ଲେଖା: ଦେଵ ତ୍ରିପାଠୀ
ହରିଦାସ ଖରାରେ ବସି ରହି ଜପ କରୁଥିବାର ଦେଖି ଶ୍ରୀଚୈତନ୍ୟ ଶ୍ରୀଜଗନ୍ନାଥଙ୍କ ପ୍ରସାଦୀ ବକୁଳ ଦାନ୍ତକାଠିଟିଏ ଆଣି ପୋତି ଦେଇଥିଲେ ସେ ସ୍ଥାନରେ । ସେ ଦାନ୍ତକାଠି ଦିନେ ବିଶାଳ ବକୁଳ ବୃକ୍ଷରେ ପରିଣତ ହେଲା ଏବଂ ଏହାର ସୁଶୀତଳ ଛାୟାରେ ନିୟମିତ ଜପ କଲେ ହରିଦାସ । ଏହିଠାରେ ହିଁ ବ୍ରହ୍ମଲୀନ ଘଟିଥିଲା ହରିଦାସଙ୍କର ।
କଥିତ ଅଛି, ହରିଦାସ ଓ ଚୈତନ୍ୟଙ୍କ ମହାପ୍ରୟାଣ ପରେ ଏକଦା ରଥଚକ ନିର୍ମାଣ ନିମନ୍ତେ କାଠର ଅଭାବ ଯୋଗୁଁ ରାଜକର୍ମଚାରୀମାନେ ବହୁ ସ୍ଥାନ ଅନ୍ୱେଷଣ କରି ପରିଶେଷରେ ଉକ୍ତ ମଠର ବକୁଳବୃକ୍ଷକୁ ଛେଦନ ପାଇଁ ଧାର୍ଯ୍ୟ କଲେ । ମଠର ମହନ୍ତ ସେ ରାତିରେ ପ୍ରଭୁଙ୍କ ଶରଣାଗତ ହେବାରୁ ମଧ୍ୟରାତ୍ରରେ ବୃକ୍ଷଟି ବିରାଟ ଶବ୍ଦ କରି ଅନ୍ତଃସାର ଶୂନ୍ୟ ହୋଇଗଲା, ଫଳରେ ପରଦିନ ପ୍ରଭାତରେ କର୍ମଚାରୀଗଣ ଆଚମ୍ବିତ ହୋଇ ଫେରିଗଲେ । ଉକ୍ତ ମଠରେ ଆଜି ମଧ୍ୟ ଶୋଭା ପାଏ ଭୂଲୁଣ୍ଠିତ ବକୁଳବୃକ୍ଷ, ପ୍ରଧାନଗଣ୍ଡି ନ ଥାଇ, ମାତ୍ର ଶାଖାପ୍ରଶାଖା, ପତ୍ର, ଫୁଳ, ପୁଷ୍ପ ଆଦିରେ ମଣ୍ଡିତ ଥାଇ । ଉଦ୍ଭିଦ ଜଗତ ରେ ଏବଂ ଉଦ୍ଭିଦ ବିଜ୍ଞାନରେ ଇଏ ଏକ ବିଶେଷ ବ୍ୟତିକ୍ରମ ।
~ ଶ୍ରୀମନ୍ଦିର ଓ ସିଦ୍ଧବକୁଳ ମଠ ~
କାର୍ତ୍ତିକ ମାସରେ ଶ୍ରୀଜୀଉମାନଙ୍କ ବାଳଧୂପ ଭୋଗ ନିମନ୍ତେ ଏଇ ସିଦ୍ଧବକୁଳ ମଠ ତରଫରୁ ଦୈନନ୍ଦିନ ବାଳଧୂପ ଶ୍ରୀମନ୍ଦିରକୁ ଯାଇଥାଏ । ମଠ ତରଫରୁ ପ୍ରତିବର୍ଷ ରଥଯାତ୍ରା ସମୟରେ ରଥ ଉପରେ ‘ରଥ ଭୋଗ’ ହୋଇଥାଏ । ଏତଦବ୍ୟତୀତ ଶ୍ରୀମନ୍ଦିର ରୋଷଘରେ ମଠର ଏକ ଚୁଲି ରହିଛି ।
~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…
ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…
~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ କାହିଁ କେଉଁ ଆଦି ଅନାଦି କାଳରୁ ଏହି…
~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…
ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…