ଲେଖା: ଶ୍ରୀକାନ୍ତ ସିଂହ
~ ଘୋରଡ଼ିଆ ସୋମନାଥ ମନ୍ଦିର ~
ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ଯେଉଁ କେତୋଟି ପ୍ରାଚୀନ ମନ୍ଦିର ଓ ମଠ ରହିଛି ସେଥିମଧ୍ୟରେ ଘୋରଡ଼ିଆ ଗ୍ରାମର ଶ୍ରୀ ସୋମନାଥ ମନ୍ଦିର ହେଉଛି ସର୍ବ ପୁରାତନ l ଅନ୍ୟ ଦୁଇ ମହାଦେବ ମନ୍ଦିର ଯଥା ଶ୍ରୀ ବଣିବକ୍ରେଶ୍ୱର ମନ୍ଦିର ଓ ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବ ମନ୍ଦିର ଯାହାକି ପରବର୍ତ୍ତୀ ସମୟରେ ନିର୍ମାଣ ହୋଇଥିଲା l
ବର୍ତ୍ତମାନ ସମୟରେ ଘୋରଡ଼ିଆ ସୋମନାଥ ମନ୍ଦିର ଓ ବଣିବକ୍ରେଶ୍ୱର ମନ୍ଦିର ଦୁଇଟି ଦଣ୍ଡାୟମାନ ଥିବାବେଳେ, ପ୍ରାଚୀନ ନୀଳକଣ୍ଠେଶ୍ଵର ମହାଦେବ ମନ୍ଦିରଟି ଦୟା ନଦୀ ଗର୍ଭରେ ଲୀନ ହୋଇଯାଇଛି l ପରବର୍ତ୍ତୀ ସମୟରେ ନଦୀ କୂଳରେ ଆଉ ଏକ ନୂତନ ମନ୍ଦିର ନିର୍ମାଣ କରାଯାଇ ସେଠାରେ ନୀଳକଣ୍ଠେଶ୍ଵର ମହାଦେବଙ୍କୁ ପୂଜା କରାଯାଉଥିବା ସ୍ଥାନୀୟ ନିବାସୀ ଗଙ୍ଗାଧର ବାବୁ ଯାହା କୁହନ୍ତି l
ଏହି ଘୋରଡ଼ିଆ ସୋମନାଥ ମନ୍ଦିର ସୋମବଂଶୀ ଶାସନର ପରବର୍ତ୍ତୀ ଗଙ୍ଗବଂଶୀ ଶାସନ ସମୟରେ ଏକାଦଶ ବା ଦ୍ୱାଦଶ ଶତାବ୍ଦୀରେ ନିର୍ମାଣ ହୋଇଥିବା ଅନୁମାନ କରାଯାଏ l ମନ୍ଦିରଟି ଖୁବ୍ ପ୍ରାଚୀନ ଓ ଜରାଜୀର୍ଣ୍ଣ l ଜରାଜୀର୍ଣ୍ଣ ଏହି ମନ୍ଦିରଟିର ମରାମତି କାର୍ଯ୍ୟ ଏବେ ଚାଲିଛି l ହେଲେ ଦୁଃଖର କଥା ହେଲା, ସାଧାରଣ ରାଜମିସ୍ତ୍ରୀଙ୍କ ଦ୍ୱାରା ସିମେଣ୍ଟରେ ଯୋଡ଼େଇ ଓ ପଲସ୍ତରା କାର୍ଯ୍ୟ ହେଉଥିବାରୁ ସୁକ୍ଷ୍ମ ପସ୍ତର କାରୁକାର୍ଯ୍ୟ ସବୁ ସିମେଣ୍ଟ ତଳେ ଲୁଚିବାକୁ ବସିଲାଣି l
ମନ୍ଦିରଟି ଆକାର ଓ ଉଚ୍ଚତାରେ ବୃହତ ନ ହେଲେବି କାରୁକାର୍ଯ୍ୟପୂର୍ଣ୍ଣ ଓ ସୁନ୍ଦର ମନ୍ଦିର l ରେଖ ଶୈଳୀର ବିମାନକୁ ପୀଢ଼ ଶୈଳୀର ଜଗମୋହନ ରହିଥିବାବେଳେ ଏହା ଏକ ପଞ୍ଚ ଆୟତନ ବିଶିଷ୍ଟ ମନ୍ଦିର l ମୂଳ ବିମାନ ସହିତ ଚତୁଃପାର୍ଶ୍ଵ କୋଣରେ ଆଉ ଚାରିଗୋଟି ଛୋଟ ମନ୍ଦିର ରହିଛି l ମନ୍ଦିର ଗାତ୍ରରେ ସୁନ୍ଦର କାରୁକାର୍ଯ୍ୟ ସହିତ ପାର୍ଶ୍ଵ ଦେବଦେବୀଙ୍କ ପ୍ରତିମା ଦେଖିବାକୁ ମିଳେ l ପ୍ରସିଦ୍ଧ ବଣିବକ୍ରେଶ୍ୱର ମନ୍ଦିର ଠାରୁ ଅଳ୍ପ ଦୂର ଘୋରଡ଼ିଆ ଗ୍ରାମରେ ଏହି ପ୍ରାଚୀନ ମନ୍ଦିରଟି ଦେଖିହେବ l
ସମୟ ଓ ସୁଯୋଗ ଦେଖି ବର୍ଷର ଯେ କୌଣସି ସମୟରେ ଏହି ପ୍ରାଚୀନ କୀର୍ତ୍ତିରାଜି ସୋମନାଥ ମନ୍ଦିର ବୁଲି ଯାଇହେବ l
ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରା
Spread the love
admin

Recent Posts

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

12 hours ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 days ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

5 days ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

7 days ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 week ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 week ago