ଲେଖା: ଅରବିନ୍ଦ ମହାନ୍ତି
କାର୍ତ୍ତିକ ମାସ ଏଭଳି ଏକ ମାସ ଯେଉଁଥିରେ ନିରାକାର ପରମେଶ୍ୱରଙ୍କ ସାକାର ରୂପ ଦର୍ଶନ ମିଳିଥାଏ। କାର୍ତ୍ତିକ କୃଷ୍ଣପକ୍ଷ ପ୍ରତିପଦ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତ୍ୟହ ସକାଳଧୂପ ଓ ସନ୍ଧ୍ୟାଧୂପ ପରେ ତ୍ରିଭୁବନେଶ୍ୱର ମହାପ୍ରଭୁଙ୍କ ଦୁର୍ଲ୍ଲଭ ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ।
ଏହି ବେଶରେ ତ୍ରିଭୁବନମୋହନ ଶ୍ରୀମୁଖ ସାଙ୍ଗକୁ ତ୍ରିନୟନ ସହିତେ ତ୍ରିପୁଣ୍ଡ ତିଳକ ମନୋହର ଶୋଭା ଧାରଣ କରେ। ସେଥିରେ ରାଜକୀୟ ଠାଣୀର ନିଶ ଆହୁରି ମନୋରମ ଦିଶୁଥାଏ। ସତେ ଯେମିତି ତ୍ରିପୁର ବିଜୟୀ ଚତୁର୍ଦ୍ଦଶ ବ୍ରହ୍ମାଣ୍ଡ ନାଥ ଦେବାଧିଦେବ ତ୍ରିଭୁବନେଶ୍ୱର ସାକାର ରୂପ ଧାରଣ କରି ଚକ୍ରକ୍ଷେତ୍ର ଏକାମ୍ରେ ବିଜେ କରିଅଛନ୍ତି। ପୁଣି ମସ୍ତକେ ଚନ୍ଦ୍ରମା ଶ୍ରୀକୃତିବାସଙ୍କ ମୁଖଶୋଭାକୁ ଆହୁରି ଦ୍ବିଗୁଣିତ କରିଦିଏ।
ଏହି ବେଶର ଅନ୍ୟ ଏକ ଆକର୍ଷଣ ହେଉଛି ମହାପ୍ରଭୁଙ୍କ ବସ୍ତ୍ରଭୂଷଣ। ସେବକ ମାନେ ଅତ୍ୟନ୍ତ ନିଷ୍ଠାର ସହିତେ ବିଭିନ୍ନ ପାଟବସ୍ତ୍ର ମାନଙ୍କ ଦ୍ୱାରା ମହାପ୍ରଭୁଙ୍କୁ ବେଶ କରିଥାନ୍ତି। ଯିଏ ଥରେ ଦେଖିଛି ସେ ହିଁ ଅନୁଭବ କରିଛି ସେ ବେଶର ମହତ୍ତ୍ୱକୁ। ଚାର୍ତୁମାସେ ଶ୍ରେଷ୍ଠ ହେଲା ପବିତ୍ର କାର୍ତ୍ତିକ ମାସ। ଏହି ମାସରେ ଯିଏ ତ୍ରିଭୁବନେଶ୍ୱରଙ୍କୁ ଥରେ ମଧ୍ୟ ସମ୍ପୁର୍ଣ୍ଣ ଭକ୍ତିର ସହ ଶରଣାପନ୍ନ ହୋଇ ଦର୍ଶନ କରିଅଛି, ତା’ର ସକଳ ପାପ ତାପ ଦୂର ହୋଇ ଯାଇଅଛି ଓ ସେ ଅଶେଷ ପୁଣ୍ୟ ଅର୍ଜନ କରିଅଛି।
ଫଟୋ: ଇଣ୍ଟରନେଟ
~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…
ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…
~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…
~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…
ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…