ଲେଖା: ଦେଵ ତ୍ରିପାଠୀ

ଗାଁ ମୁଲକର ସଞ୍ଜ ସତରେ ନିଆରା, ଅଭୁଲା । ସାରାଦିନର ଅକ୍ଲାନ୍ତ ପରିଶ୍ରମ ପରେ ଘରକୁ ଫେରନ୍ତି ଚଷାଭାଇମାନେ, ଖଟିଖିଆ ମାନେ, ପକ୍ଷୀମାନେ ହୋଇ ଯା’ନ୍ତି ନୀଡ଼ ମୁହାଁ । ଘଣ୍ଟଘଣ୍ଟା ଓ କରତାଳ ମିଶା ହରିଭଜନ ଭାସିଆସେ ଅଦୂରର କେଉଁ ମନ୍ଦିର କି ଗ୍ରାମଦେବତୀ ପୀଠରୁ । ସହରରେ ସିନା ରାତି ଆସେ ବିଳମ୍ବରେ, ମାତ୍ର ଗାଁରେ ରାତି ଆସେ ସଞ୍ଜରୁ । ସଞ୍ଜବେଳିଆ ନିତ୍ୟକର୍ମ ଓ ଘରଧନ୍ଦା ସାରି ଗାଁବାସୀଏ ମେଳ ହୁଅନ୍ତି ଗାଁ ମଝିରେ ଥିବା ଖୋଲାଜାଗାରେ ।

ଛାଇ ଅନ୍ଧାରର ଏଇ ଛପିଛପିକା ମାୟାମୟ ପରିବେଶରେ ଗାଁବାସୀଏ ବସିଥାନ୍ତି ଚଉଦୋଳରେ, ଆଉ ଅପେକ୍ଷା କରିଥାନ୍ତି କେତେବେଳେ ସାମ୍ନାରେ ଟଙ୍ଗା ଯାଇଥବା ଶ୍ୱେତ ପର୍ଦ୍ଦା ଉପରକୁ ଭାସିଆସିବେ ସେମାନଙ୍କ କଳ୍ପନାର ରାମାୟଣୀୟ ଚରିତ୍ରସବୁ । ପ୍ରଚ୍ଛଦପଟରୁ ଗାୟକ ଯେତେବେଳେ ବିଚିତ୍ର ରାମାୟଣ ଗାଇଚାଲେ, ଲୋକଙ୍କ ମନରେ ଖେଳିଚାଲେ ଏକ ଅଜଣା ପୁଲକ ।


“କପି ତୁ କାହୁଁ ଅଇଲୁ, ଶ୍ରୀରାମ ନାମ ଧଇଲୁ,
ହୃଦୟ ମୋହର ଦହନ କାଳରେ ଚନ୍ଦନ ଲେପନ କଲୁ ।”

ସେ ଶ୍ୱେତପର୍ଦ୍ଦା ଉପରେ ଉଭା ହୁଅନ୍ତି ରାମାୟଣର ଚରିତ୍ରମାନେ, ମାତ୍ର ଛାୟାରୂପରେ । ରୋମାଞ୍ଚିତ ହୋଇଉଠେ ଗ୍ରାମବାସୀଙ୍କ ମନ ଓ ଚୈତନ୍ୟ । ଛାଇ ଅନ୍ଧାରର ମାୟାଲୋକ ମଧ୍ୟରୁ କଳାକାରର ସେଇ କାଳ୍ପନିକ କରିସ୍ମା ହିଁ “ରାବଣ ଛାୟା”

ଏଇ ରାବଣଛାୟା ଏକଦା ଓଡ଼ିଶାର ଲୋକକଳା ପରମ୍ପରାରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଥିଲା । ଓଡ଼ିଶାର ସୈାଭାଗ୍ୟ ଯେ, ପୂର୍ବ ଭାରତରେ ଛାୟାନାଟକର ପ୍ରଚଳନ ନ ଥିବା ସମୟରେ ଓଡ଼ିଶାର ବହୁ ସ୍ଥାନରେ ରାବଣଛାୟା ଏକ ସମୃଦ୍ଧ ଲୋକନାଟ୍ୟ ପରମ୍ପରାରେ ପରିଣତ ହୋଇଥିଲା । ମାତ୍ର ଜନସମର୍ଥନ ଓ ପ୍ରୋତ୍ସାହନର ଅଭାବ, ଆଧୁନିକ ମନୋରଞ୍ଜନ ତଥା ସାମାଜିକ ଗଣମାଧ୍ୟମ ଗୁଡ଼ିକର ବ୍ୟାପକ ଲୋକପ୍ରିୟତା, ଆନୁଷ୍ଠାନିକ ସମର୍ଥନର ଅଭାବ, ସର୍ବୋପରି ଅର୍ଥାଭାବ ଆଦି କାରଣରୁ ରାବଣଛାୟା କ୍ରମଶଃ ତା’ର ଆକର୍ଷଣ ହରାଇ ଆଜି ବିସ୍ମୃତପ୍ରାୟ, ସଂଘର୍ଷର ସରଣୀରେ ସଂସ୍କୃତିର ଏଇ ଶୀର୍ଣ୍ଣଶିଖା ଲିଭି ଲିଭି ଯାଉଛି ।

କହିବା ବାହୁଲ୍ୟ ଯେ, ଏଇ ମହାନ ଲୋକକଳାଟି ଲୋକନୃତ୍ୟର ସ୍ବର୍ଗ କୁହାଯାଉଥିବା ଗଞ୍ଜାମ ଜିଲ୍ଲାରୁ ହିଁ ପରିବ୍ୟାପ୍ତ ।

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago