ଲେଖା: ଶିଶିର ସାହୁ ମନୋଜ
ସୁକାନ୍ତି ମହର୍ଷିଙ୍କର ସଂସାର କଲ୍ୟାଣାର୍ଥେ କରାଯାଇଥିବା ତପସ୍ୟା ହେତୁରୁ ଚିତ୍ରୋତ୍ପଳା ମହାନଦୀର ଜନ୍ମ ହୋଇଥିଲା । ଏ ନଦୀ ଆପଣା ସୃଷ୍ଟି ସ୍ଥାନରୁ ବାହାରି ସାରା ସଂସାର ବୁଲି ଦେଖିବା ଲାଳସାରେ ପଶ୍ଚିମରୁ ପୂର୍ବକୁ ବହିବାକୁ ଲାଗିଲା ।
ଏ ନଦୀ ଉତ୍ସାହ ସହକାରେ ବହି ଯାଉଥିବା ବେଳେ ଗୋଟିଏ ଇର୍ଷାପରାଯଣ ଦୁଷ୍ଟ ପର୍ବତ ତା’ର ବାଟ ଓଗାଳିଲା । ସେ ପର୍ଵତ ସପ୍ତକ୍ରୋଶ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା ଏବଂ ଚିତ୍ରୋତ୍ପଳା ବହୁ ଯତ୍ନ କରି ସୁଦ୍ଧା ତାକୁ ଭେଦି ଆଗକୁ ବଢିପାରିବାରେ ଅକ୍ଷମ ହେଲା । ଶେଷକୁ ଚିତ୍ରୋତ୍ପଳା ଅନ୍ୟନ୍ୟୋପାୟ ହୋଇ ଆପଣା ପିତାଙ୍କୁ ସ୍ମରଣ କରିବାକୁ ଲାଗିଲା । ସୁକାନ୍ତି ଋଷି ସେଇଠୁ ଇନ୍ଦ୍ରଙ୍କୁ ପ୍ରସନ୍ନ କରିବା ପାଇଁ ଘୋର ତପସ୍ୟା କରିବାକୁ ଲାଗିଲେ ।
ବହୁଦିନ ଯାଏଁ ତପ କରିବା ଉତ୍ତାରୁ ଦେବରାଜ ଇନ୍ଦ୍ର ଋଷି ସୁକାନ୍ତିଙ୍କ ନିକଟରେ ଉପସ୍ଥିତ ହୋଇ ତାଙ୍କ ମନୋବାଞ୍ଝା ଜିଜ୍ଞାସା କରନ୍ତେ ଋଷି ପୂର୍ବ ସମସ୍ୟାମାନ କହି ଶୁଣାଇଲେ ।
ଇନ୍ଦ୍ର ତହୁଁ ଆପଣା ବଜ୍ରର ଶକ୍ତି ବଳରେ ପାହାଡ଼କୁ ଚୁନାକରି ଚିତ୍ରୋତ୍ପଳା ଲାଗି ଗୋଟିଏ ବାଟ କରିଦେଲେ । ଏବେ ସେହି ବାଟକୁ ଲୋକେ ସାତକୋଶିଆ ଗଣ୍ଡ ନାଆଁରେ ହିଁ ଜାଣୁଛନ୍ତି ।
ସେଇ ସାତକୋଶିଆ ଗଣ୍ଡ ଓଡ଼ିଶାର ୧୯ଟି ପ୍ରମୁଖ ଅଭୟାରଣ୍ୟ ମଧ୍ୟରେ ଅନ୍ୟତମ।
Spread the love
admin

Recent Posts

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 days ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

4 days ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

6 days ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

1 week ago

ବସନ୍ତରାସ

ଉପସ୍ଥାପନା: ନିରଞ୍ଜନ ସାହୁ ଋତୁରାଜ ବସନ୍ତଙ୍କ ଆଗମନରେ ରାଧାଙ୍କର ମାନସିକ ଚଞ୍ଚଳତା ବୃଦ୍ଧି ପାଇଛି। କୃଷ୍ଣଙ୍କର ଘନସାନିଧ୍ୟ ଲାଭ କରିବା…

1 week ago

ନବଘନ କହଁର

ଲେଖା: ନିରଞ୍ଜନ ସାହୁ ଇଂରେଜମାନେ ଧରିନେଇଥିଲେ ଯେ, କନ୍ଧମାନେ ହଳଦୀ କିଆରିରେ ବଳି ଦେଉଛନ୍ତି, କେବଳ ମଣିଷ ରକ୍ତ ପରି…

2 weeks ago