ଲେଖା: ଦେଵ ତ୍ରିପାଠୀ
୧୯୧୩ ମସିହା ଖରାଦିନ । ଓଡ଼ିଶା ମାଟିର ଜାତୀୟଗୌରବ ଶତାବ୍ଦୀର ସୂର୍ଯ୍ୟ କୁଳବୃଦ୍ଧ ମଧୁସୂଦନ ଦାସ ଆସି ସବୁକିଛି ବୁଲି ଦେଖୁ ଦେଖୁ ପ୍ରଶଂସା ମୁଖରିତ ହୃଦୟରେ କହିପକାଇଲେ, “ଏ ମାଟିରେ ନାଳନ୍ଦାଟିଏ ଠିଆ କରିଦେଲ ଗୋପବନ୍ଧୁ ! ଏ ବିଦ୍ୟାଳୟକୁ ତ ଇଟାପଥର କି ଟଙ୍କାରେ ଗଢିନ; ରକ୍ତ, ମାଂସ ଓ ମସ୍ତିଷ୍କରେ ଗଢିଛ । ଏଠାକାର ପିଲାମାନେ ଗୋଟିଏ ଗୋଟିଏ ଜୀବନ୍ତ ବୋମା।” ହେଲେ ମହାନୁଭବ ଋଷିପ୍ରତିମ ଗୋପବନ୍ଧୁଙ୍କ ଓଠର ପଞ୍ଜୁରୀ ଖୋଲି ଉଡିଗଲା କଥାପଦକ, ସ୍ମିତହସ ସହିତ -“ମୁଁ ନୁହେଁ, ନୀଳକଣ୍ଠ” । ଏକଥା ସ୍ବୟଂ ନୀଳକଣ୍ଠ ତାଙ୍କ ଆତ୍ମଜୀବନୀରେ ସ୍ବୀକାରିଛନ୍ତି ।
ତେବେ ଜାତୀୟଗୌରବଙ୍କ ପ୍ରଶଂସାରେ ସିକ୍ତ ହୋଇଯାଇଥିବା ସେଇ ମାଟି ଥିଲା କେଉଁ ଏକ ଅଜଣା ଦେବତାର ଆଶିଷରେ ଗଢ଼ା । କେବେ ଦିନେ ମହର୍ଷି ଭକ୍ତକବି ମଧୁସୂଦନ ପାଇଥିଲେ ସେ ମାଟିର ବାସ୍ନା । ଏହାର ଗହଳ ବଉଳ ଛୁରିଅନା ଗଛମେଳରେ ମହକି ଉଠୁଥିଲା ଉଦ୍ଗତ କେତେ ଆତ୍ମାର ପ୍ରାର୍ଥନା । ମହାପ୍ରଭୁ ସାକ୍ଷୀଗୋପିନାଥଙ୍କ କ୍ଷେତ୍ରର ଅନତିଦୂରର ବିଭୁ ଚେତନାରେ ପରିପୁଷ୍ଟ ସେ ଭୁଇଁ ଦିନେ ପାଲଟି ଯାଇଥିଲା ଭାରତବର୍ଷର ଏକ ବିରଳ ସାଧନାର ସ୍ବର୍ଗ । ସେଠି ସାକାର ହେଲା ଜଣେ ମାନବବାଦୀ ଦେବତାର ସ୍ବପ୍ନ: ଚିରନ୍ତନ ଶାନ୍ତି, ଜ୍ଞାନ, ପ୍ରଜ୍ଞା ଓ ଧୀଶକ୍ତିର କାନନ – ସତ୍ୟବାଦୀ ବନବିଦ୍ୟାଳୟ
ଋଷିପ୍ରତିମ ସତ୍ତା ଓ ସୃଜନର ସମୁଜ୍ଜ୍ୱଳ ଏବଂ ଏକ ଦୁର୍ଲଭ ପ୍ରତିଭା ଭାରତମଣି ଗୋପବନ୍ଧୁଙ୍କ ସତ୍ୟବାଦୀ ବନବିଦ୍ୟାଳୟ ଥିଲା ବିଂଶ ଶତାବ୍ଦୀର ଆଶ୍ରମ । ସେ ଆଶ୍ରମ ଥିଲା ଈଶ୍ୱରଙ୍କ କରୁଣାରେ ଭରପୁର । ସେଠି ବିଦ୍ୟାର୍ଥୀ ମୁକ୍ତ ଆକାଶ ତଳେ, ବୃକ୍ଷ ଛାଇରେ ବସି ବିଦ୍ୟାଭାସ କରୁଥିଲେ । କଳାର ପ୍ରାୟୋଗିକ ପରୀକ୍ଷାଗାରରେ ସେଠି ଆତ୍ମିକ ବିକାଶ ପାଇଁ ଅପରିସୀମ ସ୍ବାଧୀନତା ଥିଲା ଶିକ୍ଷାର ମୌଳିକ ମନ୍ତ୍ର । ମଣିଷ ସେଠି ରୂପାନ୍ତରିତ ହେଉଥିଲା, କଳା ସଂସ୍କୃତି, ଜ୍ଞାନ, ତପସ୍ୟାର ପରିପୂର୍ଣ୍ଣ ଝରଣାରେ ।
ଏବେ ମଧ୍ୟ ବନବିଦ୍ୟାଳୟର ସେହି ଅରଣ୍ୟ ପରିବେଷ୍ଟିତ କ୍ଷେତ୍ର ଭିତରେ ବୁଲିଲାବେଳେ ଅନୁଭବ କରିହୁଏ ପ୍ରେମପୟୋଧି ବ୍ରହ୍ମବାଦୀ ଗୋପବନ୍ଧୁଙ୍କ ଦରଦୀ କଣ୍ଠସ୍ୱର:
“ପ୍ରେମଭାବେ ଯା’ର ଅନ୍ତର ପୂରିତ,
ବିଶ୍ୱପ୍ରାଣୀହୃଦ ତା’ ହୃଦେ ଅଙ୍କିତ ।”
ସତେ ଯେମିତି କେଉଁ ଅରଣ୍ୟରୁ ଉକୁଟି ଉଠୁଛି ତଲ୍ଲୀନ ତନ୍ଦ୍ରାବିଭୋର ଶିଳ୍ପୀର ରାଗସଙ୍ଗୀତ । ସତ୍ୟବାଦୀ ବନବିଦ୍ୟାଳୟ ପରି ପୁଣ୍ୟଭୂମିରେ କାନଡ଼େରି ଶୁଣିଲେ ଶୁଭେ ପଣ୍ଡିତ ଗୋଦାବରୀଶ, ବିଜ୍ଞ ନୀଳକଣ୍ଠ, ଋଷିପ୍ରତିମ ହରିହର ଓ ପ୍ରାଜ୍ଞ କୃପାସିନ୍ଧୁଙ୍କ ଜ୍ଞାନସିକ୍ତ ବାଣୀ । ସେଠି ଅନୁଭବ କରିହୁଏ ସେଇ ସାଧନା ଓ ସୃଜନର ସଂକଳ୍ପ, ଆହୁରି ମଧ୍ୟ ସେଠି ଅନୁଭବ କରିହୁଏ ଚରିତ୍ର ନିର୍ମାଣର ପ୍ରେରଣାର ଅସ୍ତଗାମୀ କରୁଣ ଦୃଶ୍ୟାବଳୀକୁ . .
ଫଟୋ ସୈାଜନ୍ୟ: “ସମାଜ” ଏବଂ ଡାକ୍ତର ସନତ କୁମାର ଦାଶ
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago