ଲେଖା: ଦେଵ ତ୍ରିପାଠୀ
ଐତିହାସିକ ଷ୍ଟର୍ଲିଂଙ୍କ ମତରେ ସେତେବେଳେ ଭାରତବର୍ଷରେ ସର୍ବଶ୍ରେଷ୍ଠ ଲୁଣ ଆମ ଓଡ଼ିଶାରେ ହିଁ ମିଳୁଥିଲା, ଏବଂ ସର୍ବସାଧାରଣଙ୍କ ଦ୍ଵାରା ବହୁଳ ପରିମାଣରେ ଉତ୍ପାଦିତ ହେଉଥିବା କାରଣରୁ ଓଡିଆଙ୍କ ଜୀବନ, ଜୀବିକା ଓ ଅର୍ଥନୀତିରେ ଏହାର ପ୍ରଭାବ ଥିଲା ଅତୁଳନୀୟ । କିନ୍ତୁ ଇଷ୍ଟ ଇଣ୍ଡିଆ କମ୍ପାନୀର ଲବଣ ଆଇନ ଫଳରେ ଲୋକେ ଲୁଣ ମାରିବାରୁ ବଞ୍ଚିତ ହେଲେ ଏବଂ ନିଜ ଆବଶ୍ୟକତା ପୂରଣ ପାଇଁ ନିଜ ଉତ୍ପାଦିତ ଲୁଣକୁ ଚଢାଦରରେ କିଣିବାକୁ ବାଧ୍ୟ ହେଲେ ।
ଲୁଣକୁ ନେଇ ଲବଣ ସତ୍ୟାଗ୍ରହର ବୀଜବପନ ହୋଇଥିଲା ଓଡ଼ିଶା ମାଟିରେ । ୧୯୩୦ ମସିହା ମାର୍ଚ୍ଚ ୩୦ ତାରିଖରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ବାଲେଶ୍ଵର ବୈଠକରେ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ପରିଚାଳନା ଦାୟିତ୍ଵ ଦିଆଯାଇଥିଲା ମହାମାନବ ଗୋପବନ୍ଧୁ ଚୌଧୁରୀଙ୍କୁ । ଲୁଣ ଉତ୍ପାଦନ ପ୍ରତି ନିର୍ଭରଶୀଳ ବାଲେଶ୍ଵର ସମେତ କଟକ, ପୁରୀଗଞ୍ଜାମ ଜିଲ୍ଲା ପାଇଁ ଡଃ ହରେକୃଷ୍ଣ ମହତାବ, ପଣ୍ଡିତ ଆଚାର୍ଯ୍ୟ ହରିହରସୁରେନ୍ଦ୍ରନାଥ ଦାସଙ୍କୁ ଜିଲ୍ଲାସ୍ତରୀୟ ଆୟୋଜକର ଦାୟିତ୍ବ ଦିଆଯାଇଥିଲା ।
ଏହି ଯୋଜନା ପ୍ରତି ଜାତିରଜନକ ମହାତ୍ମାଗାନ୍ଧୀଙ୍କ ସମେତ ଦେଶର ବହୁ ତୁଙ୍ଗ ନେତାମାନଙ୍କ ସମର୍ଥନ ଯୋଗୁଁ ଏପ୍ରିଲ ୬ ତାରିଖରେ ଗୁଜୁରାଟର ବର୍ଦ୍ଦୋଳି ସହିତ ଓଡିଶାର ଇଞ୍ଚୁଡିଠାରେ ଲବଣ ସତ୍ୟାଗ୍ରହ ଆରମ୍ଭର ନିଷ୍ପତ୍ତି ନିଆଯାଇଥିଲା । ତେବେ ଓଡ଼ିଶାରେ ଏହି ଆନ୍ଦୋଳନ ପ୍ରତି ଡର ଥିଲା ବ୍ରିଟିଶ ସରକାରଙ୍କର । ଠିକଣା ସମୟରେ ସାନ୍ଧ୍ୟ ଆଇନ ଲାଗୁ କରିଥିଲେ ସେ ଓଡ଼ିଶାରେ । ପରିଣାମକୁ ଦୃଷ୍ଟିରେ ରଖି ନାଗପୁରରୁ ସ୍ବତନ୍ତ୍ର ସେନା ମଗାଇ ପ୍ରସ୍ତୁତ ରଖାଗଲା କଟକ ଏବଂ ବାଲେଶ୍ବରରେ ।
ଇଞ୍ଚୁଡିରେ ଆନ୍ଦୋଳନ ପାଇଁ ଗଞ୍ଜାମ, ପୁରୀ ଓ କଟକ ଜିଲ୍ଲାର ସତ୍ୟାଗ୍ରହୀମାନଙ୍କୁ ହଜାର ହଜାର ସଂଖ୍ୟାରେ ଗିରଫ କଲା କଟକରୁ ବାଲେଶ୍ଵର ଆଡ଼କୁ ଯାତ୍ରା ସମୟରେ । ଅକଥନୀୟ ଅତ୍ୟାଚାର ପୂର୍ବକ ବ୍ରିଟିଶ ସରକାର ଏକକାଳୀନ ସହସ୍ରାଧିକ ଲୋକଙ୍କ ଏହି ଆନ୍ଦୋଳନକୁ ଚପାଇ ଦେଇଥିଲା । ଲବଣ ସତ୍ୟାଗ୍ରହର ବୀଜବପନ ସହିତ ସମଗ୍ର ଦେଶକୁ ଅଭିପ୍ରେରିତ କରିଥିଲେ ମଧ୍ୟ ଓଡିଶା ମାଟିରେ ଲବଣ ସତ୍ୟାଗ୍ରହ ଧାର୍ଯ୍ୟ ଦିନରେ ହୋଇପାରି ନ ଥିଲା ।
କିନ୍ତୁ ଓଡ଼ିଆ ଜାତି କି ହାର ମାନିପାରେ ବ୍ରିଟିଶ ସରକାରର ବନେଟ୍ ମାଡ଼ରେ !
ଲବଣ ସତ୍ୟାଗ୍ରହର ବୀଜବପନ ସହିତ ସମଗ୍ର ଦେଶକୁ ଅଭିପ୍ରେରିତ କରିଥିଲେ ମଧ୍ୟ ଓଡିଶା ମାଟିରେ ଲବଣ ସତ୍ୟାଗ୍ରହ ଧାର୍ଯ୍ୟ ଦିନ ୧୯୩୦ ସାଲ ଏପ୍ରିଲ ୬ ତାରିଖରେ ହୋଇପାରି ନ ଥିଲା । ତେବେ ୧୩ ତାରିଖରେ ବାଲେଶ୍ଵର ଜିଲ୍ଲାର ଇଞ୍ଚୁଡି ଠାରେ ଆଚାର୍ଯ୍ୟ ହରିହରଙ୍କ ନେତୃତ୍ୱରେ ୧୨ ଜଣ ସତ୍ୟାଗ୍ରହୀ ଲବଣ ଆଇନ ଅମାନ୍ୟ କରି ପ୍ରଥମ ଥର ପାଇଁ ଲୁଣ ମାରିବା ଆରମ୍ଭ କରିଥିଲେ ।
କିନ୍ତୁ ସେଇ ମାସ ୨୦ ତାରିଖରେ ଶ୍ରୀମତୀ ମାଳତୀ ଚୌଧୁରୀ ଓ ଶ୍ରୀମତୀ ରମାଦେବୀଙ୍କ ନେତୃତ୍ବରେ ସହସ୍ରାଧିକ ମହିଳା ଇଞ୍ଚୁଡିର ଦୁଇଟି କେନ୍ଦ୍ରରେ ଲବଣ ସତ୍ୟାଗ୍ରହରେ ଯୋଗଦାନ କରିଥିଲେ । ଏହା ଥିଲା ଭାରତବର୍ଷର ସର୍ବପ୍ରଥମ ମହିଳା ନେତୃତ୍ଵାଧୀନମହିଳା ଅଂଶଗ୍ରହଣକାରୀ ସତ୍ୟାଗ୍ରହ । ଏଇ ସତ୍ୟାଗ୍ରହରେ କଟକ ଜିଲ୍ଲା କୁଜଙ୍ଗର ରାଣୀଙ୍କ ନେତୃତ୍ୱରେ ପ୍ରାୟ ୫୦୦ଜଣ ମହିଳା ଯୋଗ ଦେଇଥିଲେ ।
ପୁରୀ ଜିଲ୍ଲାର କୁହୁଡ଼ି ଓ ସିଙ୍ଗେଶ୍ୱରଠାରେ ୩୦୦ରୁ ଉର୍ଦ୍ଧ୍ବ ଏବଂ ଉଲ୍ଲେଖନୀୟ ଭାବେ ଗଞ୍ଜାମର ହୁମ୍ମାଠାରେ ପ୍ରାୟ ୧୬୦୦ ଲୋକ ବିଶ୍ୱନାଥ ଦାସଙ୍କ ନେତୃତ୍ୱରେ ମେ ମାସ ୯ ତାରିଖରେ ଲୁଣ ମାରିବା ଆରମ୍ଭ କରିଦେଇଥିଲେ ।
ବ୍ରିଟିଶ ସରକାରଙ୍କ କଠୋର ଦମନଲୀଳା ସତ୍ତ୍ଵେ ଶ୍ରୀ ସୁରେନ୍ଦ୍ରନାଥ ଦାସ ବାଲେଶ୍ଵରର ଫରାସୀଡିଙ୍ଗା ଠାରେ ରହି ୧୯୩୧ ମସିହା ଜାନୁଆରୀ ମାସ ଅର୍ଥାତ୍ ପ୍ରାୟ ବର୍ଷେ କାଳ ଏହି ଲବଣ ସତ୍ୟାଗ୍ରହ ଚଳାଇ ଆସୁଥିଲେ । ସତ୍ୟାଗ୍ରହୀମାନଙ୍କ ପାଇଁ ସେ ଥିଲେ ଆଦରଣୀୟ ଓ ସମ୍ମାନୀୟ “ସର୍ଦ୍ଦାର ସୁରେନ୍ଦ୍ର” ।
ଓଡ଼ିଶାର ଏହି ଲବଣ ସତ୍ୟାଗ୍ରହର ବ୍ୟାପକ ରୂପ ସମଗ୍ର ଭାରତବର୍ଷରେ ଥିଲା ଅଦ୍ୱିତୀୟ। ଫଳତଃ ଗାନ୍ଧିଜୀଙ୍କ ସମେତ ବହୁ ତୁଙ୍ଗ ନେତା ଥିଲେ ଏହି ଆନ୍ଦୋଳନ ପ୍ରତି ପ୍ରଶଂସାମୁଖର । ଏପରିକି କିଛି ନିରପେକ୍ଷ ବ୍ରିଟିଶ ସମ୍ବାଦପତ୍ର ମଧ୍ୟ ଏଇ ଐତିହାସିକ ସତ୍ୟାଗ୍ରହର ପ୍ରଶଂସା ପାଇଁ କୁଣ୍ଠାବୋଧ କରି ନ ଥିଲେ ।
admin

