ଲେଖା: ଶିବାଶିଷ ମ‌ହାପାତ୍ର
ଓଡ଼ିଶାରେ ପାଳନ କରାଯାଏ ବାର ମାସରେ ତେର ପର୍ବ ଏବଂ ଏହା ବ୍ୟତୀତ ଥାଏ ଅନେକ ଗୁଡିଏ ନୀତିକାନ୍ତି । ଓଡ଼ିଶାର ଆରାଧ୍ୟ ଦେବତାଙ୍କୁ କେନ୍ଦ୍ର କରି ବିଭିନ୍ନ ପର୍ବପର୍ବାଣୀ ପାଳିତ ହୁଏ । ଏସବୁ ପାର୍ବଣ ଦିନ ମାନଙ୍କରେ ହୋଇଥାଏ ସ୍ବତନ୍ତ୍ର ନୀତି ନିୟମ ଶ୍ରୀମନ୍ଦିରରେ । ଭିନ୍ନ ଭିନ୍ନ ପ୍ରାନ୍ତରେ ଅଲଗା ଅଲଗା ଶୈଳୀରେ ପାଳନ କରାଯାଏ ଏହି ପର୍ବ । ଭାଦ୍ରବ ମାସର ଅମାବାସ୍ୟାକୁ “ସପ୍ତପୁରୀ ଅମାବାସ୍ୟା, କୁଶୋତ୍ପାଟିନୀ ଅମାବାସ୍ୟା ବା କୁଶଗ୍ରହଣୀ ଅମାବାସ୍ୟା” ଭାବରେ ପାଳନ କରାଯାଏ । ଏହି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଭଗବାନ ଜଗନ୍ନାଥଙ୍କଠାରେ ସପ୍ତପୁରୀ ଭୋଗ ଲାଗିଥାଏ । ଶ୍ରୀଜୀଉଙ୍କର ଏହିଦିନ ବିଶେଷ ପୂଜାନୀତି ଅନୁଷ୍ଠିତ ହେବା ସହ ସେବାୟତଙ୍କଦ୍ୱାରା ଏକ ବଡ଼ “ସପ୍ତପୁରୀ” (ସାତପୁରୀ) ପ୍ରସ୍ତୁତ କରାଯାଇ ଠାକୁରଙ୍କଠାରେ ଭୋଗଲାଗି ହୋଇଥାଏ । ଏହାକୁ “ସପ୍ତପୁରୀ ତାଡ଼” ମଧ୍ୟ କୁହାଯାଇଥାଏ । ଏହି ଦିନ ଶ୍ରୀ ନୀଳମାଧବଙ୍କ ପାଖରେ ମଧ୍ୟ ଲାଗିଥାଏ ସାତପୁରୀ ପିଠାର ଭୋଗ ।
କିନ୍ତୁ ଐତିହାସିକ ସହର ସୁବର୍ଣ୍ଣପୁର ବା ସୋନପୁରରେ ଏହି ସପ୍ତପୁରୀ ଅମାବାସ୍ୟା ପାଳନ କରାଯାଏ ଏକ ଭିନ୍ନ ଢ଼ଙ୍ଗରେ । କିମ୍ବଦନ୍ତୀ ଅନୁସାରେ ଏହି ପ୍ରାଚୀନ ସହରକୁ “ପଶ୍ଚିମ ଲଙ୍କା” ବୋଲି ଅବିହିତ କରିଥାନ୍ତି ଏବଂ ଏହି କ୍ଷେତ୍ରର ପ୍ରାଚୀନତମ ଦେବୀ ହେଉଛନ୍ତି “ମା ଲଙ୍କେଶ୍ବରୀ” । କାହିଁ କେଉଁ ଆବହମାନ କାଳରୁ ଏହି ଅଞ୍ଚଳରେ “ସପ୍ତପୁରୀ ଅମାବାସ୍ୟା” ପାଳିତ ହୋଇଥାଏ “ଲଙ୍କାପୋଡ଼ି” ଭାବରେ । ମାଟି ଏବଂ କାଠ ତିଆରି ହାତୀ, ଘୋଡ଼ା ତଥା ମାଙ୍କଡ଼ମାନଙ୍କର ଥାଏ ବିଶେଷ ଚାହିଦା । ହାତୀ, ଘୋଡ଼ା ସବୁ ଧରି ଦିନ ସାରା ଖେଳନ୍ତି ପିଲା ।ରାତି ହେଲେ ମାଙ୍କଡ଼ ଲାଞ୍ଜରେ ନିଆଁ ଲଗାଇ ପିଲାମାନେ କରିଥାନ୍ତି ନଗର ପରିକ୍ରମା । ନଗର ପରିକ୍ରମା ପରେ ସ୍ଥାନୀୟ ସମଲେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇଥାନ୍ତି ସମସ୍ତେ । ପରେ ବିଶେଷ ପୂଜା ଅନୁଷ୍ଠିତ ହୋଇଥାଏ ଏବଂ ସହରର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପୋଡ଼ାଯାଇଥାଏ ଏସବୁ ଖେଳନା ।
ଝିଅ ପିଲାଙ୍କ ପାଇଁ ମଧ୍ୟ ଆଣିଥାଏ ଅନେକ ଖୁସିର ସମ୍ଭାର । ସାହି ସାହି ହୋଇ ବିଭିନ୍ନ ପ୍ରକାରର ମାଟି ତିଆରି ଖେଳନାରେ ଖେଳ ଖେଳିଥାନ୍ତି । ଏସବୁ ଖେଳନାକୁ କୁହାଯାଏ କୁଣ୍ଢି କାଞ୍ଚି । ସାହିର‌ ଗୋଟିଏ ଝିଅକୁ ବୋହୂ ସଜେଇ ନେଇ ଯାଆନ୍ତି ନିକଟସ୍ଥ ବନ୍ଧ ବା ପୋଖରୀକୁ । ସେଇଠୁ ପାଣି ଆଣି ପୂଜା କରନ୍ତି ହନୁମାନଙ୍କୁ । ସେହି ମାଟିର କୁଣ୍ଢି କାଞ୍ଚିରେ ଲିଆ, ନଡ଼ିଆ, ଖଇ ଦେଇ ପୂଜା କରି ଭୋଗ ଲଗାନ୍ତି ହନୁମାନଙ୍କ ପାଖରେ । ପରେ ଏହି ଭୋଗ ସାହିର ସବୁ ଘରେ ଦେଇ ଆସନ୍ତି ।
ଏହି ଦିନ ସହର ସାରା ଅନୁଷ୍ଠିତ ହୋଇଥାଏ ବିଭିନ୍ନ ପୂଜା ଅର୍ଚ୍ଚନା । ଘର ମାନଙ୍କରେ ଦେଖାଯାଇଥାଏ ବିଭିନ୍ନ ପ୍ରକାରର ଖିରି ପିଠା ମଣ୍ଡାର ସମ୍ଭାର  । ସ୍ଥାନୀୟ ଲୋକଙ୍କ ମତ ତଥା ବିଶ୍ବାସ ଅନୁସାରେ ଆଜିର ଦିନରେ ପ୍ରଭୁ ଶ୍ରୀହନୁମାନ ନିଜ ଲାଞ୍ଜରେ ନିଆଁ ଲଗାଇ ପୋଡ଼ି ରଚିଥିଲେ ଧ୍ବଂସ ଲୀଳା ସୁବର୍ଣ୍ଣ ଲଙ୍କା ସହରରେ । ଏହି ଦିନକୁ ମନେପକାଇ ପ୍ରତିବର୍ଷ ଏହି ଭାଦ୍ରବ ମାସ ଅମାବାସ୍ୟା ଦିନ ପାଳନ କରାଯାଏ “ଲଙ୍କାପୋଡ଼ି” ଭାବରେ ଏହି ଐତିହାସିକ ପଶ୍ଚିମ ଲଙ୍କା ସହରରେ ।
Courtesy: Odisha Stories
Spread the love
admin

Recent Posts

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

11 hours ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

12 hours ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

12 hours ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

1 week ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

2 weeks ago