ଲେଖା: ଶ୍ରୀକାନ୍ତ ସିଂହ
~ ଶ୍ରୀଗୋବିନ୍ଦ ମନ୍ଦିର ~
ଐତିହ୍ୟମୟୀ ନଗରୀ କଟକ, ଅଭିନଵ ବାରଣାସୀ କଟକ l ହଜାର ବର୍ଷରୁ କାହିଁ କେତେ ପୁରୁଣା ସହର ଓଡ଼ିଶାର ପ୍ରାଣକେନ୍ଦ୍ର କଟକ l ଛାତି ତଳେ ଅନେକ ଇତିହାସ, ଅନେକ କଥା ଆଉ ବୀରତ୍ୱର ଗାଥା, କେତେ ଯେ ଜୟପରାଜୟ, ଉତ୍ଥାନପତନ, ଶୌର୍ଯ୍ୟବୀର୍ଯ୍ୟ, ଆବେଗଅନୁରାଗ, ଆଘାତ ସଙ୍ଘାତର ମୁକସାକ୍ଷୀ କଟକ l ନୃପ କେଶରୀ, ମର୍କତ କେଶରୀ, ସ୍ଥପତି ବାଇଧର ମୁଣ୍ଡି, ଗଙ୍ଗ ଆଉ ଗଜପତି, ମୋଗଲ ମରାଠା ଓ ଶେଷରେ ବ୍ରିଟିଶ, ସଭିଙ୍କ ଆଦର ଏ କଟକ ନଗର l
ଯେତେ ପୁରାତନ ଏହି ସହର ସେତେ ପ୍ରାଚୀନ ଏହାର ସ୍ୱର୍ଣ୍ଣିମ ଇତିହାସ l ବାରବାଟୀର ମୁଖଶାଳା ଆଜି ନିରବ, ତଥାପି ବଖାଣୁଛି ତା’ର ଅତୀତ ଗୌରବ l ସମୟର ଶାଣିତ ସ୍ରୋତରେ ମାଟିରେ ମିଶିଯାଇଛି ନବତଳ ପ୍ରାସାଦ ଆଉ ଦୁର୍ଗ ପରିସରସ୍ଥ ଶ୍ରୀଜଗନ୍ନାଥ ମନ୍ଦିର l
ଏତେ ସବୁ ଆଘାତ ଓ ସଂଘାତ ଭିତରେ ତଥାପି ମୁଣ୍ଡ ଟେକି ରହିଛି କେତୋଟି ପ୍ରାଚୀନ ସ୍ମାରକ ଓ ମନ୍ଦିର l ସେହିଭଳି ଏକ ପ୍ରାଚୀନ ମନ୍ଦିର ହେଉଛି ଶ୍ରୀଗୋବିନ୍ଦ ମନ୍ଦିର (Shree Govinda Temple, Mission Road, Cuttack) l ଶୈଳବାଳା ମହିଳା ମହାବିଦ୍ୟାଳୟ ନିକଟରେ ଥିବା ମିଶନ୍ ରୋଡ୍ ପେଟ୍ରୋଲ ପମ୍ପ ସମ୍ମୁଖରେ ରହିଛି ଏହି ମନ୍ଦିରଟି l ବାହାରକୁ ପ୍ରାୟତଃ ଦୃଶ୍ୟମାନ ହେଉ ନ ଥିବା ଏହି ମନ୍ଦିରଟି କଟକର ଏକ ପ୍ରାଚୀନ ମନ୍ଦିର ଯାହାକି ଲୋକଲୋଚନ ଠାରୁ ଅନେକ ଦୂରରେ l
ସମ୍ପୂର୍ଣ୍ଣ ମନ୍ଦିରଟି କାରୁକାର୍ଯ୍ୟ ରହିତ ମାତ୍ର ପିଢ଼ ଶୈଳୀରେ ନିର୍ମିତ ଏକ ପଥର ମନ୍ଦିର l ଉଚ୍ଚତାରେ ବହୁତ ଛୋଟ ହେଲେ ମଧ୍ୟ ମନ୍ଦିରର ସମସ୍ତ ବିଭାଗ ଯେପରିକି ନାଟମଣ୍ଡପ, ଭୋଗମଣ୍ଡପ, ଜଗମୋହନ ଓ ଗର୍ଭଗୃହ ଆଦି ଏଠାରେ ରହିଛି l
ଗର୍ଭଗୃହରେ ପଥର ବେଦୀ ଉପରେ ଶ୍ରୀ ରାଧାକୃଷ୍ଣଙ୍କ ଯୁଗଳ ପ୍ରତିମା ବିରାଜମାନ କରିଛନ୍ତି l ମାତ୍ର ଦୁଃଖର କଥା, ରାଧାରାଣୀଙ୍କ ପ୍ରାଚୀନ ମୂର୍ତ୍ତିଟି କୌଣସି ସମୟରେ ଚୋରି ହୋଇଯାଇଥିବାରୁ, ବର୍ତ୍ତମାନର ପିତଳ ମୂର୍ତ୍ତିଟି ସ୍ଥାପନ କରାଯାଇଛି l ଜଗମୋହନ ଦ୍ୱାରଦେଶର ବାମପାର୍ଶ୍ୱରେ ଶ୍ରୀବିନାୟକ ଓ ଦକ୍ଷିଣ ପାର୍ଶ୍ୱରେ ବାଗଦେବୀ ସରସ୍ବତୀଙ୍କ ପ୍ରତିମା ରହିଛି l
ଏହିଶ୍ରୀଗୋବିନ୍ଦ ମନ୍ଦିର ମୋଗଲ ଆଗମନର ବହୁ ପୂର୍ବର ବୋଲି ସ୍ଥାନୀୟ ଲୋକେ ଯାହା କୁହନ୍ତି l ତଥାପି ପାଞ୍ଚ ଶହ ବର୍ଷରୁ ଅଧିକ ପ୍ରାଚୀନ ହେବ ବୋଲି ଜଣା ପଡ଼େ l
Spread the love
admin

Recent Posts

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

5 hours ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 week ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

2 weeks ago