ଡାକ୍ତର ପ୍ରଳୟ ନାୟକ
କଥା ଭୂଦାନ ଆନ୍ଦୋଳନ କାଳର । ସ୍ଥାନ ବଙ୍ଗ-ଓଡ଼ିଶା ସୀମାନ୍ତର ବାଈପାଟଣା ଅଞ୍ଚଳ ।
ସମାଜରେ ଭୂମିହୀନ ଓ ଜମିଦାରଙ୍କ ଭିତରର ଦୂରତ୍ୱ ମେଣ୍ଟେଇ ଗୋଟେ ସୁସ୍ଥ, ସମ-ସମାଜ ଗଠନର ସ୍ୱପ୍ନ ନେଇ ଆଗେଇ ଆସୁଛନ୍ତି କିଛି ଲୋକ । ପୁରୁଷଙ୍କ ପିନ୍ଧାରେ ଆଣ୍ଠୁ ଲୁଚୁନଥିବା ହାତକଟା ସୁତାରେ ତିଆରି ଛୋଟ ଧୋତି ଓ ଖଦଡ଼ ଚାଦର ଆଉ ସ୍ତ୍ରୀଙ୍କ ଦେହରେ ହାତବୁଣା ମୋଟ ଖଦଡ଼ ଛେଦା । ସେଇ ଖଦଡ଼ର ଶାୟା ଓ ଅଙ୍ଗୀ । ସମସ୍ତଙ୍କ ମୁହଁରେ ପଥଶ୍ରମକୁ ତୁଚ୍ଛ କରି ଝଲମଲ ଆଶାର ଔଜଲ୍ୟ । ଅପରୂପ କରୁଣାର ମୂର୍ତ୍ତି ମା’ମାନଙ୍କ କଣ୍ଠରୁ ଧ୍ୱନିତ ରାମଧୁନ । ସେ ଏକ ମହାର୍ଘ ଦୃଶ୍ୟ ।
ସେ ଦଳକୁ ସ୍ୱାଗତ କରୁଥିଲେ ଜଳେଶ୍ବର ଅଞ୍ଚଳର ସମର୍ପିତ ଏକ ଦମ୍ପତି, ଶ୍ରୀଯୁକ୍ତ ସୁଧାଂଶୁ ଦାସ ଓ ଶ୍ରୀମତୀ ରେବା ଦାସ । ଅତ୍ୟନ୍ତ ଶାନ୍ତ, ସୁସଂବଦ୍ଧ ଭାବେ ଆଗେଇ ଆସୁଥିଲେ ସେ ଲୋକମାନେ । ଆଜିର ଶୋଭାଯାତ୍ରା ଭଳି ଅସଂସ୍କୃତ ସ୍ଲୋଗାନ ନଥିଲା, ନଥିଲା ରାସ୍ତା ବନ୍ଦ କରି ଅହଂବିଷରେ ଉବୁଟୁବୁ ଭାଷଣ । ସମସ୍ତେ ଆସୁଥିଲେ ଏକ ତୀର୍ଥଯାତ୍ରାରେ ଯାଉଥିବା ଦଳଟେ ଭଳି । ଏ ଯାତ୍ରା ଯେମିତି ତାଙ୍କ ପୂଜା । ଭାଷଣ ଯେମିତି ତାଙ୍କ ଆରାଧନାର ମନ୍ତ୍ରଉଚ୍ଚାର ।
~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…
ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…
ଲୋକସେବକ ନବକୃଷ୍ଣ ଚୌଧୁରୀ ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…
ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…
Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…