ ଭୁବନେଶ୍ୱରକୁ ହିଁ ବୁଝୁ ! ଇଂରାଜୀ ନୂଆବର୍ଷ କିମ୍ବା ସେପରି କିଛି ଅବସରରେ ଏଠି କୁଆଡ଼େ କୋଟି କୋଟି ଟଙ୍କାର ଫୁଲ ବିକ୍ରି ହୁଏ ! ହେଉଥିବ ! କୃତ୍ରିମତାରେ ଭରା ସହରରେ କୃତ୍ରିମ ଫୁଲର ଚାହିଦା ଅବଶ୍ୟ ଖୁବ୍ ବେଶୀ ! ତେବେ ଅସଲି ଫୁଲର ଅସଲି ବଜାର କିନ୍ତୁ ବ୍ରହ୍ମପୁର ଅବା ଗଞ୍ଜାମ ।
ଗଞ୍ଜାମର ତେଲୁଗୁ ମାନଙ୍କ ପାଇଁ ଫୁଲର ମର୍ଯ୍ୟାଦା ଯାହା ତା’ର କାଣିଚାଏ ମଧ୍ୟ ଓଡ଼ିଆଏ ଅନୁଭବ କରି ପାରନ୍ତି ନାହିଁ ! ସୁନାର ଜିଲ୍ଲା ବୋଲି କୁହାଯାଉଥିବା ଗଞ୍ଜାମର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ମିଳେ ନିର୍ଦ୍ଦିଷ୍ଟ ଏକ ଫୁଲ – ସୁନାର ଫୁଲ !
ଫୁଲଟିଏ ! ଅଭିଶପ୍ତ ! ଭ୍ରମର କେବେ ଚୁମେ ନାହିଁ ! ଶିବାଳୟରେ ତା’ର ସ୍ଥାନ ନାହିଁ ! ଦେବସେବାର ସୁଯୋଗ ମଧ୍ୟ ତା’କୁ କଦବା ମିଳେ ! ତଥାପି ସେ ଫୁଲ ସୁନାର ! ଅପୂର୍ବ ରଙ୍ଗ, କାନ୍ତି ମହକ ସେ ଫୁଲର ! ସୁବର୍ଣ୍ଣ ପୁଷ୍ପ ସେ !
ଦିଲ୍ଲୀ ରାଜପ୍ରାସାଦ। ସମ୍ରାଟଙ୍କ ଠାରୁ ଆରମ୍ଭ କରି ଅମାତ୍ୟ ସଭିଏଁ ଆଜି ଚିନ୍ତାଗ୍ରସ୍ତ ! ମହାରାଣୀ ସ୍ବପ୍ନ ଦେଖିଛନ୍ତି ଏକ ସୁବର୍ଣ୍ଣ ପୁଷ୍ପର, ଜଣେ ପରୀର ହାତରେ ! ସେ ଫୁଲର ମହକରେ ମହକୁଛି ରାଜପ୍ରାସାଦ ! ସେ ଫୁଲ ପାଇଁ ମହାରାଣୀ ମମତାଜ୍ ଅଳି କରିଛନ୍ତି ସମ୍ରାଟ ଶାହାଜାହାନଙ୍କ ନିକଟରେ । ରାଜାଜ୍ଞା ପାଇ ଚଉଦିଗ ଖେଦିଗଲେ ଡେଙ୍ଗୁରାବାଲାଏ । ଯିଏ ଆଣିଦେବ ସୁବର୍ଣ୍ଣର ପୁଷ୍ପ, ଧନଧାନ୍ୟ ସହିତ ଅଖଣ୍ଡ ସୌଭାଗ୍ୟର ଅଧିକାରୀ ହେବ ସେ ! ହେଲେ ସ୍ଵପ୍ନଫୁଲ ଅବା ବାସ୍ତବ ଦୁନିଆରେ କି ଉପଲବ୍ଧ ସତେ ! ସମ୍ରାଟ ଚିନ୍ତାଗ୍ରସ୍ତ !
ସଭିଙ୍କୁ ଆଚମ୍ବିତ କରି ଶେଷରେ ଆସି ପହଞ୍ଚିଲେ କନୌଜର ଯୁବ ସାଧବ ଜଣେ । ବଜ୍ରକଣ୍ଠରେ ଘୋଷଣା କଲା ସଂଗ୍ରହ କରି ଆଣିଦେବ ସୁବର୍ଣ୍ଣର ପୁଷ୍ପ, ଅଥବା ଜୀବନ ହାରିଦେବ ସମୁଦ୍ରରେ ଝାସଦେଇ ! ସଭିଙ୍କ ମୁହଁରେ ପ୍ରଶ୍ନବାଚୀ ! ସମ୍ରାଟ କିନ୍ତୁ ଥିଲେ କିଞ୍ଚିତ ଆଶ୍ବସ୍ତ !