Recent Posts

ଘୁଡ଼ୁକି

ଗବେଷଣା ଓ ଉପସ୍ଥାପନା: ଡ. ବାୟାମନୁ ଚର୍ଚି ଘୁଡ଼ୁକି ଏକ ବାଦ୍ୟ । ପତର ସଉରା ଓ କେଳା ସମ୍ପ୍ରଦାୟର…

1 year ago

ବାସୁଦେବ ସୁଢ଼ଳଦେବ

ଲେଖା: ନିରଞ୍ଜନ ସାହୁ ~ବାସୁଦେବ ସୁଢ଼ଳଦେବ ~ ଅନେକ ନୃପତି ଅଛନ୍ତି । କିଏ ଉତ୍ତରାଧିକାର ସୂତ୍ରରେ, କିଏ ବାହୁବଳରେ,…

1 year ago

ମହିମା ମେଳା

ଲେଖା: ନିରଞ୍ଜନ ସାହୁ ~ ମହିମା ମେଳା ~ ଯାହା ମନେପଡ଼େ ଏମିତିରେ ପ୍ରାୟ ଅନେକ କିଛି ବର୍ଷ ତଳର…

2 years ago

କଂସା ବାସନ

ଲେଖା: ଡ. ଜୟଶ୍ରୀ ନନ୍ଦ ~ କଂସା ବାସନ ~ ଆମ ରାଜ୍ୟ ପରା ଶ୍ରୀଜଗନ୍ନାଥଙ୍କର ପୁର ବା ଶ୍ରୀଜଗନ୍ନାଥଙ୍କର…

2 years ago

ତୁଳସୀ ପୂଜା

ଲେଖା: ଡ. ଜୟଶ୍ରୀ ନନ୍ଦ   ~ ତୁଳସୀ ପୂଜା ~ ତୁଳସୀ ପୂଜା ପ୍ରତି ଓଡିଆ ଘରର ପରମ୍ପରା…

2 years ago

ମଣ୍ଡା ପିଠା

ଲେଖା: ଡ. ଜୟଶ୍ରୀ ନନ୍ଦ ~ ମଣ୍ଡାପିଠା ~ ମଣ୍ଡା ପିଠା ଗୋଲ୍ ଗୋଲ୍, ଚାଲ ଯିବା ଚଣ୍ଡିଖୋଲ। ଲୋକଗୀତଟି…

2 years ago