ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ
ପ୍ରଶ୍ନଟିଏ, ସରଗମ୍ ଏକ ବୈଦେଶିକ ଶବ୍ଦ କି ? ? ?
ଉତ୍ତର:
ଦେଶଜ ସରଗମ୍ ଶବ୍ଦଟି ବୈଦେଶିକ ଶବ୍ଦ ଭଳି ପ୍ରତିଭାତ ହୁଏ କିନ୍ତୁ ଏହା ଭାରତୀୟ ଶବ୍ଦ ଅଟେ। ହିନ୍ଦି ଶବ୍ଦସାଗର ଅଭିଧାନ ଅନୁସାରେ ସଂଗୀତରେ ସାତସ୍ୱରର ଆରୋହଣ-ଅବତରଣର କ୍ରମକୁ ସରଗମ୍ କୁହାଯାଏ।
ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୮୨୫୪ତମ ପୃଷ୍ଠାରେ ଏ ଶବ୍ଦ ସ୍ଥାନିତ ହୋଇଛି । ସେଠି ଏହାର ଦୁଇଟି ଅର୍ଥର ଉଲ୍ଲେଖ ରହିଛି ।
କ. ସପ୍ତସ୍ବରର କ୍ରମଗତି
ଏବଂ
ଖ. ସଂଗୀତର ମୌଳିକ ସ୍ବରମାନ !!
ଭାଷାବିତମାନେ ଏ ଶବ୍ଦର ସୃଷ୍ଟିକୁ ନେଇ ଦୁଇଗୋଟି ସମ୍ଭାବନା ବ୍ଯକ୍ତ କରିଛନ୍ତି,
୧. ସପ୍ତସ୍ବର ମଧ୍ଯରେ “ସା, ରେ, ଗା, ମା” ର ପରିବର୍ତ୍ତିତ ରୂପ — ସରଗମ୍ !
[ସାରେଗାମା > ସାରେଗମ୍ > ସର୍ଗମ୍]
ଏବଂ
୨. ସ୍ୱରଗ୍ରାମ ଶବ୍ଦରୁ ପରିବୃତ ହୋଇ ସୃଷ୍ଟ ଦେଶଜ ରୂପ ସର୍ଗମ୍ !
[ସ୍ବରଗ୍ରାମ > (ସ)ସୁରଗାରାମ୍ > ସରଗମ୍ > ସର୍ଗମ୍] ! ! !
ଏ ଶବ୍ଦଟି ଯଦି ସ୍ବରଗ୍ରାମର ଦେଶଜ ରୂପ ତେବେ ଏହା ଆରବୀୟ ଭାଷା ବ୍ଯାକରଣ ଆଧାରରେ ଜାତ ଶବ୍ଦ ଭଳି ଲାଗିଥାଏ। ଆରବକୁ ଯାଇ ଚଳୁଥିବା ଅଧିକାଂଶ ଭାରତୀୟ ଶବ୍ଦରୁ ମାତ୍ରା, କାର ଓ ଫଳା ଉଠେଇ ଦେଇ ବ୍ଯବହାର କରାଯାଏ । ଏଇ ଯେମିତି ଭାରତୀୟ ଶର୍କ୍କରା ଶବ୍ଦଟି ଆରବକୁ ଯାଇ ଶକ୍କର ହୋଇ ଫେରିଛି । ଉତ୍ତର ଭାରତରେ ଆରବୀ ପାର୍ସୀର ପ୍ରବଳ ପ୍ରଭାବ ଯୋଗୁଁ ଏଭଳି ହୋଇଥିବା ଅସମ୍ଭବ ନୁହେଁ।
© ଶିଶିର ସାହୁ ମନୋଜ
~ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ~ ଗବେଷଣା ଓ ଉପସ୍ଥାପନା: ସନ୍ତୋଷ କୁମାର ପଟ୍ଟନାୟକ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରର ଇତିହାସ…
~ ଚଢେୟା ନାଟ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ଜନଜୀବନ ନାନାବିଧ ପ୍ରଥା, ପରମ୍ପରା ଓ ଐତିହ୍ୟ-ସମୃଦ୍ଧ ଓ…
~ ଲଙ୍କାପୋଡ଼ି ଯାତ୍ରା ~ ଉପସ୍ଥାପନା: ଦେଵ ତ୍ରିପାଠୀ ଐତିହାସିକ ସଂଗ୍ରାମୀ ଚରିତ୍ର ଦୋରା ବିଷୋୟୀଙ୍କ ଜନମମାଟି କନ୍ଧମାଳ (ତତ୍କାଳୀନ…
~ ଉତ୍କଳ ସାହିତ୍ୟ ସମାଜ ~ ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇତୃତୀୟାଂଶ କାଳରେ ଓଡ଼ିଶାର ଜାତୀୟ…
~ ହୋଲି ~ ଲେଖା: ରୁପେଶ୍ୱର କୁମ୍ଭାର ପ୍ରାଚୀନ କାଳରୁ ଭାରତରେ ହୋଲି ପର୍ବ ସବୁବର୍ଗର ଲୋକୋମନେ ପାଳନ କରିଆସୁଛନ୍ତି…
~ ଉତ୍କଳରେ କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା ~ ଉପସ୍ଥାପନା: ନୟାଗଡ଼ ଇତିହାସ ଓଡ଼ିଶା ଇତିହାସ ଲେଖକ ପଣ୍ଡିତ…