ଲେଖା: ଦେଵ ତ୍ରିପାଠୀ
ପାବନଧାମ ନୀଳାଚଳ ଶ୍ରୀକ୍ଷେତ୍ରରେ ପାଦଦେଇ ଭକ୍ତଟିଏ ହସ୍ତପଦପ୍ରକ୍ଷାଳନ କରି ପ୍ରଥମେ ମୁଣ୍ଡିଆ ମାରେ ଅରୁଣସ୍ତମ୍ଭରେ । ଅରୁଣ ସ୍ତମ୍ଭର ସମ୍ମୁଖରେ ଦୃଶ୍ୟମାନ ହୁଏ ସିଂହଦ୍ଵାର, ଏବଂ ତା’ର ଉଭୟ ପାର୍ଶ୍ଵରେ ମନ୍ଦିର ପରିସରକୁ ଘେରିରହିଥିବା ମେଘନାଦ ପାଚେରୀ ଓ କୁର୍ମବେଢ଼ା ।
ଏହି ସିଂହଦ୍ଵାର ବା ଧର୍ମଦ୍ଵାର ବା ମୋକ୍ଷଦ୍ଵାରର ଦ୍ଵାରପାଳ ସ୍ବୟଂ ହନୁମାନ । ମାଦଳାପାଞ୍ଜି କହେ ଗଜପତି କପିଳେନ୍ଦ୍ର ଦେବଙ୍କ ୧୫ ଅଙ୍କରେ ଏହି ସିଂହଦ୍ଵାର ସମେତ, ମେଘନାଦ ପାଚେରୀ, କୁର୍ମବେଢ଼ା, ଦୁଇପାର୍ଶ୍ଵର ବୃହତ ସିଂହମୂର୍ତ୍ତିଦ୍ଵୟ ନିର୍ମିତ । ଗୋଲାକାର ସ୍ତମ୍ଭ ସଂଲଗ୍ନ ଜୟବିଜୟ ମୂର୍ତ୍ତି ଓ ମୂର୍ତ୍ତିଦ୍ଵୟର ପୃଷ୍ଠଦେଶରେ ମୁଗୁନିପଥର ନିର୍ମିତ ଚତୁର୍ଭୁଜ ଅନ୍ୟ ଜୟବିଜୟ ମୂର୍ତ୍ତିଦ୍ଵୟ ସିଂହଦ୍ଵାରକୁ ସ୍ପର୍ଶ କରି ରହିଛନ୍ତି ।
ସିଂହଦ୍ଵାରର ଉପର ପାର୍ଶ୍ଵରେ ଦଶାବତାର (କିଛି ବର୍ଷ ପୂର୍ବେ ଏହାକୁ କାଢି ଦିଆଯାଇଛି) ଏବଂ ଦ୍ଵାରର ନିମ୍ନ ଦେଶରୁ ୨୨ଫୁଟ ଉଚ୍ଚରେ କ୍ଷେତ୍ରାଧିଶ୍ୱରୀ ଅନ୍ନପୂର୍ଣ୍ଣା ତଥା ତୋରଣଲକ୍ଷ୍ମୀ ଭାବେ ମା’ ଲକ୍ଷ୍ମୀ ବିରାଜିତା ।
~ ମେଘନାଦ ପାଚେରୀ ~
୧୦୫୨ ଖ୍ରୀଷ୍ଟାବ୍ଦରେ ଶ୍ରୀମନ୍ଦିରର ବାହାରବେଢା ପ୍ରାଚୀର ଭାବେ ୬୬୫ଫୁଟ ଦୈର୍ଘ୍ୟ, ୬୪୦ଫୁଟ ପ୍ରସ୍ଥ ଓ ୨୨ଫୁଟ କିମ୍ବା ସ୍ଥଳବିଶେଷରେ ୨୦ ରୁ ୨୪ଫୁଟ ଉଚ୍ଚତା ବିଶିଷ୍ଟ ମେଘନାଦ ପାଚେରୀ ନିର୍ମାଣ କରାଯାଇଥିଲା ।
~ କୁର୍ମବେଢ଼ା ~
ମେଘନାଦ ପାଚେରୀ ପରେ ୪୨୦ଫୁଟ ଦୈର୍ଘ୍ୟ, ୩୫୦ଫୁଟ ପ୍ରସ୍ଥ ଓ ୨୦ଫୁଟ ଉଚ୍ଚତା ବିଶିଷ୍ଟ କୁର୍ମବେଢ଼ା ପାଚେରୀ ଶ୍ରୀମନ୍ଦିରର ଶୋଭା ବର୍ଦ୍ଧନ ସହିତ ଏହାର ସୁରକ୍ଷାରେ ସହାୟକ ହୋଇପାରିଛି ।
~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…
ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…
ଲୋକସେବକ ନବକୃଷ୍ଣ ଚୌଧୁରୀ ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…
ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…
Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…