ଲେଖା: ଦେଵ ତ୍ରିପାଠୀ
ଗାଁ ମୁଲକର ସଞ୍ଜ ସତରେ ନିଆରା, ଅଭୁଲା । ସାରାଦିନର ଅକ୍ଲାନ୍ତ ପରିଶ୍ରମ ପରେ ଘରକୁ ଫେରନ୍ତି ଚଷାଭାଇମାନେ, ଖଟିଖିଆ ମାନେ, ପକ୍ଷୀମାନେ ହୋଇ ଯା’ନ୍ତି ନୀଡ଼ ମୁହାଁ । ଘଣ୍ଟଘଣ୍ଟା ଓ କରତାଳ ମିଶା ହରିଭଜନ ଭାସିଆସେ ଅଦୂରର କେଉଁ ମନ୍ଦିର କି ଗ୍ରାମଦେବତୀ ପୀଠରୁ । ସହରରେ ସିନା ରାତି ଆସେ ବିଳମ୍ବରେ, ମାତ୍ର ଗାଁରେ ରାତି ଆସେ ସଞ୍ଜରୁ । ସଞ୍ଜବେଳିଆ ନିତ୍ୟକର୍ମ ଓ ଘରଧନ୍ଦା ସାରି ଗାଁବାସୀଏ ମେଳ ହୁଅନ୍ତି ଗାଁ ମଝିରେ ଥିବା ଖୋଲାଜାଗାରେ ।
ଛାଇ ଅନ୍ଧାରର ଏଇ ଛପିଛପିକା ମାୟାମୟ ପରିବେଶରେ ଗାଁବାସୀଏ ବସିଥାନ୍ତି ଚଉଦୋଳରେ, ଆଉ ଅପେକ୍ଷା କରିଥାନ୍ତି କେତେବେଳେ ସାମ୍ନାରେ ଟଙ୍ଗା ଯାଇଥବା ଶ୍ୱେତ ପର୍ଦ୍ଦା ଉପରକୁ ଭାସିଆସିବେ ସେମାନଙ୍କ କଳ୍ପନାର ରାମାୟଣୀୟ ଚରିତ୍ରସବୁ । ପ୍ରଚ୍ଛଦପଟରୁ ଗାୟକ ଯେତେବେଳେ ବିଚିତ୍ର ରାମାୟଣ ଗାଇଚାଲେ, ଲୋକଙ୍କ ମନରେ ଖେଳିଚାଲେ ଏକ ଅଜଣା ପୁଲକ ।
“କପି ତୁ କାହୁଁ ଅଇଲୁ, ଶ୍ରୀରାମ ନାମ ଧଇଲୁ,
ହୃଦୟ ମୋହର ଦହନ କାଳରେ ଚନ୍ଦନ ଲେପନ କଲୁ ।”
ସେ ଶ୍ୱେତପର୍ଦ୍ଦା ଉପରେ ଉଭା ହୁଅନ୍ତି ରାମାୟଣର ଚରିତ୍ରମାନେ, ମାତ୍ର ଛାୟାରୂପରେ । ରୋମାଞ୍ଚିତ ହୋଇଉଠେ ଗ୍ରାମବାସୀଙ୍କ ମନ ଓ ଚୈତନ୍ୟ । ଛାଇ ଅନ୍ଧାରର ମାୟାଲୋକ ମଧ୍ୟରୁ କଳାକାରର ସେଇ କାଳ୍ପନିକ କରିସ୍ମା ହିଁ “ରାବଣ ଛାୟା” ।
ଏଇ ରାବଣଛାୟା ଏକଦା ଓଡ଼ିଶାର ଲୋକକଳା ପରମ୍ପରାରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଥିଲା । ଓଡ଼ିଶାର ସୈାଭାଗ୍ୟ ଯେ, ପୂର୍ବ ଭାରତରେ ଛାୟାନାଟକର ପ୍ରଚଳନ ନ ଥିବା ସମୟରେ ଓଡ଼ିଶାର ବହୁ ସ୍ଥାନରେ ରାବଣଛାୟା ଏକ ସମୃଦ୍ଧ ଲୋକନାଟ୍ୟ ପରମ୍ପରାରେ ପରିଣତ ହୋଇଥିଲା । ମାତ୍ର ଜନସମର୍ଥନ ଓ ପ୍ରୋତ୍ସାହନର ଅଭାବ, ଆଧୁନିକ ମନୋରଞ୍ଜନ ତଥା ସାମାଜିକ ଗଣମାଧ୍ୟମ ଗୁଡ଼ିକର ବ୍ୟାପକ ଲୋକପ୍ରିୟତା, ଆନୁଷ୍ଠାନିକ ସମର୍ଥନର ଅଭାବ, ସର୍ବୋପରି ଅର୍ଥାଭାବ ଆଦି କାରଣରୁ ରାବଣଛାୟା କ୍ରମଶଃ ତା’ର ଆକର୍ଷଣ ହରାଇ ଆଜି ବିସ୍ମୃତପ୍ରାୟ, ସଂଘର୍ଷର ସରଣୀରେ ସଂସ୍କୃତିର ଏଇ ଶୀର୍ଣ୍ଣଶିଖା ଲିଭି ଲିଭି ଯାଉଛି ।
କହିବା ବାହୁଲ୍ୟ ଯେ, ଏଇ ମହାନ ଲୋକକଳାଟି ଲୋକନୃତ୍ୟର ସ୍ବର୍ଗ କୁହାଯାଉଥିବା ଗଞ୍ଜାମ ଜିଲ୍ଲାରୁ ହିଁ ପରିବ୍ୟାପ୍ତ ।
~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…
~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…
ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…