ଉପସ୍ଥାପନା: ଆଫ଼ତାବ ହୋସେନ
ଓଡ଼ିଶାର ପ୍ରସିଦ୍ଧ ଶୈବପୀଠମାନଙ୍କ ମଧ୍ୟରେ ଲଡୁବାବା ଅନ୍ୟତମ। ଏହିଠାରେ ଭଗବାନ ଶିବ ଲଡୁକେଶ୍ବର ନାମରେ ପୂଜା ପାଆନ୍ତି। ଏହି ମନ୍ଦିର ନୟାଗଡ଼ ଜିଲ୍ଲା ଶରଣକୁଳଠାରେ ଅବସ୍ଥିତ। ଏହି ମନ୍ଦିରର ଭାସ୍କର୍ଯ୍ଯକଳା ଉଭୟ କଳିଙ୍ଗ ଓ ଦ୍ରାବିଡ଼ ଶୈଳୀର ସମିଶ୍ରଣ । ଶିବରାତ୍ରିରେ ଦୂରଦୂରାନ୍ତରୁ ଭକ୍ତ ଏଠାକୁ ଦର୍ଶନ ପାଇଁ ଆସିଥାନ୍ତି।
ଲଡ଼ୁକେଶ୍ବର ବା ଲଡ଼ୁବାବା ସ୍ବୟଂ ଲିଙ୍ଗ । ପ୍ରାରମ୍ଭରେ ଏହି ଲିଙ୍ଗ ନକୁଳେଶ୍ବର ନାମରେ ପରିଚିତ ଥିଲେ । କାଳକ୍ରମେ ଅପଭ୍ରଂଶ ହୋଇଥିବାର ଜଣାଯାଏ । ସେ ‘ହରିହର’ ରୂପରେ ପୂଜିତ ।
ବଡ଼ ବଡ଼ ମୂର୍ତ୍ତିମାନଙ୍କରେ ଖୋଦନ ଶିଳ୍ପରୁ ମନ୍ଦିରଟି ପଞ୍ଚଦଶ ଶତାଦ୍ଦୀରେ ନିର୍ମିତ ହୋଇଥିବାର ବିଶ୍ବାସ କରାଯାଏ । ମନ୍ଦିରର ଚତୁଃପାର୍ଶ୍ବରେ ଗଣେଶ, ବାସୁଦେବ, କାର୍ତ୍ତିକେୟ, ଗଙ୍ଗାଦେବୀ ଅଦି ପାର୍ଶ୍ବ ଦେବାଦେବୀ ସଂସ୍ଥାପିତ । ମନ୍ଦିରର ଦ୍ବାରପାଳ ନନ୍ଦି ଓ ଭୁକୁଟି । ମନ୍ଦିରର ବେଢାରେ ନବଗ୍ରହ, ଶ୍ରୀଜଗନ୍ନାଥ, ପାର୍ବତୀ, ସୂର୍ଯ୍ୟ, ବାବା ବୈଦ୍ୟନାଥ, ପଞ୍ଚମୁଖୀ ହନୁମାନଙ୍କ ବିଗ୍ରହ ପୂଜା ପାଉଛି ।
ଏକ କିମ୍ବଦନ୍ତୀ ଅନୁଯାୟୀ ପୂର୍ବ କାଳରେ ଏବେକାର ଶରଣକୁଳ ଓ ରଣପୁର ଅଞ୍ଚଳକୁ ନେଇ ଗଠିତ ଇଲାକାରେ “ବାଣା” ନାମରେ ଦାନବ ରାଜା ରାଜତ୍ବ କରୁଥିଲେ । ସେ ଥିଲେ ପରମ ଶିବଭକ୍ତ । ଘଞ୍ଚ ବଣ ମଧ୍ୟରେ ଦାନବ ରାଜା ଶିବଲିଙ୍ଗ ପ୍ରତିଷ୍ଟା କରାଇଥିଲେ । ମନ୍ଦିର ନିକଟସ୍ଥ ‘ଅସୁରଢିପ’ ଗ୍ରାମ ବାଣାସୁରଙ୍କ ରାଜଧାନୀ ଥିବା କୁହାଯାଏ ।
ଲଡ଼ୁବାବାଙ୍କ ଦୈନଦିନ ନୀତିକାନ୍ତି ମଧ୍ୟରେ ତିନି ଧୂପ ଓ ପାଞ୍ଚ ଅବକାଶ ଅନ୍ତର୍ଭୁକ୍ତ । ଚନ୍ଦନଯାତ୍ରା, ଶୀତଳଷଷ୍ଠି, ଶିବରାତ୍ରି, ଝୁଲଣଯାତ୍ରା, ବଡ଼ଓଷା ଅଦି ଲଡ଼ୁବାବାଙ୍କ ମୁଖ୍ୟ ପର୍ବ ।
ଛବି:- ସାମାଜିକ ଗଣମାଧ୍ୟମ
©Vir Kalinga
~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…
ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…
ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…
~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…
~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…
ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…