ଲେଖା: ଦେଵ ତ୍ରିପାଠୀ
୧୮୮୭ ସାଲ ମେ ୨୫ ତାରିଖ ।
କଲିକତା ବନ୍ଦର । ସାର୍ ଜନ୍ ଲରେନ୍ସ (Sir John Lawrence) ନାମକ ଏକ ସୌଖିନ ଜାହାଜ ୧୪୦୦ ଜଣ ଯାତ୍ରୀ ୮୦ ଟନ୍ ପଣ୍ୟଦ୍ରବ୍ୟ ସହିତ ଯାତ୍ରା ଆରମ୍ଭ କଲା ବାଲେଶ୍ବର ଜିଲ୍ଲାର ଚାନ୍ଦବାଲି ବନ୍ଦର ଅଭିମୁଖେ !
ଜାହାଜରେ ଥିଲେ ବାଲେଶ୍ଵର, କଟକ ସହର, କଟକ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳର ବ୍ୟବସାୟୀଗଣ ତଥା ଜଗନ୍ନାଥ ଦର୍ଶନ ଆଶାୟୀ କଲିକତା ଏବଂ ଆଖପାଖର ବଙ୍ଗାଳୀ ଓ ଓଡ଼ିଆଯାତ୍ରୀ ।
ହରିବୋଲ ଜୟ ଜଗନ୍ନାଥ ଧ୍ବନି ଓ ଇଂରେଜ ନାବିକଗଣଙ୍କ ଚାଳନାରେ ଆଗେଇ ଚାଲିଲା ଜାହାଜଟି ।
ଘରବାହୁଡ଼ା ଓଡ଼ିଆ ବ୍ୟବସାୟୀ ଓ ଜଗନ୍ନାଥପ୍ରେମୀ ବଙ୍ଗାଳୀଯାତ୍ରୀଙ୍କ ମନ ଆଜି ଉଚ୍ଚାଟ ! ଆଉ କେଇ ଘଣ୍ଟାରେ ଜାହାଜ ଲାଗିଯିବ ଚାନ୍ଦବାଲି ଉପକୂଳରେ !
ପରିବାର ଲୋକଙ୍କ ମୁହଁଟିମାନ ସତେ ଯେପରି ଆଖି ଆଗରେ ଭାସିଯାଇଛି, ବଡ଼ ଦେଉଳର ପତିତପାବନ ବାନା ହାତଠାରି ଡାକୁଛି !
ହେଲେ ବିଧିର ବିଧାନ ଥିଲା ବିଚିତ୍ର ! ଚାନ୍ଦବାଲିଠୁ ଅଳ୍ପ ଦୂରରେ ରିକ୍ ଲାଇଟ୍ (Rick Light)ପାମେରା ପଏଣ୍ଟ (Palmera Point) ମଧ୍ୟରେ ଅଚାନକ ମାଡ଼ି ଆସିଲା ସାମୁଦ୍ରିକ ଝଡ଼ !
ଜୀବନ ବଞ୍ଚାଇବାକୁ ସକଳ ଚେଷ୍ଟା, ଭଗବାନଙ୍କୁ ଆକୁଳ ପ୍ରାର୍ଥନା ସବୁକୁ ବ୍ୟର୍ଥ କରି ସାର୍ ଜନ୍ ଲରେନ୍ସ ସମୁଦ୍ର ଗର୍ଭରେ ଲୀନ ହେଲା, ୧୪୦୦ ନିରୀହ ଯାତ୍ରୀଙ୍କ ଜୀବନଦୀପକୁ ଲିଭାଇ !
ସାର୍ ଜନ୍ ଲରେନ୍ସ ସହିତ ୧୪୦୦ ଯାତ୍ରୀଙ୍କ ଦୁଃଖଦ ମୃତ୍ୟୁ କିନ୍ତୁ ରହିଗଲା ଓଡ଼ିଶା ଅବା ଭାରତ ଇତିହାସରେ ଅନାଲୋଚିତ ହୋଇ !
ଭାରତବର୍ଷର ସବୁଠାରୁ ବଡ଼ ଜାହାଜ ଦୁର୍ଘଟଣାର ଇତିହାସ ସତେ ଯେମିତି ସେଇ ହତଭାଗ୍ୟ ମାନଙ୍କସହିତ କଳିଙ୍ଗ ସାଗର ଗର୍ଭରେ ଲୀନ ହୋଇଗଲା !
ତଥ୍ୟ: ଆଦିକନ୍ଦ ଦାଶ, ପୂଜ୍ୟପୂଜା ସଂସଦ ସ୍ମରଣିକା ୨୦୧୧, ଚାନ୍ଦବାଲି
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago