ଲେଖା: ଶିବାଶିଷ ମହାପାତ୍ର
ପଶ୍ଚିମ ଓଡ଼ିଶାରେ ଜନ୍ମ ଗ୍ରହଣ କରିଛନ୍ତି ଅନେକ ଗୁଡ଼ିଏ ବିଶିଷ୍ଟ ମହାନ ବ୍ୟକ୍ତିବିଶେଷ । ଆଜିର ସମୟରେ ପ୍ରଚାର ଏବଂ ପ୍ରସାର ନଥିବା ଯୋଗୁଁ ଲୋକେ କେବଳ ହାତଗଣତି କେତେ ଜଣଙ୍କୁ ଛାଡ଼ି ଭୁଲିବାକୁ ଲାଗିଲେଣି ଅନ୍ୟ ମାନଙ୍କୁ ।
ବିଂଶ ଶତାବ୍ଦୀର ଦ୍ବିତୀୟ ଏବଂ ତୃତୀୟ ଦଶକରେ ପଶ୍ଚିମ ଓଡ଼ିଶାର ବରପୁତ୍ର ସାହିତ୍ୟିକ ତଥା ସାମ୍ବାଦିକ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ ଶ୍ରୀଯୁକ୍ତ ଦୟାନିଧି ମିଶ୍ର । ଓଡ଼ିଆ ଭାଷାରେ ନିଜର ଦକ୍ଷତା ପ୍ରତିପାଦନ କରି ସୃଷ୍ଟି କରିଥିଲେ ଏହି ଭାଷାର ଚତୁର୍ଥ ଉପନ୍ୟାସ “ନୟନ ତାରା” ୧୯୧୫ ମସିହାରେ । ସମ୍ଭବତଃ ଏହା ସହରୀ ଜୀବନ ଉପରେ ଆଧାରିତ ପ୍ରଥମ ଉପନ୍ୟାସ । ନିଜେ ଲେଖିଥିଲେ ଓଡ଼ିଆ ଭାଷାର ପ୍ରଥମ ଐତିହାସିକ ଉପନ୍ୟାସ “ସଂଯୁକ୍ତା” ୧୯୨୧ ମସିହାରେ । ୧୯୨୪ ମସିହାରେ ପ୍ରକାଶିତ “କଥା କଦମ୍ବ” ଓଡ଼ିଆ ସାହିତ୍ୟ ଜଗତର ତୃତୀୟ ଗଳ୍ପ ସଂକଳନର ମାନ୍ୟତା ଲାଭ କରିଛି ।
ଅଧୁନା ବରପାଲି ନିକଟସ୍ଥ ତୁଲଣ୍ଡି ଗ୍ରାମରେ ୧୮୯୧ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ପିତା ଲୋକନାଥ ମିଶ୍ର ଏବଂ ମାତା କୁନ୍ତୀ ଦେବୀଙ୍କ କୋଳରେ । ସାନ ଭାଇ ଥିଲେ ପଦ୍ମଶ୍ରୀ ଡ଼ଃ ପର୍ଶୁରାମ ମିଶ୍ର ଉତ୍କଳ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି । ପିଲାଦିନରୁ ଥିଲେ ଆଗ୍ରହୀ ସାହିତ୍ୟ ତଥା କବି ଗଙ୍ଗାଧର ମେହେରଙ୍କ ଲେଖା ଉପରେ । କଟକରୁ ପ୍ରକାଶିତ “ମୁକୁର” ପତ୍ରିକାର ଥିଲେ ସହ-ସମ୍ପାଦକ ତଥା ବ୍ରହ୍ମପୁରର “ଆଶା” ଏବଂ ସମ୍ବଲପୁରର “ନବଯୁଗ” ପତ୍ରିକାର ସମ୍ପାଦକ ଥିବା ସମୟରେ ପ୍ରକାଶିତ କରୁଥିଲେ କବି ଗଙ୍ଗାଧର ମେହେରଙ୍କ ଲିଖିତ କାବ୍ୟ କବିତା ଗୁଡ଼ିକ ଧାରାବାହିକ ଭାବରେ । ନିଜେ ଚାକିରି କରୁଥିଲେ ମାନ୍ଦ୍ରାଜ ପ୍ରେସିଡେନ୍ସି ଅନ୍ତର୍ଭୂକ୍ତ ଗଞ୍ଜାମ ଜିଲ୍ଲାରେ ସ୍କୁଲ ଇନ୍ସପେକ୍ଟର ଭାବରେ ଏବଂ ଅନ୍ତର୍ଭୁକ୍ତ କରିଥିଲେ ଗଙ୍ଗାଧର ମେହେରଙ୍କ ଲିଖିତ କାବ୍ୟକବିତା ଓଡ଼ିଶାର ପାଠ୍ୟପୁସ୍ତକରେ ।
୧୯୨୧ ମସିହାରେ ସରକାରୀ ଗେଜେଟେଡ଼ ଅଫିସର ତଥା ପଦୋନ୍ନତି ଥିବା ସତ୍ତ୍ବେ ଦେଇଥିଲେ ଇସ୍ତଫା ଏବଂ ଅଂଶ ଗ୍ରହଣ କରିଥିଲେ ସ୍ବାଧୀନତା ସଂଗ୍ରାମରେ । ବ୍ରହ୍ମପୁର ବାରାକ୍ସ ପଡ଼ିଆରେ ବିଲାତି ବସ୍ତ୍ର ବର୍ଜନ ସମାବେଶରେ ଲଗାଇଥିଲେ ନିଆଁ ନିଜ ବସ୍ତରେ ଏହା ଦେଖି ଅସଂଖ୍ୟ ଲୋକ ମଧ୍ୟ ଲଗାଇଥିଲେ ନିଆଁ ନିଜ ନିଜ ପିନ୍ଧା ଲୁଗାରେ ଏବଂ ହସି ହସି ଭୋଗିଥିଲେ ଜେଲ୍ ଦଣ୍ଡ । ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ସେ ପିନ୍ଧୁଥିଲେ ଖଦଡ଼ ଲୁଗା । ଆରମ୍ଭ କରିଥିଲେ ନିଜ ଓକିଲାତି ବରଗଡ଼ ସହରରୁ । ନିର୍ଭୀକ ଭାବରେ ଲଢୁଥିଲେ ମୋକଦ୍ଦମା ସ୍ବାଧୀନତା ସଂଗ୍ରାମୀ ମାନଙ୍କ ସପକ୍ଷରେ । ବରଗଡ଼ ମ୍ୟୁନିସିପାଲିଟିର ସେନିଟେସନ ବୋର୍ଡର ପ୍ରଥମ ଅଧ୍ୟକ୍ଷ । ୧୯୨୮-୨୯ ପରଠାରୁ ସେ ଦୂରେଇ ଯାଇଥିଲେ ସାହିତ୍ୟ ଜଗତରୁ । ବରଗଡ଼ର ସୂକ୍ଷ୍ମ ବୁଦ୍ଧି ଓକିଲ ଭାବରେ ଥିଲେ ସେ ଅତି ପରିଚିତ ।
ଦୟାନିଧି ବୀର ସୁରେନ୍ଦ୍ର ସାଏଙ୍କ ଏକ ଫଟୋଚିତ୍ର ସଂଗ୍ରହ କରି ଉତ୍କଳ ସାହିତ୍ୟର ୧୯୧୪ ଏପ୍ରିଲ ସଂଖ୍ୟାରେ ‘ବିବିଧ ପ୍ରସଙ୍ଗ‘ରେ ପ୍ରକାଶ କଲେ ଏବଂ ଫଟୋ ସଂପର୍କରେ ଲେଖା ଏଭଳି ଥିଲା- ‘ଚିତ୍ରଖଣ୍ଡି ସମ୍ବଲପୁରର ଜଣେ ଐତିହାସିକ ବୀରପୁରୁଷଙ୍କର‘ । ଫାଲଗୁନ ମାସର ଉତ୍କଳ ସାହିତ୍ୟରେ ପ୍ରକାଶିତ ‘ମିଳନ’ ନାମକ ଗଳ୍ପରେ ଏହାଙ୍କ ବିଷୟରେ ଉଲ୍ଲେଖ ଅଛି । କାରାଗାରରେ ନିବଦ୍ଧ ଥିବାବେଳେ ତାଙ୍କର ଯେଉଁ ଛବି ନିଆଯାଇଥିଲା, ତହିଁରୁ ଖଣ୍ଡିଏ ସମ୍ବଲପୁର ନିବାସୀ କଟକ କଲେଜର ଛାତ୍ର ଶ୍ରୀମାନ ଦୟାନିଧି ମିଶ୍ର ସଂଗ୍ରହ କରି ଯତ୍ନ ପୂର୍ବକ ସଂପାଦି ରଖିଥିଲେ । ସୁରେନ୍ଦ୍ର ସାଏଙ୍କ ଏହା ହେଉଛି ସର୍ବସାଧାରଣରେ ସର୍ବ ପ୍ରଥମ ଫଟୋ ଏବଂ ବର୍ତ୍ତମାନ ସମଗ୍ର ଦେଶରେ ତାଙ୍କର ଯେଉଁ ଛବି ଓ ମୂର୍ତ୍ତି ଦେଖିବାକୁ ମିଳୁଛି, ତାହା ଏହି ଫଟୋର ଅବଲମ୍ବନରେ ହିଁ ପ୍ରସ୍ତୁତ ହେଉଛି ।
୧୯୫୫ ଜୁଲାଇ ମାସ ୨୮ ତାରିଖରେ ହୋଇଥିଲା ଦେହାବସାନ ଏହି ଅମର ସ୍ରଷ୍ଟାଙ୍କ । ତାଙ୍ଗର ଅନେକ ଗୁଡ଼ିଏ ସାହିତ୍ୟ କୀର୍ତ୍ତି ସବୁ ଆଜିବି ରହିଛି ଅପହଞ୍ଚ ଏବଂ ଅନାବିଷ୍କୃତ । ସାହିତ୍ୟ ଗବେଷକଙ୍କ ଗବେଷଣା ଦରକାର ଏହି କାଳଜୟୀ ସାହିତ୍ୟିକଙ୍କ ସାହିତ୍ୟ ସାଧନା ଉପରେ ତେବେ ଯାଇ ଦୟାନିଧି ମିଶ୍ରଙ୍କ ଦ୍ଵାରା ଓଡ଼ିଆ ସାହିତ୍ୟ ଜଗତର କ୍ରମବିକାଶର ସଠିକ ମୁଲ୍ୟାଙ୍କନ କରାଯାଇପାରିବ । ତଥାପି କୌଣସି ଓଡିଆ ସାହିତ୍ୟର ଇତିହାସରେ ଏ ସାହିତ୍ୟିକଙ୍କ ବିଷୟରେ ପଦେ ଭଲରେ ଲେଖା ହୋଇନାହିଁ । ଏପରିକି ନାମୋଲ୍ଲେଖ କରିବାକୁ ବି ଭୁଲିଯାଇଛନ୍ତି ।
Spread the love
admin

Recent Posts

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

3 days ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

2 weeks ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

2 weeks ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

3 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

3 weeks ago