ଲେଖା: ମିହିର ପଟ୍ଟନାୟକ
ଓଡ଼ିଆ ଘରେ ଅନେକ ପର୍ବରେ ଶୀଳ ଶୀଳପୁଆ ପୂଜା ହେବାର ପରମ୍ପରା ରହିଛି। ବିଶେଷ କରି ଷଠିଓଷା ଓ ବୁଧେଇଓଷା ପାଳନ ବେଳେ ଏହି ଦୁଇ ପାରମ୍ପରିକ ଶୀଳ ଶୀଳପୁଆ ପୂଜା ହୋଇଥାଏ। ଏପରିକି ଶ୍ରୀମନ୍ଦିରରେ ଶ୍ରୀ ଜୀଉମାନଙ୍କ ଜନ୍ମ ଉତ୍ସବ ବେଳେ ଷଷ୍ଠୀମାର୍କଣ୍ଡପୂଜା ମଧ୍ୟ ଅନୁଷ୍ଠିତ ହୋଇଥାଏ।
କେବେ ଭାବିଛନ୍ତି କି, କ’ଣ ପାଇଁ ଏଭଳି ଶୀଳ ଶୀଳପୁଆ ପୂଜା ? ଦୁଇ ପ୍ରସ୍ତର ଖଣ୍ଡକୁ ଓଡ଼ିଆ ଘରେ ଏପରି ପୂଜା କରାଯାଏ?
ବାସ୍ତବରେ ଭାରତୀୟ ସଂସ୍କୃତି ଲିଙ୍ଗ ଓ ଯୋନୀ ଉପାସନାର ପୀଠ ବୋଲି ବହୁ ଶାସ୍ତ୍ର ବର୍ଣ୍ଣନା କରିଛନ୍ତି। ସୃଷ୍ଟି ତତ୍ୱର କାରକ ଲିଙ୍ଗ ଆଉ ଯୋନୀକୁ ପିତା ଆଉ ମାତା ଭାବେ ପୂଜା କରି ବିଶ୍ୱ ଇତିହାସରେ ନିଜ ସ୍ୱତନ୍ତ୍ରତାକୁ ପ୍ରତିପାଦିତ କରିଛି ମୋ ଭାରତ।
ଶିବ ଉପାସନାରେ ଲିଙ୍ଗ ପୂଜିତ ହେଉଥିବା ବେଳେ ଭାରତୀୟ ଶାକ୍ତ ପରମ୍ପରାରେ କାମରୂପ କମାକ୍ଷାପୀଠରେ ଶକ୍ତି ସ୍ବରୂପା ଦେବୀଙ୍କ ଯୋନୀ ପୂଜିତ ହୁଏ।
ଏହାର ସ୍ମାରକୀ, ଭାରତର ଅନେକ ଗ୍ରାମରେ ଦେଖିବାକୁ ମିଳେ। ଓଡିଶାର ଗ୍ରାମାଞ୍ଚଳମାନଙ୍କରେ ତଥା ଆଦିବାସୀ ପରମ୍ପରାରେ ମଧ୍ୟ ଗ୍ରାମଦେବୀ ଉପାସନା ଆପଣ ଶୁଣିଥିବେ। ପଥରରେ ସିନ୍ଦୁର ପ୍ରଲେପ ଦେଇ ଏ ଜାତୀ ମାତୃପୂଜାର ମହିମା ପ୍ରଦର୍ଶନ କରିଛି।
ଉତ୍କଳୀୟ ସଂସ୍କୃତିରେ ମଧ୍ୟ ଏହି ପରମ୍ପରାଟି ରହିଛି। ଉଡ୍ର ବା ଉତ୍କଳୀୟ ପରମ୍ପରାରେ ଶକ୍ତି ଭାବେ ବିମଳାଙ୍କୁ ଏବଂ ଶିବ ଭାବେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଉପାସିତ ହୁଅନ୍ତି। ଏଣୁ ବିରଳ ଉପାସନା ପଦ୍ଧତିରେ ଦୁର୍ଗାମାଧବ ପରମ୍ପରା ଓଡ଼ିଆ ସଂସ୍କୃତିକୁ ରୁଦ୍ଧିମନ୍ତ କରିଛି।
ଶ୍ରୀକ୍ଷେତ୍ରରେ ବିମଳା ଭୈରବୀ ଓ ଜଗନ୍ନାଥ ଭୈରବ ଭାବେ ଉପସିତ ହୁଅନ୍ତି। ଏଣୁ ଉଭୟଙ୍କୁ ଗ୍ରାମ୍ୟ ଚଳଣୀରେ ଶୀଳ ଶିଳପୁଆ ଭାବେ ପୂଜା କରାଯାଏ। ଶୀଳପୁଆକୁ ଲିଙ୍ଗସ୍ୱରୂପ ଶିବ ଭୈରବ ବା ଜଗନ୍ନାଥ ଭୈରବ ଓ ଶୀଳକୁ ଶକ୍ତିସ୍ୱରୂପା ମା’ ଭାବେ ବିବେଚନା କରି ଉପାସନା କରାଯାଏ।
Spread the love
admin

Recent Posts

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 weeks ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

2 weeks ago

ବଳଦେବ ଉପାସନା

~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…

2 weeks ago

ତୁମେ ତ ଲୋକରେ ସାର

~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ  କମ୍ପି ଉଠୁଛି କଟକ ନଗର ଶୁଭୁଅଛି…

2 weeks ago