ଲେଖା: ଶିଶିର ସାହୁ ମନୋଜ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସାଧାରଣ ଅର୍ଥ ଉଲ୍ଲେଖ କରାଗଲା   ।
● ବାଂଝୀ; ବନ୍ଧ୍ଯା
● ବନ୍ଧ୍ଯା ଗାଭୀ
● ହସ୍ତିନୀ (ନାରୀ)
● ସ୍ତ୍ରୀ; ପତ୍ନୀ
● କନ୍ଯା(ଝିଅ)
● ଶାଳୀ
● ନଣନ୍ଦ
● ହସ୍ତୀନି
● ନାରୀ
● ଗାଈ
● ଅରଣୀ ଗଛ (Premna serratifolia)
● ମେଣ୍ଢୀ

ଏଇ ଵଶା ଶବ୍ଦ ସାଧାରଣତଃ ସ୍ତ୍ରୀ ଜାତୀୟା ଜୀଵଙ୍କ ପ୍ରତି ପ୍ରୟୋଗ ହେଉଥିଲା । ଵଶ୍ ଶବ୍ଦର ମୂଳ ଧାତୁ ବଶ୍ ଧାତୁ ଅଟେ ଏଵଂ ଏ ଧାତୁ ଶବ୍ଦରୁ ଵିଭିନ୍ନ ଅର୍ଥରେ ଅନେକ ଶବ୍ଦ ନିଷ୍ପନ୍ନ କରାଯାଇଛି । ଯଥା:
୧. ଇଛା କରିଵା (ଵିଵଶ, ଵ୍ଯୁଷ୍ଟି)
୨. ଅଧିନ କରିଵା; ଵଶ କରିଵା (ଵଶିଭୂତ, ଉର୍ଵଶୀ, କୋପଵଶ, ଵଶଵର୍ତ୍ତୀ)
୩. ଭିତରକୁ ଯିଵା (ପ୍ରଵେଶ)
୪. ପରସିଵା (ପରିଵେଷଣ)

ସାଧାରଣତଃ ନାରୀ ଜାତୀୟା ଜୀଵଙ୍କୁ ମଧ୍ୟ ଶକ୍ତିପ୍ରୟୋଗ କରି କିଂଵା ସ୍ନେହ, ଭଲ ପାଇଵା ଦ୍ଵାରା ଵଶିଭୂତ କରି ସେମାନଙ୍କୁ ପୁରୁଷମାନେ ଆପଣାର ପାସେ ରଖାଇଥାନ୍ତି ।

ନାରୀଟିଏ ପାଇଁ ପୁରୁଷମାନେ ସର୍ଵଦା ଆପଣା ମନରେ ଅଭିଳାଷ ପାଳିଥାନ୍ତି ।

◆ ମାତୃହୀନ ବାଳକଟିଏ ‛ମାଆ’ଟେ ଚାହେଁ !
◆ ଯୁଵକଟିଏ ଯୋଗ୍ଯା ପତ୍ନୀଟିଏ ପାଇଵାକୁ ଇଛା କରେ ।
◆ ଵିଵାହିତ ପୁରୁଷମାନେ ନିଜର ଗୋଟିଏ କନ୍ୟା ହେଉ ବୋଲି ସର୍ଵଦା କାମନା କରିଥାନ୍ତି କାରଣ କନ୍ୟାଦାନ ଦ୍ଵାରା ବହୁତ ପୁଣ୍ୟ ମିଳେ ବୋଲି ପ୍ରାଚୀନ ଲୋକଵିଶ୍ଵାସ ହେଉ କି କନ୍ୟାମାନଙ୍କ ପ୍ରତି ପିତାର ସ୍ନେହାଧିକ୍ଯ ଯୋଗୁଁ ହେଉ ।
◆ ଭେଣେଇମାନେ ଶାଳୀ ଥିଲେ ଗମାତ କରିଵାର ସୁଯୋଗ କାମନା କରନ୍ତି ।
◆ ଆଗକାଳରେ ସାଧାରଣତଃ ଯୌଥ ପରିଵାର ହେଉଥିଵାରୁ ନଵଵଧୂମାନେ ବହେ ଆଡ଼ତି(ଗୃହକର୍ମ)ରୁ ଵର୍ତ୍ତିଵା ପାଇଁ ନଣନ୍ଦଟିଏ ଥାଆନ୍ତା କି ଏମନ୍ତ ଅଭିଳାଷ ନିଶ୍ଚୟ କରିଥିଵେ ।
◆ କାମୁକ ପୁରୁଷ ହସ୍ତିନୀ ନାରୀ କାମନା କରିଥାଏ ।
◆ ବନ୍ଧ୍ଯାନାରୀ ମଧ୍ୟ ସନ୍ତାନ କାମନା କରିଥାଏ ।
◆ ଆଗକାଳରେ ଗାଈ ଏକ ସମ୍ପତ୍ତି ଵିଵେଚିତ ହେଉଥିଲା, କେଉଁଠି କେଉଁଠି ଓ କେତେକ ଭାରତୀୟ ଜାତିରେ ଛାଗ, ମେଷ ଓ ମହିଷ ମଧ୍ୟ ଧନର ପରିପୂରକ ହୋଇଯାଇଥିଲା । ଏମିତିରେ ଗୋଟିଏ ଗୃହପାଳିତ ପଶୁର କାମନା କରିଵା ମଧ୍ୟ ଯୁକ୍ତିଯୁକ୍ତ ଲାଗେ ।

କାହିଁକି କମିଗଲା ଏ ଶବ୍ଦର ଵ୍ଯଵହାର ?

ଏ ପ୍ରଶ୍ନର ଉତ୍ତର ଦେଵା କଷ୍ଟକର ଵ୍ଯାପାର ନିଶ୍ଚୟ । ହୁଏତ ଏ ଶବ୍ଦର ନାନାଦି ଅର୍ଥ ଯୋଗୁଁ ବହୁ ଭାଷାରେ ଵ୍ଯଵହାର କମି ଥାଇପାରେ ! ତେଵେ ଭାରତରେ ଏକ ସହସ୍ରାଧିକ ଭାଷା ରହିଛି ତେଣୁ କୌଣସି ନା କୌଣସି ଭାଷାରେ ଏ ଶବ୍ଦ ଵର୍ତ୍ତମାନ ମଧ୍ୟ ଭିନ୍ନ ରୂପରେ ଓ କୌଣସି ନିର୍ଦ୍ଦିଷ୍ଟ ଅର୍ଥରେ ଚଳୁଥାଇପାରେ । ଓଡ଼ିଶାରେ ତତ୍ସମ ଵସା ଶବ୍ଦଟି ସାଧାରଣତଃ ନୀଡ଼ ଵା nest ଅର୍ଥରେ ଵ୍ଯଵହାର ହୋଇଥାଏ । ସମ୍ଭଵତଃ ସମସାଦୃଶ୍ଯ ଓ ଉଚ୍ଚାରଣଗତ ସାମ୍ଯତା ଯୋଗୁଁ କଥିତ ଓଡ଼ିଆ ଭାଷାରେ ମଧ୍ୟ ଏ ଶବ୍ଦ ସ୍ଥାନ ପାଇନାହିଁ । ସେଇଭଳି ଉତ୍ତର ଭାରତରେ ତତ୍ସମ ଵସା ଶବ୍ଦର ଵ୍ଯଵହାର ଵିଶେଷତଃ ମେଦ ଅର୍ଥରେ ହୁଏ ତେଣୁ ସେ ଅଞ୍ଚଳରେ ମଧ୍ୟ କ୍ରମେ ଏ ଶବ୍ଦର ଵ୍ଯଵହାର କମିଯାଇଥାଇପାରେ ।   

ତେଵେ ଗୋଟିଏ ଵଶା ଶବ୍ଦର ପତ୍ନୀ, ଶାଳୀ, ନଣନ୍ଦ, ନାରୀ ଓ ଗାଈ ଅର୍ଥରେ ପ୍ରୟୋଗକୁ କ’ଣ ସଂସ୍କୃତ ଭାଷାର ଦୋଷ କହିଵା ନା ଏହା ସେ ଭାଷାର ନିରୁକ୍ତିଗତ ଵ୍ଯାଖ୍ଯା ଆଧାରରେ ଏକ ଵୈଜ୍ଞାନିକତା ?

ଯଦି ସଂସ୍କୃତ ଭାଷାରେ ଗୋଟିଏ ଶବ୍ଦର ଏତେ ଅର୍ଥ ଥାଇ ମଧ୍ୟ ସେ ଭାଷା ନ୍ଯୁନ କି ହୀନ ନୁହେଁ ତାହେଲେ ଓଡ଼ିଆ ଭାଷାର ବୋଉ ଶବ୍ଦକୁ ନେଇ ହୀନ ଵିଚାର ପୋଷଣ କେତେଦୂର ଠିକ୍ ?

© ଶବ୍ଦଭେଦ

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago