ଉପସ୍ଥାପନା: ଶିଶିର ସାହୁ ମନୋଜ
ସାଧଵଵୋହୂ ନହୋଇ ବି ତାକୁ ସମସ୍ତେ ସାଧଵଵୋହୂ କୁହନ୍ତି । କେହି କେହି କେଵଳ ସାଧଵପୋକ କୁହନ୍ତି । କେଉଁଠି କେଉଁଠି ସେମାନଙ୍କୁ ସାଧଵାଣୀ କୁହାଯାଏ ।
ସାଧଵଵୋହୂଙ୍କ ପାରମ୍ପରିକ ରଙ୍ଗଶାଢି଼ ଯେହେତୁ ଓଡ଼ିଶାରେ ପାଟଵସ୍ତ୍ର ଭାବେ ଲୋକପ୍ରିୟ, ତେଣୁ ତାଙ୍କୁ ଆମ ରାଜ୍ୟରେ ପାଟପୋକ ବି କୁହାଯାଏ । ଗଞ୍ଜାମରେ ସାଧଵଵୋହୂ ପୋକକୁ ଵୀରୁଆଵତୀ ଓ ସିନ୍ଦୁରପୋକ ବି କହିଥାନ୍ତି ।
ଗୁଜରାଟର କଚ୍ଛ ଅଞ୍ଚଳରେ ଏ ଜୀଵକୁ  “ମୀ ଜେ ମାମା” ଅର୍ଥାତ୍ “ଵର୍ଷାର ମାମୁଁ” କହିଥାଆନ୍ତି । ଯେହେତୁ ସେମାନେ ଵର୍ଷା ହେଲେ ଅଳ୍ପକାଳ ପାଇଁ ବାହାରନ୍ତି ଆଉ ଵିଶେଷତଃ ଜୁନ ଜୁଲାଇ ମାସରେ ଦେଖାଯାଆନ୍ତି ତେଣୁ ପଶ୍ଚିମ ଭାରତରେ ସେମାନଙ୍କୁ ଵର୍ଷାର ମାମା କୁହାଯାଏ । ଓଡ଼ିଶାରେ ମଧ୍ୟ ରଜପର୍ଵ ସମୟରେ ଏଇ ସାଧଵଵୋହୂ ମାନଙ୍କୁ ପୂଜା କରାଯାଇଥାଏ ।
ମଧ୍ୟ ପ୍ରଦେଶରେ ଏମାନଙ୍କୁ ଗୋକୁଳଗାଈ ଵା ଗୋକୁଳଗୟା କୁହାଯାଏ । ରାଜସ୍ଥାନରେ ସାଧଵପୋକକୁ ବୁଢି଼ମାଈ ଓ ବୁଢୀ଼ନାନୀ କୁହନ୍ତି । ଜଣାନାହିଁ କାହିଁକି ଆମ ଓଡ଼ିଶାର ସାଧଵାଣୀ ବୋହୂକୁ ସେମାନେ ବୁଢି଼ କରି ଦିଅନ୍ତି ? ସେଇଥିପାଇଁ ରାଜସ୍ଥାନର କଵି ରାମଶ୍ଵରୂପ କିସାନ ତାଙ୍କ କଵିତାରେ ସାଧଵଵୋହୂକୁ ବୁଢୀ଼ମାଈ  କହିଅଛନ୍ତି । ଯଥା—
“ବୁଢୀ଼ମାଈ ଆ ନହିଁ
          ଝୁଠୌ ବୋଲୈ ଜଗ୍ଗ
ଇଂଦ୍ରାଣୀରୈ ନାଥ ରୌ
          ପଡ଼ଗ୍ଯୌ ହୂସି ନଗ୍ଗ”
କୁହାଯାଏ ଏମାନେ ସରଳ ଓ କୋମଳ ଜୀଵ ହୋଇଥିଵାରୁ ଏମାନଙ୍କୁ ରାଜସ୍ଥାନରେ ବୁଢି଼ନାନୀ ଵା ବୁଢି଼ମାଈ କୁହାଯାଉଛି । ଇଂରାଜୀରେ ସାଧଵଵୋହୂକୁ red velvet mites କୁହାଯାଏ ଏଵଂ ଏମାନେ Trombidiidae ପରିଵାରର ଜୀଵ ଅଟନ୍ତି ।
Spread the love
admin

Recent Posts

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

13 hours ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

5 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 week ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

2 weeks ago