ଲେଖା: ଅରବିନ୍ଦ ମହାନ୍ତି
ଆଷାଢ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥି। ଶିବଶୟନ ଚତୁର୍ଦ୍ଦଶୀ । ଏହା ମହାପ୍ରଭୁ ଲିଙ୍ଗରାଜଙ୍କ ଶୟନ ଉତ୍ସବ ଅଟେ। ଏହା ମହାପ୍ରଭୁଙ୍କ ମୁଖ୍ୟ ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଅଟେ। ଭଗବାନ ବିଷ୍ଣୁଙ୍କ ପରି ମହାଦେବ ମଧ୍ୟ ଚାରିମାସ କାଳ ଶୟନ କରିଥାନ୍ତି। ଏହା ଆଷାଢ ଶୁକ୍ଳ ଚତୁର୍ଦ୍ଦଶୀରୁ ଆରମ୍ଭ ହୋଇ କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ (ଏହାକୁ ବଡ଼ଓଷା ମଧ୍ୟ କୁହାଯାଇଥାଏ) ପର୍ଯ୍ୟନ୍ତ ହୋଇଥାଏ।
କୁହାଯାଏ ଯେ, ଏହି ଚତୁଃ ମାସ ଅଶୁଭ ହୋଇଥାଏ ଏବଂ ଶୁଭକାର୍ଯ୍ୟ ପାଈଁ ଠିକ୍ ହୋଇ ନଥାଏ। କିନ୍ତୁ ଏହା ଶୁଭ କାର୍ଯ୍ୟ ପାଈଁ ଅଶୁଭ ହୋଇପାରେ କିନ୍ତୁ ଯେଉଁ ସମୟରେ ଉଭୟ ହରି ଓ ହର ଶୟନ କରିଥାନ୍ତି ତାହା ବ୍ରତ ଉପାସନା ପାଈଁ ଉତ୍ତମ ସମୟ ହୋଇଥାଏ ଏବଂ ଉଭୟ ନାରାୟଣ ଓ ଶଙ୍କରଙ୍କ ଭକ୍ତି କରିବା ଦ୍ୱାରା ଉଭୟ ଭକ୍ତମାନଙ୍କ ଉପରେ ସଦା ସହାୟ ହୋଇଥାନ୍ତି। ବ୍ରହ୍ମଚର୍ଯ୍ୟ ଧାରଣ କରି ଏହି ଚାରିମାସ କାଳ ବ୍ରତ ରଖିଲେ ଅଶେଷ ପୁଣ୍ୟ ହୋଇଥାଏ।
“शयनं कुरु देवेश पल्यन्के स्मिन् सहोमया।
सुप्ते त्वयि जगन्नाथ जनाः सर्वे तु निश्चला:।।”
ହେ ଦେବେଶ! ଏହି ପଲ୍ୟଙ୍କରେ ଉମାଙ୍କ ସହିତ ଆପଣ ଶୟନ କରନ୍ତୁ। ହେ ଜଗନ୍ନାଥ! ତୁମେ ଶୟନ କରିଲେ ସମସ୍ତ ଜୀବଜଗତ ମଧ୍ୟ ନିଶ୍ଚଳ ହୋଇଯାଆନ୍ତି।।
“शयनाख्याचतुर्दश्या° यः पश्योद् भुवनेश्वर:।
स ब्रह्मलोकमाप्नोति नियत° मुनिसत्तमा:।।”
ଯେଉଁ ମନୁଷ୍ୟ ଭୁବନେଶ୍ୱରଙ୍କ ଶିବଶୟନ ଚତୁର୍ଦ୍ଦଶୀ ତିଥିରେ ଦର୍ଶନ କରେ ସେ ଅବଶ୍ୟ ବ୍ରହ୍ମଲୋକକୁ ପ୍ରାପ୍ତ ହୋଇଥାଏ। ହେ ମୁନିବୃନ୍ଦ! ଏହା ନିରାଟ ସତ୍ୟ ଅଟେ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago