ଲେଖା: ଶିଶିର ସାହୁ ମନୋଜ

ସଂସ୍କୃତରେ ଵଶା ଶବ୍ଦର ଅନେକ ଅର୍ଥରେ ଵ୍ଯଵହାର ହେଇଛି । ସଂସ୍କୃତର ଵିଭିନ୍ନ ଅଭିଧାନରେ ଵଶା ଶବ୍ଦର ନାନା ଅର୍ଥ ଦୃଷ୍ଟିଗୋଚର ହୋଇଥାଏ । ନିମ୍ନରେ ଏ ଶବ୍ଦର କେତେକ ସାଧାରଣ ଅର୍ଥ ଉଲ୍ଲେଖ କରାଗଲା   ।
● ବାଂଝୀ; ବନ୍ଧ୍ଯା
● ବନ୍ଧ୍ଯା ଗାଭୀ
● ହସ୍ତିନୀ (ନାରୀ)
● ସ୍ତ୍ରୀ; ପତ୍ନୀ
● କନ୍ଯା(ଝିଅ)
● ଶାଳୀ
● ନଣନ୍ଦ
● ହସ୍ତୀନି
● ନାରୀ
● ଗାଈ
● ଅରଣୀ ଗଛ (Premna serratifolia)
● ମେଣ୍ଢୀ

ଏଇ ଵଶା ଶବ୍ଦ ସାଧାରଣତଃ ସ୍ତ୍ରୀ ଜାତୀୟା ଜୀଵଙ୍କ ପ୍ରତି ପ୍ରୟୋଗ ହେଉଥିଲା । ଵଶ୍ ଶବ୍ଦର ମୂଳ ଧାତୁ ବଶ୍ ଧାତୁ ଅଟେ ଏଵଂ ଏ ଧାତୁ ଶବ୍ଦରୁ ଵିଭିନ୍ନ ଅର୍ଥରେ ଅନେକ ଶବ୍ଦ ନିଷ୍ପନ୍ନ କରାଯାଇଛି । ଯଥା:
୧. ଇଛା କରିଵା (ଵିଵଶ, ଵ୍ଯୁଷ୍ଟି)
୨. ଅଧିନ କରିଵା; ଵଶ କରିଵା (ଵଶିଭୂତ, ଉର୍ଵଶୀ, କୋପଵଶ, ଵଶଵର୍ତ୍ତୀ)
୩. ଭିତରକୁ ଯିଵା (ପ୍ରଵେଶ)
୪. ପରସିଵା (ପରିଵେଷଣ)

ସାଧାରଣତଃ ନାରୀ ଜାତୀୟା ଜୀଵଙ୍କୁ ମଧ୍ୟ ଶକ୍ତିପ୍ରୟୋଗ କରି କିଂଵା ସ୍ନେହ, ଭଲ ପାଇଵା ଦ୍ଵାରା ଵଶିଭୂତ କରି ସେମାନଙ୍କୁ ପୁରୁଷମାନେ ଆପଣାର ପାସେ ରଖାଇଥାନ୍ତି ।

ନାରୀଟିଏ ପାଇଁ ପୁରୁଷମାନେ ସର୍ଵଦା ଆପଣା ମନରେ ଅଭିଳାଷ ପାଳିଥାନ୍ତି ।

◆ ମାତୃହୀନ ବାଳକଟିଏ ‛ମାଆ’ଟେ ଚାହେଁ !
◆ ଯୁଵକଟିଏ ଯୋଗ୍ଯା ପତ୍ନୀଟିଏ ପାଇଵାକୁ ଇଛା କରେ ।
◆ ଵିଵାହିତ ପୁରୁଷମାନେ ନିଜର ଗୋଟିଏ କନ୍ୟା ହେଉ ବୋଲି ସର୍ଵଦା କାମନା କରିଥାନ୍ତି କାରଣ କନ୍ୟାଦାନ ଦ୍ଵାରା ବହୁତ ପୁଣ୍ୟ ମିଳେ ବୋଲି ପ୍ରାଚୀନ ଲୋକଵିଶ୍ଵାସ ହେଉ କି କନ୍ୟାମାନଙ୍କ ପ୍ରତି ପିତାର ସ୍ନେହାଧିକ୍ଯ ଯୋଗୁଁ ହେଉ ।
◆ ଭେଣେଇମାନେ ଶାଳୀ ଥିଲେ ଗମାତ କରିଵାର ସୁଯୋଗ କାମନା କରନ୍ତି ।
◆ ଆଗକାଳରେ ସାଧାରଣତଃ ଯୌଥ ପରିଵାର ହେଉଥିଵାରୁ ନଵଵଧୂମାନେ ବହେ ଆଡ଼ତି(ଗୃହକର୍ମ)ରୁ ଵର୍ତ୍ତିଵା ପାଇଁ ନଣନ୍ଦଟିଏ ଥାଆନ୍ତା କି ଏମନ୍ତ ଅଭିଳାଷ ନିଶ୍ଚୟ କରିଥିଵେ ।
◆ କାମୁକ ପୁରୁଷ ହସ୍ତିନୀ ନାରୀ କାମନା କରିଥାଏ ।
◆ ବନ୍ଧ୍ଯାନାରୀ ମଧ୍ୟ ସନ୍ତାନ କାମନା କରିଥାଏ ।
◆ ଆଗକାଳରେ ଗାଈ ଏକ ସମ୍ପତ୍ତି ଵିଵେଚିତ ହେଉଥିଲା, କେଉଁଠି କେଉଁଠି ଓ କେତେକ ଭାରତୀୟ ଜାତିରେ ଛାଗ, ମେଷ ଓ ମହିଷ ମଧ୍ୟ ଧନର ପରିପୂରକ ହୋଇଯାଇଥିଲା । ଏମିତିରେ ଗୋଟିଏ ଗୃହପାଳିତ ପଶୁର କାମନା କରିଵା ମଧ୍ୟ ଯୁକ୍ତିଯୁକ୍ତ ଲାଗେ ।

କାହିଁକି କମିଗଲା ଏ ଶବ୍ଦର ଵ୍ଯଵହାର ?

ଏ ପ୍ରଶ୍ନର ଉତ୍ତର ଦେଵା କଷ୍ଟକର ଵ୍ଯାପାର ନିଶ୍ଚୟ । ହୁଏତ ଏ ଶବ୍ଦର ନାନାଦି ଅର୍ଥ ଯୋଗୁଁ ବହୁ ଭାଷାରେ ଵ୍ଯଵହାର କମି ଥାଇପାରେ ! ତେଵେ ଭାରତରେ ଏକ ସହସ୍ରାଧିକ ଭାଷା ରହିଛି ତେଣୁ କୌଣସି ନା କୌଣସି ଭାଷାରେ ଏ ଶବ୍ଦ ଵର୍ତ୍ତମାନ ମଧ୍ୟ ଭିନ୍ନ ରୂପରେ ଓ କୌଣସି ନିର୍ଦ୍ଦିଷ୍ଟ ଅର୍ଥରେ ଚଳୁଥାଇପାରେ । ଓଡ଼ିଶାରେ ତତ୍ସମ ଵସା ଶବ୍ଦଟି ସାଧାରଣତଃ ନୀଡ଼ ଵା nest ଅର୍ଥରେ ଵ୍ଯଵହାର ହୋଇଥାଏ । ସମ୍ଭଵତଃ ସମସାଦୃଶ୍ଯ ଓ ଉଚ୍ଚାରଣଗତ ସାମ୍ଯତା ଯୋଗୁଁ କଥିତ ଓଡ଼ିଆ ଭାଷାରେ ମଧ୍ୟ ଏ ଶବ୍ଦ ସ୍ଥାନ ପାଇନାହିଁ । ସେଇଭଳି ଉତ୍ତର ଭାରତରେ ତତ୍ସମ ଵସା ଶବ୍ଦର ଵ୍ଯଵହାର ଵିଶେଷତଃ ମେଦ ଅର୍ଥରେ ହୁଏ ତେଣୁ ସେ ଅଞ୍ଚଳରେ ମଧ୍ୟ କ୍ରମେ ଏ ଶବ୍ଦର ଵ୍ଯଵହାର କମିଯାଇଥାଇପାରେ ।   

ତେଵେ ଗୋଟିଏ ଵଶା ଶବ୍ଦର ପତ୍ନୀ, ଶାଳୀ, ନଣନ୍ଦ, ନାରୀ ଓ ଗାଈ ଅର୍ଥରେ ପ୍ରୟୋଗକୁ କ’ଣ ସଂସ୍କୃତ ଭାଷାର ଦୋଷ କହିଵା ନା ଏହା ସେ ଭାଷାର ନିରୁକ୍ତିଗତ ଵ୍ଯାଖ୍ଯା ଆଧାରରେ ଏକ ଵୈଜ୍ଞାନିକତା ?

ଯଦି ସଂସ୍କୃତ ଭାଷାରେ ଗୋଟିଏ ଶବ୍ଦର ଏତେ ଅର୍ଥ ଥାଇ ମଧ୍ୟ ସେ ଭାଷା ନ୍ଯୁନ କି ହୀନ ନୁହେଁ ତାହେଲେ ଓଡ଼ିଆ ଭାଷାର ବୋଉ ଶବ୍ଦକୁ ନେଇ ହୀନ ଵିଚାର ପୋଷଣ କେତେଦୂର ଠିକ୍ ?

© ଶବ୍ଦଭେଦ

Spread the love
admin

Recent Posts

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

19 hours ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

3 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

1 month ago