All Rights ReservedView Non-AMP Version
  • Homepage
  • ଓଡ଼ିଶାର ବରପୁତ୍ର
  • ମହାମନିଷୀଗଣ
ମହାମନିଷୀଗଣ

ଶ୍ରୀପତି ମିଶ୍ର

ଲେଖା: ଦେଵ ତ୍ରିପାଠୀ

ଆମ ରାଜ୍ୟ ଓଡ଼ିଶାର ସ୍ବତନ୍ତ୍ରତା କିମ୍ବା ଆମ ଦେଶର ସ୍ବାଧୀନତା ପାଇଁ ଅତୀତରେ କେତେ କେତେ ଆନ୍ଦୋଳନ ନ ହୋଇଛି, ମାତ୍ର କାଳକ୍ରମେ ସେ ସଂଗ୍ରାମୀ ମାନେ ଆଜି ଵିସ୍ମୃତ ! ସେମାନଙ୍କ ତ୍ୟାଗ, ତିତୀକ୍ଷା ତଥା କଷ୍ଟସାଧ୍ୟ ଆନ୍ଦୋଳନ ସମ୍ବନ୍ଧରେ ଆଜିର ଯୁଵପିଢି ଅଜ୍ଞ ! କାରଣ ସେସବୁ ସଂଗ୍ରାମ ବିଶେଷ ଗବେଷଣାର ପରିସରଭୁକ୍ତ ହୋଇପାରିନି !

୧୮୯୫ ମସିହାରେ ଆମ ସମ୍ବଲପୁର ମାଟି ଏବଂ ଆଖପାଖ ଗଡ଼ଜାତ ଅଞ୍ଚଳରୁ ଓଡ଼ିଆ ଭାଷାକୁ ଲୋପକରି ବଦଳରେ ହିନ୍ଦୀ ଭାଷାକୁ ସରକାରୀ ଭାଷାରୂପେ ପ୍ରଚଳନ କରିବାର ଯେଉଁ ହୀନ ଚକ୍ରାନ୍ତ ମଧ୍ୟପ୍ରଦେଶୀ ଓ ଇଂରେଜମାନଙ୍କ ଦ୍ଵାରା ରଚାଯାଇଥିଲା, ତାକୁ ପ୍ରତିହତ କରିବା ପାଇଁ ସଦମ୍ଭେ ଆଗେଇ ଆସିଥିଲେ ମହନ୍ତ ବିହାରୀ ଦାସ, ମଦନମୋହନ ମିଶ୍ର, ଵ୍ରଜମୋହନ ପଟ୍ଟନାୟକ, ବଳଭଦ୍ର ସୂପକାର ଓଗେର ସ୍ବାଧୀନଚେତା ମାତୃଭାଷା ପ୍ରେମୀ ମହାମନିଷୀ ଗଣ । ତେବେ ଏଇ ନେତୃଵୃନ୍ଦ ଓଡ଼ିଆ ଭାଷା ସୁରକ୍ଷା ପାଇଁ ଜନତାକୁ ସଚେତନ କରାଇବା ସହିତ ଓଡ଼ିଆ ଅସ୍ମିତା ଜାଗରଣରେ ସଫଳ ହୋଇଥିଲେ ମଧ୍ୟ ଵ୍ରିଟିଶ କର୍ମକର୍ତ୍ତାଙ୍କୁ ଓଡ଼ିଆ ଭାଷାର ଆବଶ୍ୟକତା ତଥା ମହନୀୟତା ସମ୍ପର୍କରେ ଅବଗତ କରାଇବାକୁ ସକ୍ଷମ ହୋଇପାରି ନ ଥିଲେ ।

ଏପରି ସମୟରେ ଉଭା ହୋଇଥିଲେ ଜଣେ ମହାମନିଷୀ ଯିଏ ଆନ୍ଦୋଳନର ସମୟୋପଯୋଗୀ ଯୋଜନା, ଆବଶ୍ୟକୀୟ ଅର୍ଥ ଯୋଗାଣ ସହିତ ସଂଗ୍ରାମୀମାନଙ୍କୁ ପ୍ରୋତ୍ସାହନ ପୂର୍ବକ ଆନ୍ଦୋଳନକୁ ତୀବ୍ର କରାଇବା ସହିତ ବ୍ରିଟିଶ କର୍ମକର୍ତ୍ତାଙ୍କୁ ତଥ୍ୟ ମୂଳକ ଉପସ୍ଥାପନା ମାଧ୍ୟମରେ ଓଡ଼ିଆ ଭାଷା ପ୍ରଚଳନ ନିମନ୍ତେ ପ୍ରଵର୍ତ୍ତାଇ ପାରିଥିଲେ ।

ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପାଣ୍ଡିତ୍ୟ ଅର୍ଜନ କରିଥିବା ସେଇ ମହାସଂଗ୍ରାମୀ ଜଣକ ଉକ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ କେତେ କଷ୍ଟ ନ ସହିଛନ୍ତି ସତେ ! ନିଜର ପାର୍ଥିବ ସମ୍ପତ୍ତିକୁ ଭାଷା ସଂଗ୍ରାମ ନିମନ୍ତେ ବିନିଯୋଗ କରି ନିଜ ଜୀବନକୁ ସଂଗ୍ରାମରେ ଉତ୍ସର୍ଗ କରି ସେ ଅବା କ’ଣ ପାଇଥିଲେ ଜୀବନରେ ! ଶତ୍ରୁ ମାନଙ୍କଠାରୁ ମାଡ଼ଗାଳି, ମରଣାନ୍ତକ ଆକ୍ରମଣ, ଗୁଳିମାଡ଼, ଵନ୍ଦୀଜୀବନ, ପରିବାର ବିଚ୍ଛେଦ ! ମାତ୍ର ହାରି ନ ଥିଲେ ସେ ଯୋଗଜନ୍ମା ! ବରଂ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଅସିମୀତ ତ୍ୟାଗ ଓ ଉଦ୍ୟମ ଯୋଗୁଁ ହୋଇଗଲେ ଚିରସ୍ମରଣୀୟ !

ସେଇ ପ୍ରାତଃ ସ୍ମରଣୀୟ ଭାଷାସଂଗ୍ରାମୀ ଥିଲେ ଶ୍ରୀପତି ମିଶ୍ର ।

କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ସମ୍ବଲପୁରରେ ଉତ୍କଳ ଦର୍ପଣ ପ୍ରେସ ସ୍ଥାପନା କରାଇ ଜନସାଧାରଣଙ୍କ ନିକଟରେ ଶ୍ରୀପତି ମିଶ୍ର ମହାଶୟ ପହଞ୍ଚାଇପାରିଥିଲେ ଅସଂଖ୍ୟ ଛପାପୁସ୍ତକ, ମାତୃଭାଷାରେ ! ତାଙ୍କ ଅକୁଣ୍ଠିତ ସାହାଯ୍ୟ, ପ୍ରୋତ୍ସାହନ ଓ ଦିଗଦର୍ଶନ ରେ ସୃଷ୍ଟି ହୋଇଥିଲେ କେତେ କେତେ କବି ସାହିତ୍ୟିକ, ରଚିଥିଲେ ଅସୁମାରୀ ସାହିତ୍ୟ ସମ୍ଭାର !

ସଂସ୍କାରକ ଭାବେ ଭାଷାସଂଗ୍ରାମୀ ଶ୍ରୀପତି ମିଶ୍ର ପଶ୍ଚିମାଞ୍ଚଳର କେତେକ ପ୍ରାଚୀନ ମନ୍ଦିର ସମେତ ଦେଶର ଅସଂଖ୍ୟ ପ୍ରସିଦ୍ଧ ମନ୍ଦିର ନିମନ୍ତେ ଆଣିଥିଲେ ପ୍ରଶାସନିକ ସଂସ୍କାର ।

୧୯୩୦ ମସିହା ଜଗଦ୍ଧାତ୍ରୀ ପୂଜା ଦିବସରେ ମହାପ୍ରୟାଣ ଲଭିଥିଲେ ଏଇ ଅନନ୍ୟ ପ୍ରାତଃ ସ୍ମରଣୀୟ ଭାଷାପ୍ରେମୀ ସଂଗ୍ରାମୀ ଶ୍ରୀପତି ମିଶ୍ର ମହୋଦୟ ।

Spread the love
admin

Next ଜଗବନ୍ଧୁ ସିଂହ »
Previous « ଜନ୍ ବୀମ୍ସ୍
Share
Published by
admin
Tags: ଶ୍ରୀପତି ମିଶ୍ର
6 years ago

    Related Post

  • ଓଡ଼ିଆ ସାହିତ୍ୟର ଇତିହାସ
  • ଔପନ୍ୟାସିକ କାହ୍ନୁଚରଣ ମହାନ୍ତି
  • ନବକୃଷ୍ଣ ଚୌଧୁରୀ

Recent Posts

  • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 days ago
  • ଇତିହାସ

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

4 days ago
  • ରାଜରାଜୁଡା କ୍ଷେତ୍ର

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

7 days ago
  • ପର୍ଯ୍ୟଟନ କ୍ଷେତ୍ର

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

1 week ago
  • ଭାଷା ଓ ସାହିତ୍ୟ

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 week ago
  • ମହାମନିଷୀଗଣ

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 week ago
All Rights ReservedView Non-AMP Version
  • L