ଲେଖା: ମିହିର ପଟ୍ଟନାୟକ
ଓଡ଼ିଆ ଘରେ ଅନେକ ପର୍ବରେ ଶୀଳ ଶୀଳପୁଆ ପୂଜା ହେବାର ପରମ୍ପରା ରହିଛି। ବିଶେଷ କରି ଷଠିଓଷା ଓ ବୁଧେଇଓଷା ପାଳନ ବେଳେ ଏହି ଦୁଇ ପାରମ୍ପରିକ ଶୀଳ ଶୀଳପୁଆ ପୂଜା ହୋଇଥାଏ। ଏପରିକି ଶ୍ରୀମନ୍ଦିରରେ ଶ୍ରୀ ଜୀଉମାନଙ୍କ ଜନ୍ମ ଉତ୍ସବ ବେଳେ ଷଷ୍ଠୀମାର୍କଣ୍ଡପୂଜା ମଧ୍ୟ ଅନୁଷ୍ଠିତ ହୋଇଥାଏ।
କେବେ ଭାବିଛନ୍ତି କି, କ’ଣ ପାଇଁ ଏଭଳି ଶୀଳ ଶୀଳପୁଆ ପୂଜା ? ଦୁଇ ପ୍ରସ୍ତର ଖଣ୍ଡକୁ ଓଡ଼ିଆ ଘରେ ଏପରି ପୂଜା କରାଯାଏ?
ବାସ୍ତବରେ ଭାରତୀୟ ସଂସ୍କୃତି ଲିଙ୍ଗ ଓ ଯୋନୀ ଉପାସନାର ପୀଠ ବୋଲି ବହୁ ଶାସ୍ତ୍ର ବର୍ଣ୍ଣନା କରିଛନ୍ତି। ସୃଷ୍ଟି ତତ୍ୱର କାରକ ଲିଙ୍ଗ ଆଉ ଯୋନୀକୁ ପିତା ଆଉ ମାତା ଭାବେ ପୂଜା କରି ବିଶ୍ୱ ଇତିହାସରେ ନିଜ ସ୍ୱତନ୍ତ୍ରତାକୁ ପ୍ରତିପାଦିତ କରିଛି ମୋ ଭାରତ।
ଶିବ ଉପାସନାରେ ଲିଙ୍ଗ ପୂଜିତ ହେଉଥିବା ବେଳେ ଭାରତୀୟ ଶାକ୍ତ ପରମ୍ପରାରେ କାମରୂପ କମାକ୍ଷାପୀଠରେ ଶକ୍ତି ସ୍ବରୂପା ଦେବୀଙ୍କ ଯୋନୀ ପୂଜିତ ହୁଏ।
ଏହାର ସ୍ମାରକୀ, ଭାରତର ଅନେକ ଗ୍ରାମରେ ଦେଖିବାକୁ ମିଳେ। ଓଡିଶାର ଗ୍ରାମାଞ୍ଚଳମାନଙ୍କରେ ତଥା ଆଦିବାସୀ ପରମ୍ପରାରେ ମଧ୍ୟ ଗ୍ରାମଦେବୀ ଉପାସନା ଆପଣ ଶୁଣିଥିବେ। ପଥରରେ ସିନ୍ଦୁର ପ୍ରଲେପ ଦେଇ ଏ ଜାତୀ ମାତୃପୂଜାର ମହିମା ପ୍ରଦର୍ଶନ କରିଛି।
ଉତ୍କଳୀୟ ସଂସ୍କୃତିରେ ମଧ୍ୟ ଏହି ପରମ୍ପରାଟି ରହିଛି। ଉଡ୍ର ବା ଉତ୍କଳୀୟ ପରମ୍ପରାରେ ଶକ୍ତି ଭାବେ ବିମଳାଙ୍କୁ ଏବଂ ଶିବ ଭାବେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଉପାସିତ ହୁଅନ୍ତି। ଏଣୁ ବିରଳ ଉପାସନା ପଦ୍ଧତିରେ ଦୁର୍ଗାମାଧବ ପରମ୍ପରା ଓଡ଼ିଆ ସଂସ୍କୃତିକୁ ରୁଦ୍ଧିମନ୍ତ କରିଛି।
ଶ୍ରୀକ୍ଷେତ୍ରରେ ବିମଳା ଭୈରବୀ ଓ ଜଗନ୍ନାଥ ଭୈରବ ଭାବେ ଉପସିତ ହୁଅନ୍ତି। ଏଣୁ ଉଭୟଙ୍କୁ ଗ୍ରାମ୍ୟ ଚଳଣୀରେ ଶୀଳ ଶିଳପୁଆ ଭାବେ ପୂଜା କରାଯାଏ। ଶୀଳପୁଆକୁ ଲିଙ୍ଗସ୍ୱରୂପ ଶିବ ଭୈରବ ବା ଜଗନ୍ନାଥ ଭୈରବ ଓ ଶୀଳକୁ ଶକ୍ତିସ୍ୱରୂପା ମା’ ଭାବେ ବିବେଚନା କରି ଉପାସନା କରାଯାଏ।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago