ମହାମନିଷୀଗଣ

ଉତ୍କଳରତ୍ନ ପ୍ରଫେସର ପଠାଣି ପଟ୍ଟନାୟକ

ଲେଖା: ଦେଵ ତ୍ରିପାଠୀ

“ଜୀବନର ଚଲାପଥ”ରେ ସେ ପଢିଥିଲେ ଅସଂଖ୍ୟ ସାହିତ୍ୟିକଙ୍କୁ, ପରଖିଥିଲେ ସେମାନଙ୍କ କୃତିକୁ, ପରଖି ଦେଖୁ ଦେଖୁ ସେ ବନିଯାଇଥିଲେ ଗବେଷକ, ଓଡ଼ିଆ ଗବେଷଣା ସାହିତ୍ୟ ଜଗତର କିମ୍ୱଦନ୍ତୀ ପୁରୁଷ; “ଜୀବନର ଚଲାପଥ”ରେ ସେ ମଧ୍ୟ ଦିଗ ଦର୍ଶାଇ ଥିଲେ ଅସଂଖ୍ୟ ସାହିତ୍ୟିକଙ୍କୁ, ସେ ଓଡ଼ିଆ ଗବେଷଣା ସାହିତ୍ୟ ଜଗତର ଭୀଷ୍ମ ପିତାମହ ତଥା କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ, ସାହିତ୍ୟଭାରତୀ ସମ୍ମାନମଣ୍ଡିତ ଉତ୍କଳରତ୍ନ ପ୍ରଫେସର ପଠାଣି ପଟ୍ଟନାୟକ

ଐତିହାସିକ ଓ ସାଂସ୍କୃତିକ ସମାଲୋଚନା ଧାରାର ଜଣେ ସଫଳ ସାଧକ ତଥା ଓଡ଼ିଆ ସମାଲୋଚନା ସାହିତ୍ୟର ଅନନ୍ୟ ବିନ୍ଧାଣି ଭାବେ ସେ “ସମାଜ ଓ ସାହିତ୍ୟ”, “ସାହିତ୍ୟ ବିଚାର”, “ସାହିତ୍ୟ ପରିକ୍ରମା”, “ସାହିତ୍ୟ ସଂହତି ଓ ସଂସ୍କୃତି”, “ଓଡ଼ିଆ ସାହିତ୍ୟର ଇତିହାସ”, “ଓଡ଼ିଆ ସାହିତ୍ୟର ଭୂମିକା”, “ଭାରତୀୟ ସାହିତ୍ୟର ଭୂମିକା”, “ପ୍ରବନ୍ଧ ଓ ସମାଲୋଚନା”, “ଗଙ୍ଗାଧର ସାହିତ୍ୟ ଓ ତପସ୍ୱିନୀ” ଓ “ଜୀବନୀ ସାହିତ୍ୟ: ଏକ ଅଧ୍ୟୟନ” ପରି ଅତ୍ୟନ୍ତ ସାରଗର୍ଭକ ପୁସ୍ତକ ମାନ ରଚନା କରି ଓଡ଼ିଆ ଗବେଷଣା ସାହିତ୍ୟ ଭଣ୍ଡାରକୁ ବପୁମନ୍ତ କରିଛନ୍ତି ।

ଆଲୋଚନାରେ ତାଙ୍କର ସାମ୍ବାଦିକସୁଲଭ ପ୍ରକାଶଭଙ୍ଗୀ ପାଠକଙ୍କୁ ମୋହିତ କରି ରଖେ । ଯୁକ୍ତିନିଷ୍ଠଭାବେ ଆମ ଐତିହ୍ୟ, ସଂସ୍କୃତି ଓ ସମସାମୟିକ ସାମାଜିକ ଜନପ୍ରବାହକୁ ଦୃଷ୍ଟିରେ ରଖି ଓଡ଼ିଆ ସାହିତ୍ୟର ଅନୁଶୀଳନ କରିଛନ୍ତି ପ୍ରଫେସର ପଟ୍ଟନାୟକ । ଏସବୁ କାଳଜୟୀ ରଚନା ପରିଚୟ ଦିଏ ତାଙ୍କର ସ୍ଵକୀୟ ମୌଳିକ ବିଚାରପ୍ରବଣତା, ତୁଳନାତ୍ମକ ବିଚାର ଆଲୋଚନାମନନଶୀଳନତା

“ରସକଲ୍ଲୋଳ”, “ବିଦଗ୍ଧ ଚିନ୍ତାମଣି” ଓ “ଲାବଣ୍ୟବତୀ”ର ସୁଯୋଗ୍ୟ ସମ୍ପାଦକଭାବେ ସେ ମଧ୍ୟ ପରିଚୟ ଦେଇଛନ୍ତି ନିଜର ଅଖଣ୍ଡ ସୃଜନଶୀଳତାର !

ଗବେଷଣାତ୍ମକ-ପ୍ରବନ୍ଧ ବ୍ୟତୀତ ଅସୁମାରୀ ଗଳ୍ପ ଓ କବିତା ରଚନା କରି ସେ ଓଡ଼ିଆ ସାହିତ୍ୟକୁ ଦେଇଥିଲେ ସ୍ୱତନ୍ତ୍ର ମର୍ଯ୍ୟାଦା, ଆତ୍ମଜୀବନୀ “ଜୀବନର ଚଲାପଥ” ପାଇଁ ସେ ସମ୍ମାନିତ ହୋଇଥିଲେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ।

ଓଡ଼ିଆ ସାହିତ୍ୟପ୍ରେମୀମାନଙ୍କ ମାନସପଟରେ ସଦାବିରାଜିତ ସେହି ପ୍ରଥିତଯଶା ଅଧ୍ୟାପକ, ଗବେଷକ, ସ୍ତମ୍ଭକାର ପଠାଣି ପଟ୍ଟନାୟକଙ୍କୁ ଅନ୍ତରଙ୍ଗ କଳିଙ୍ଗର ସଶ୍ରଦ୍ଧ ପ୍ରଣିପାତ ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

6 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 week ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago