ଲେଖା: ପୁଷ୍ପାଞ୍ଜଳି ପଣ୍ଡା
~ ଶ୍ରୀ ସିଦ୍ଧବଳଦେବଜୀଉଙ୍କ ସଖୀବଟ ~
ପୁରୀ ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥଙ୍କ ଲାଗି ଶ୍ରେଷ୍ଠକ୍ଷେତ୍ରର ମାନ୍ୟତା ପାଉଥିଲା ପରି ପରି ତୁଳସୀକ୍ଷେତ୍ର କେନ୍ଦ୍ରାପଡା ଶ୍ରୀ ବଳଦେବଜୀଉଙ୍କ ଲାଗି ପ୍ରସିଦ୍ଧ । ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବ ମଣିବ୍ରହ୍ମ, ଶିଳାବିଗ୍ରହ ଯାହା ଅନ୍ୟତ୍ର ବିରଳ। ଅନେକ ପୌରାଣିକ ତଥ୍ୟାବଳୀ ଓ କିମ୍ବଦନ୍ତୀ ଏ କ୍ଷେତ୍ର କୁ ଆକର୍ଷଣୀୟ କରିଗଢ଼ି ତୋଳିଛି। ଏ କ୍ଷୁଦ୍ର ପ୍ରବନ୍ଧର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶ୍ରୀ ବଳଦେବଜୀଉ ଓ ସଖୀବଟର ସଂପୃକ୍ତି ଯାହା ଅନ୍ୟ ଦେବାଦେବୀଙ୍କଠାରୁ ଭିନ୍ନ ଅଟନ୍ତି ତାର ଏକ ସମ୍ୟକ ଆଲୋକପାତ କରିବା।କନ୍ଦରାସୁରକୁ ମାରି, ତୁଳସୀଙ୍କୁ ବିବାହ କରି ସ୍ଥାପନା କରିଥିବା କନ୍ଦରାସୁରର ରାଜ୍ୟ କେନ୍ଦ୍ରାପଡାର ଆରାଧ୍ୟଦେବତା ଶ୍ରୀ ସିଦ୍ଧ ବଳଦେବଜୀଉ।
ସେହିପରି ଭକ୍ତ ଓ ଭଗବାନଙ୍କ ସଂପର୍କର ମୂକସାକ୍ଷୀ କେନ୍ଦ୍ରାପଡାର ଗୁପ୍ତକ୍ଷେତ୍ର ସଖୀବଟ । ଏହି କ୍ଷେତ୍ରଟି ସହ ପଞ୍ଚସଖା ଓ ମହାପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ସମ୍ପର୍କ ଥିବାରୁ ଏହା ଏକ ଧର୍ମପୀଠ ଭାବେ ପରିଚିତ । ଏବେକାର ଇଛାପୁର ଠାରେ ଥିବା ମନ୍ଦିର ନିର୍ମାଣ ହେବା ପୂର୍ବରୁ ଶ୍ରୀବଳଦେବଜୀଉ ସଖୀବଟ ଠାରେ ୯ ବର୍ଷ କାଳ ପୂଜା ପାଇଥିଲେ । ଏଠାରେ ପ୍ରାୟତଃ ୧.୩ ଏକର ସ୍ଥାନରେ ବ୍ୟାପ୍ତ ବରଗଛଟିକୁ ୫ଶହ ମୁଖ୍ୟ ଓହଳ ଓ ଶାଖା ଓହଳ ମାଟିରେ ଶକ୍ତଭାବେ ଧରି ରଖିଛନ୍ତି । ଗୁପ୍ତକ୍ଷେତ୍ରର ନାମକରଣ ପ୍ରସଙ୍ଗରୁ ଜଣାଯାଏ ଯେ ମୋଗଲ ରାଜତ୍ୱ କାଳରେ ଯବନମାନଙ୍କ ଆକ୍ରମଣ ଆଶଙ୍କା ଥିବାରୁ ସିଦ୍ଧ ବଳଦେବଜୀଉଙ୍କୁ ୧୬୫୮ରୁ ୧୬୭୦ ଦୀର୍ଘ ୧୨ବର୍ଷ କାଳ ଏହିଠାରେ ଗୁପ୍ତ ଭାବରେ ରଖାଯାଇଥିଲା । ତେଣୁ ଏହି ସ୍ଥାନକୁ ଗୁପ୍ତପୀଠ ନାମରେ ନାମିତ କରାଯାଇଛି ।
ଶ୍ରୀ ବଳଦେବଜୀଉ ହଳମୂଷଳଧାରୀ, ଓଡ଼ିଆ ଚଷାଭାଈଙ୍କ ଆରାଧ୍ୟ। କିଛି କିମ୍ବଦନ୍ତୀ ଅନୁସାରେ ପାଖ ଗ୍ରାମର ସଖୀ ନାମକ କନ୍ୟା ତେଲିପାଟଣା ଗ୍ରାମରେ ବିବାହ କରିଥିଲା । କୁମାରୀ ଜୀବନରୁ କନ୍ୟାଟି ସେଠାରେ ଥିବା ଏକ ବଟବୃକ୍ଷକୁ ପୂଜା କରୁଥିଲା । ଦେବଅଂଶୀ କନ୍ୟାଟି ଦିନରେ ସାମାଜିକ ବାସନ୍ଦ ଭୟରେ ଶାଶୁଘରୁ ରାତିରେ ଏହି ବିଶାଳ ଗଛ ନିକଟକୁ ଆସି ପୂଜା କରି ରାତି ପାହିବା ପୂର୍ବରୁ ଫେରିଯାଉଥିଲା । କିଛିଦିନ ଏପରି କରନ୍ତେ ଦିନେ ତା’ସ୍ୱାମୀର ନିଦ ଭାଙ୍ଗିଯିବାରୁ ପାଖରେ ସଖୀକୁ ନ ପାଇ ସନ୍ଦେହ କରିଥିଲା । ପରେ ସ୍ୱାମୀର ତିରସ୍କାର ଶୁଣି ସତକଥା କହିସାରି ତା’ ପ୍ରାଣବାୟୁ ଚାଲିଗଲା । ସ୍ୱାମୀ ପଶ୍ଚାତାପ ତଥା ଭକ୍ତିରେ ସମସ୍ତ ବିଷୟ ଲୋକଙ୍କୁ କହିବା ସହ ବିଶାଳ ବରଗଛ ତଳେ ପୂଜା ପାଉଥିବା ବଟକୁ ଦେଖିଥିଲେ । ସେହି ଦିନଠାରୁ ସଖୀ ପୂଜା କରୁଥିବା ବଟକୁ ସଖୀବଟ ଭାବରେ ନାମିତ କରାଯାଇଥିଲା । ସଖୀ ତ ଶ୍ରୀ ବଳଦେବଜୀଉଙ୍କର ଅତ୍ୟନ୍ତ ନିକଟତର ଥିଲା।ତେଣୁ ଜନମାନସରେ ଏବେ ବି ତାର ଭକ୍ତି ଓ ପରାକାଷ୍ଠା ଆଲୋଚ୍ୟ ଓ ସୁଖପାଠ୍ୟ।
ଏହି ସଖୀବଟ ପୀଠର ଇତିହାସ ସହ କେନ୍ଦ୍ରାପଡାର ଇଚ୍ଛାପୁର ଠାରେ ଥିବା ଶ୍ରୀବଳଦେବଜୀଉଙ୍କ ମନ୍ଦିର ପ୍ରତିଷ୍ଠାର ସଂପର୍କ ବହୁ ପୁରୁଣା। କୁଜଙ୍ଗ ରାଜା ଗୋପାଳ ଷଣ୍ଢ ଦିନେ ନୌକାରେ ଯାତ୍ରା କଲାବେଳେ ଅଦ୍ଭୁତ ବାସ୍ନାରେ କୌତୁହଳି ହୋଇ ଯାଇ ଦେଖିଲେ ଶ୍ରୀ ସିଦ୍ଧବଳଦେବଜୀଉ ଏକ ବଟବୃକ୍ଷ ତଳେ ବିରାଜମାନ କରୁଛନ୍ତି। ସେ ଭାବିଲେ ପ୍ରଭୂଙ୍କୁ ନେଇ କୁଜଙ୍ଗଗଡ଼ରେ ସ୍ଥାପନା କରିବାକୁ । ଶ୍ରଦ୍ଧା ଓ ଭକ୍ତି ପୂର୍ବକ ଶ୍ରୀବିଗ୍ରହଙ୍କୁ ନେଇ ଯାତ୍ରା ଆରମ୍ଭରୁ ହିଁ ପ୍ରଭୁ ଇଛାକରି ଅଟକିଗଲେ ଇଛାପୁର ଠାରେ। କୁଜଙ୍ଗ ରାଜା ଓ ଛେଦରା ରାଜାଙ୍କ ମିଳିତ ସହଯୋଗରେ ନିର୍ମାଣ ହେଲା ବଳଦେବଜୀଉଙ୍କ ମନ୍ଦିର।
ଏବେକାର କେନ୍ଦ୍ରାପଡା ଶ୍ରୀ ବଳଦେବଜୀଉଙ୍କ ପାଇଁ ତୁଳସୀକ୍ଷେତ୍ର ନାମରେ ନାମିତ। ତାଙ୍କ ଅସ୍ତ୍ର ଓ ବେଶଭୂଷାକୁ ବିଷ୍ଳେଶଣ କଲେ ଜଣାପଡେ ଯେ କୃଷି ହିଁ ମୁଖ୍ୟ ଆଧାର ଜୀବନ ଧାର, ଯାହା ସେ ଅନ୍ୟ ଦେବତାଙ୍କ ଠାରୁ ଅଲଗା ବାରି ହୋଇଇପଡନ୍ତି। ସଖୀବଟ ଠାରେ ଶ୍ରୀ ବଳଦେବଜୀଉଙ୍କ ନିତୀକାନ୍ତି ଏବେବି ଚାଲୁଛି। ନଦୀ ତଟର ପ୍ରସସ୍ତ ଶଯ୍ୟାରେ ଘଞ୍ଚ ବୃକ୍ଷରାଜି ପରିଵେଷ୍ଟିତ ସଖୀବଟ ଯଦିଚ ପର୍ଯ୍ୟଟନ ର ମାନ୍ୟତା ଲାଭ କରିଛି, ଗମନାଗମନର ଉପଯୁକ୍ତ ବ୍ୟବସ୍ଥା ବା ଉନ୍ନତି ହୋଇନାହିଁ। ତେଣୁ ଏ ଦିଗରେ ସମସ୍ତଙ୍କ ର ପ୍ରୟାସ ଏକାନ୍ତ କାମ୍ୟ।
© ପୁଷ୍ପାଞ୍ଜଳି ପଣ୍ଡା
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 days ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

3 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

1 month ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago