ଲେଖା: ଦେଵ ତ୍ରିପାଠୀ

ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଥମ ରୋମାଣ୍ଟିକ ଚିରସବୁଜ ସୁପରଷ୍ଟାର ଅଭିନେତା, ନିର୍ଦ୍ଦେଶକ,  ସମାଲୋଚକ, ଲେଖକ, ଅଧ୍ୟାପକ ଓ ସଂଗଠକ ତଥା ସମ୍ମାନନୀୟ ଜୟଦେବ ପୁରସ୍କାର ସମେତ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନିତ ଓ ଉଦ୍ଭାସିତ ଅମର ପ୍ରତିଭା ଶରତ ପୂଜାରୀ !

ନୟାଗଡ଼ ଜିଲ୍ଲା ଖଣ୍ଡପଡାରେ ଜନ୍ମିତ ଏହି ମହାନ କଳାକାର ୪୦ରୁ ଅଧିକ (ହିନ୍ଦୀ ମଧ୍ୟ) କଥାଚିତ୍ରରେ ଅଭିନୟ ଚାତୁରୀ ଦେଖାଇବା ସହିତ “ଅଶାନ୍ତ ଗ୍ରହ”“ତଅପୋଇ” ପରି କ୍ଲାସିକ ଚିତ୍ରମାନ ପ୍ରସ୍ତୁତ କରି ଓଡ଼ିଆ ଚଳଚ୍ଚିତ୍ର ଜଗତକୁ କରିଛନ୍ତି ମହିମାମଣ୍ଡିତ I

୧୯୫୯ରେ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା କଥାଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିଥିବା ସ୍ବର୍ଗତ ପୂଜାରୀ “ଜୀବନସାଥୀ’, “ସାଧନା”, “ମାଟିର ମଣିଷ’, “ଅରୁନ୍ଧତୀ’ ପ୍ରଭୃତି ସିନେମାରେ ଅଭୁଲା ଅଭିନୟ ନିମନ୍ତେ ରାଷ୍ଟ୍ରପତିଙ୍କଠାରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଗ୍ରହଣ କରିଥିଲେ । “କା”, “ଅନ୍ଧଦିଗନ୍ତ”, “ଭୂଖା”, “ଦୃଷ୍ଟି”, “ଅରଣ୍ୟ ରୋଦନ”, “ଆରଣ୍ୟକ”, “ଶେଷଦୃଷ୍ଟି”, “ସତମିଛ” ପ୍ରଭୃତି ପ୍ରାୟ ୫୦ରୁ ଊର୍ଦ୍ଧ୍ୱ କଥାଚିତ୍ରରେ ଅଭିନୟ ସାଙ୍ଗକୁ ୩ଟି କଥାଚିତ୍ର ଓ ୭୫ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇଥିଲେ ।

ଅଧ୍ୟାପନାକୁ ଜୀବନର କର୍ମପନ୍ଥା ଭାବେ ବାଛି ନେଇଥିଲେ ମଧ୍ୟ ଅଭିନୟ ହିଁ ବନିଯାଇଥିଲା ତାଙ୍କ ଜୀବନର ସାଧନା ! ପୋଖତ ଅଭିନୟର ଚାତୁରୀ ଦେଖାଇଥିବା ସ୍ବର୍ଗତ ପୂଜାରୀ ଥିଲେ ଜଣେ ଅମାୟିକ, ସ୍ନେହୀ ଓ ଦରଦୀ ବ୍ୟକ୍ତିତ୍ଵ ! ନିଷ୍ଠାପର କଳାକାର ଜଣେ ପାଇଲେ ସେ ତାଙ୍କୁ ସହୃଦୟତାର ସହ ପ୍ରୋତ୍ସାହନ ଦେଉଥିଲେ ! ସଚ୍ଚୋଟ କଳାକାର ସହିତ ସେ ମଧ୍ୟ ଥିଲେ ଜଣେ ବିରଳ କଳାପ୍ରେମୀ !

୨୦୧୪ ମସିହା, ସେ ୧୧ ତାରିଖ ! ଭୁବନେଶ୍ୱରର ଏକ ରଙ୍ଗମଞ୍ଚରେ ସେ ଦେଖିଥିଲେ ମଞ୍ଚସ୍ଥ ନାଟକ ବାହାରଲୋକ ! ନାଟକର ଅଭିନୟର ପ୍ରଭାବରୁ ମୁକୁଳି ପାରି ନ ଥିଲେ ସେ ! ନିଖୁଣ ଅଭିନୟ ଦେଖି ସେ ନିଜର ଲୁହ ସମ୍ଭାଳି ପାରି ନ ଥିଲେ ! ଘରକୁ ଫେରି ନାଟ୍ୟ ସଂସ୍ଥାର କର୍ମକର୍ତ୍ତା ତଥା ଅଭିନେତା ମାନଙ୍କୁ ପ୍ରଶଂସାମୂଳକ ମେଲ୍ ପଠାଇସାରିବା ପର୍ଯ୍ୟନ୍ତ ସେ ଯେପରି ଏକୀଭୂତ ହୋଇରହିଥିଲେ ସେ ନାଟକର ଦୃଶ୍ୟାବଳୀ ସହିତ ! କିଛି ସମୟ ଭିତରେ ଛାତିରେ ଯନ୍ତ୍ରଣା ଅନୁଭବ କଲେ ସେ ! କହିବା ବାହୁଲ୍ୟ ହୃଦଘାତର ଶିକାରରେ କିଛି ସମୟ ଭିତରେ ଇହଲୀଳା ସମ୍ବରଣ କରିଥିଲେ ସେଇ ମହାନ କଳାସାଧକ !

ଏବେ ଓଡ଼ିଆ କଥାଚିତ୍ର ଜଗତରେ କେତେ କେତେ ତାରକାଙ୍କ ରାଜୁତି ସିନା, ହେଲେ ଶରତଙ୍କ ପ୍ରତିଭା ଏବଂ ବ୍ୟକ୍ତିତ୍ୱର ଔଜଲ୍ୟ ବା କାହାର ଅଛି ! ଓଡ଼ିଆ ଚିତ୍ରପ୍ରେମୀ କିନ୍ତୁ ‘ହିରୋ’ କହିଲେ ବୁଝନ୍ତି କେବଳ ଶରତଙ୍କୁ !

Spread the love
admin

Recent Posts

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

1 hour ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 day ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 day ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

1 day ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago