ଲେଖା: ଅରବିନ୍ଦ ମହାନ୍ତି

କାର୍ତ୍ତିକ ମାସ ଏଭଳି ଏକ ମାସ ଯେଉଁଥିରେ ନିରାକାର ପରମେଶ୍ୱରଙ୍କ ସାକାର ରୂପ ଦର୍ଶନ ମିଳିଥାଏ। କାର୍ତ୍ତିକ କୃଷ୍ଣପକ୍ଷ ପ୍ରତିପଦ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତ୍ୟହ ସକାଳଧୂପ ଓ ସନ୍ଧ୍ୟାଧୂପ ପରେ ତ୍ରିଭୁବନେଶ୍ୱର ମହାପ୍ରଭୁଙ୍କ ଦୁର୍ଲ୍ଲଭ ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ।

ଏହି ବେଶରେ ତ୍ରିଭୁବନମୋହନ ଶ୍ରୀମୁଖ ସାଙ୍ଗକୁ ତ୍ରିନୟନ ସହିତେ ତ୍ରିପୁଣ୍ଡ ତିଳକ ମନୋହର ଶୋଭା ଧାରଣ କରେ। ସେଥିରେ ରାଜକୀୟ ଠାଣୀର ନିଶ ଆହୁରି ମନୋରମ ଦିଶୁଥାଏ। ସତେ ଯେମିତି ତ୍ରିପୁର ବିଜୟୀ ଚତୁର୍ଦ୍ଦଶ ବ୍ରହ୍ମାଣ୍ଡ ନାଥ ଦେବାଧିଦେବ ତ୍ରିଭୁବନେଶ୍ୱର ସାକାର ରୂପ ଧାରଣ କରି ଚକ୍ରକ୍ଷେତ୍ର ଏକାମ୍ରେ ବିଜେ କରିଅଛନ୍ତି। ପୁଣି ମସ୍ତକେ ଚନ୍ଦ୍ରମା ଶ୍ରୀକୃତିବାସଙ୍କ ମୁଖଶୋଭାକୁ ଆହୁରି ଦ୍ବିଗୁଣିତ କରିଦିଏ।

ଏହି ବେଶର ଅନ୍ୟ ଏକ ଆକର୍ଷଣ ହେଉଛି ମହାପ୍ରଭୁଙ୍କ ବସ୍ତ୍ରଭୂଷଣ। ସେବକ ମାନେ ଅତ୍ୟନ୍ତ ନିଷ୍ଠାର ସହିତେ ବିଭିନ୍ନ ପାଟବସ୍ତ୍ର ମାନଙ୍କ ଦ୍ୱାରା ମହାପ୍ରଭୁଙ୍କୁ ବେଶ କରିଥାନ୍ତି। ଯିଏ ଥରେ ଦେଖିଛି ସେ ହିଁ ଅନୁଭବ କରିଛି ସେ ବେଶର ମହତ୍ତ୍ୱକୁ। ଚାର୍ତୁମାସେ ଶ୍ରେଷ୍ଠ ହେଲା ପବିତ୍ର କାର୍ତ୍ତିକ ମାସ। ଏହି ମାସରେ ଯିଏ ତ୍ରିଭୁବନେଶ୍ୱରଙ୍କୁ ଥରେ ମଧ୍ୟ ସମ୍ପୁର୍ଣ୍ଣ ଭକ୍ତିର ସହ ଶରଣାପନ୍ନ ହୋଇ ଦର୍ଶନ କରିଅଛି, ତା’ର ସକଳ ପାପ ତାପ ଦୂର ହୋଇ ଯାଇଅଛି ଓ ସେ ଅଶେଷ ପୁଣ୍ୟ ଅର୍ଜନ କରିଅଛି।

ଫଟୋ: ଇଣ୍ଟରନେଟ

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago