ଲେଖା: ତ୍ରିଲୋଚନ ସ୍ୱାଇଁ
~ ସିଦ୍ଧେଶ୍ୱର ମହାଦେବ ମନ୍ଦିର ~
ସିଦ୍ଧିକ୍ଷେତ୍ର ଶ୍ରୀ ସିଦ୍ଧେଶ୍ୱର ମହାଦେବ ମନ୍ଦିର, ଯେଉଁଠି ଆଶୁତୋଷ ମହାଦେବ ଭକ୍ତର ସମସ୍ତ ମନବାଞ୍ଛା ପୂର୍ଣ୍ଣ କରନ୍ତି l ସ୍ୱଚ୍ଛ ମନ ଆଉ ପବିତ୍ର ହୃଦୟନେଇ ଯେ କେହି ବି ଏଠାରେ ମହାଦେବଙ୍କୁ ପୂଜା ଆରାଧନା କଲେ ତାକୁ ସିଦ୍ଧିପ୍ରାପ୍ତ ହୁଏ ବୋଲି ଦୃଢ଼ ବିଶ୍ୱାସ ରହିଛି l
କୁହାଯାଏ ଦ୍ୱାପର ଯୁଗରେ, ବନବାସ ସମୟରେ, ପାଣ୍ଡଵମାନେ ଏହିସ୍ଥାନରେ କିଛି କାଳ ଅବସ୍ଥାନ କରିଥିଲେ ଆଉ ତୃତୀୟ ପାଣ୍ଡଵ ସବ୍ୟସାଚୀ ଏଠାରେ ପବିତ୍ର ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ l ଆଶୁତୋଷ ମହାଦେବଙ୍କୁ ଆରାଧନା କରି ସେ ସିଦ୍ଧିପ୍ରାପ୍ତ ହୋଇଥିବାରୁ ଏହି ପୀଠ ଓ ମହାଦେବଙ୍କ ନାଁ ସିଦ୍ଧେଶ୍ବର l
କୁହାଯାଏ ମହାଭାରତ ଯୁଗର ପରବର୍ତ୍ତୀ ସମୟରେ ବୌଦ୍ଧମାନେ ମଧ୍ୟ ଏହି ପାହାଡ଼ ଗୁମ୍ଫାରେ ରହି ତପସାଧନା କରୁଥିଲେ l ଅବଶ୍ୟ ଏହାକୁ ସିଦ୍ଧପ୍ରମାଣ କରିବା ପାଇଁ ଏଠାରେ କୌଣସି ବୌଦ୍ଧସ୍ମାରକ ଦେଖିବାକୁ ମିଳେନାହିଁ l
କଟକ ସହର ଠାରୁ ମାତ୍ର ଷୋହଳ ସତର କିଲୋମିଟର ଦୂରରେ, ନରାଜ ବ୍ୟାରେଜ ପରେ ପରେ ଏକ ଛୋଟିଆ ଓ ସ୍ୱଳ୍ପ ଉଚ୍ଚ ପାହାଡ଼ ଉପରେ ରହିଛି ପୂରାଣ ବର୍ଣ୍ଣିତ ଏହିସିଦ୍ଧେଶ୍ୱରମହାଦେବ ମନ୍ଦିର l ଆଉ ପାହାଡ଼ ପାଦଦେଶରେ ବହି ଯାଉଛି ଚିରସ୍ରୋତା ମହାନଦୀ l
ସ୍ଥାନଟି ଖୁବ୍ ସୁନ୍ଦର ଆଉ ମନମୁଗ୍ଧକର l ପାହାଡ଼ ଉପରେ ଓ ଚତୁଃପାର୍ଶ୍ୱରେ ଥିବା ସବୁଜ ବୃକ୍ଷରାଜି, ପାହାଡ଼ ତଳେ ମହାନଦୀର ନୀଳ ଜଳରାଶି ଆଉ ମୁଣ୍ଡ ଉପରେ ଅନନ୍ତ ନୀଳ ଆକାଶ, ଯେ କୌଣସି ମଣିଷର ମନ ମୋହିନେବାକୁ ଯଥେଷ୍ଟ l ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଶବ୍ଦରେ ବର୍ଣ୍ଣନା କରିବା ସହଜ ନୁହେଁ l
Spread the love
admin

View Comments

Recent Posts

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

4 days ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

5 days ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

1 week ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

2 weeks ago

ବସନ୍ତରାସ

ଉପସ୍ଥାପନା: ନିରଞ୍ଜନ ସାହୁ ଋତୁରାଜ ବସନ୍ତଙ୍କ ଆଗମନରେ ରାଧାଙ୍କର ମାନସିକ ଚଞ୍ଚଳତା ବୃଦ୍ଧି ପାଇଛି। କୃଷ୍ଣଙ୍କର ଘନସାନିଧ୍ୟ ଲାଭ କରିବା…

2 weeks ago

ନବଘନ କହଁର

ଲେଖା: ନିରଞ୍ଜନ ସାହୁ ଇଂରେଜମାନେ ଧରିନେଇଥିଲେ ଯେ, କନ୍ଧମାନେ ହଳଦୀ କିଆରିରେ ବଳି ଦେଉଛନ୍ତି, କେବଳ ମଣିଷ ରକ୍ତ ପରି…

2 weeks ago