ନିଜ ଶପଥରେ ଦୃଢ଼ ଥାଇ ମଧ୍ୟ ଶେଷକୁ ହାରିଗଲା ସାଧବପୁଅ ! ସମଗ୍ର ଆର୍ଯ୍ୟାବର୍ତ୍ତରେ କେଉଁଠି ପୁଷ୍ପର ସନ୍ଧାନ ନ ପାଇ ଝାସ ଦେଲା କଳିଙ୍ଗସାଗରରେ ! ବିଧିର ବିଧାନ ! ଆଖି ଖୋଲିଲା ବେଳକୁ ସେ ନିଜକୁ ଆବିଷ୍କାର କଲା କଳିଙ୍ଗ ମାଟିରେ, ଗଞ୍ଜାମର କେଳୁଆପଲ୍ଲୀରେ ! ଏକ ଅଜଣା ମହକରେ ମହକୁଛି ଚତୁର୍ଦିଗ ! ଉଲ୍ଲାସରେ ନାଚି ଉଠିଲା ମନ ! ରାଣୀଙ୍କ ସ୍ବପ୍ନର ସୁବର୍ଣ୍ଣପୁଷ୍ପ ଏବେ ହାତ ପାହାନ୍ତରେ ! ନିଜ ଭାଷାରେ ଫୁଲଟିର ନାମ ପଚାରନ୍ତେ ସ୍ଥାନୀୟ ନୋଳିଆ ଯୁବତୀ ବୁଝି ନ ପାରି ଉତ୍ତର ଦେଇଥିଲା ‘କେଓରା’ ଅର୍ଥାତ ‘କେଉଁଟା’ ? ସେହିଦିନୁ ସେ ସୁବର୍ଣ୍ଣ ପୁଷ୍ପର ନାମ ଆମ ଭାଷାରେ କେତକୀ ଏବଂ ହିନ୍ଦୀ ଭାଷାରେ ‘କେଓରା‘ !
ଶହ ଶହ ପୁଷ୍ପ ସଂଗ୍ରହ କରି ସାଧବପୁଅ ଫେରିଗଲା ଦିଲ୍ଲୀ ଦରବାରକୁ । ଭେଟିଦେଲା ମହାରାଣୀଙ୍କୁ ! ତିଆରି ହୋଇଥିଲା ସୁଗନ୍ଧିତ ଅତର ! ଅନ୍ତଃପୁର ହୋଇଯାଇଥିଲା ସ୍ବର୍ଗପୁରୀ ! ଇଏ ଥିଲା କିମ୍ବଦନ୍ତୀ ସେଇ ସୁବର୍ଣ୍ଣ ପୁଷ୍ପର !
କିମ୍ବଦନ୍ତୀରେ ଦିଲ୍ଲୀ ଯାଏଁ ଯାଇପାରିଥିବା ସୁବର୍ଣ୍ଣ ପୁଷ୍ପ କିନ୍ତୁ ଆଧୁନିକ ସମୟରେ ଯାଇପାରିଲା ଦୁବାଇ, ୟୁରୋପ, ସାରା ଦୁନିଆ ! ଫୁଲଟିଏ ମଧ୍ୟ ଦେଇପାରିଲା ଗଞ୍ଜାମ ମାଟିକୁ ଅନନ୍ୟ ପରିଚୟ, ବିଦେଶରେ, ଆନ୍ତର୍ଜାତୀୟ ବଜାରରେ !
Spread the love
admin

Next ଝୁଲଣଯାତ୍ରା (Jhulana Jatra) »
Previous « କନିଆଁ କାନ୍ଦଣା ଗୀତ
Leave a Comment
Share
Published by
admin
Tags: GoGanjamKetakiକଳିଙ୍ଗକେତକୀଗାରିମାମୟ ଗଞ୍ଜାମସୁନାର ଫୁଲ
5 years ago

    Related Post

  • ତଅପୋଇ
  • ହାଣ୍ଡିଧୁଡୁ଼କା
  • ଚିଠିପତ୍ର

Recent Posts

  • ଇତିହାସ

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 week ago
  • ମହାମନିଷୀଗଣ

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

2 weeks ago
  • ମହାମନିଷୀଗଣ

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago
  • ପର୍ଯ୍ୟଟନ କ୍ଷେତ୍ର

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago
  • ଶ୍ରୀଜଗନ୍ନାଥ

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago
  • ଶ୍ରୀଜଗନ୍ନାଥ

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago
All Rights ReservedView Non-AMP Version
  • L