ଲେଖା: ସନ୍ତୋଷ ପଟ୍ଟନାୟକ

ଆବାହମାନ କାଳରୁ ସାମାଜିକ ଜୀବରେ ଲୋକନୃତ୍ୟ, ଲୋକସଙ୍ଗୀତ ଓ ଲୋକବାଦ୍ୟ ସର୍ବଦା ବିଶେଷ ଭୂମିକା ନେଇଆସିଛି । ବିଶେଷକରି ଦୈନନ୍ଦିନ ଜୀବନର ବ୍ୟସ୍ତତା ମଧ୍ୟରେ  କିଛି ଆନନ୍ଦ ଓ କିଛି ସାମାଜିକ ତୃଷ୍ଟି ନିମନ୍ତେ ସନ୍ଧ୍ୟାରେ ଗ୍ରାମ ଦାଣ୍ଡରେ, କୋଠଘରେ କିମ୍ବା ଭାଗବତ ଟୁଙ୍ଗୀରେ ଦାସକାଠୀ, ସଖିନାଟ, ଘୁଡ଼ୁକି, ପାଲା ଓ ବିଭିନ୍ନ  ଲୀଳା ପରିବେଷଣକରାଯାଉଥିଲା। ଏହା ଆଜିର ସାମାଜିକ ଜୀବରେ କ୍ରମଶ ପ୍ରଭାବହୀନ ହୋଇଯାଉଛି।

ଏହା ଦ୍ବାରା ଆମ୍ଭର ସାମାଜିକ ଜୀବନରେ ଏକ ଅପୂରଣୀୟ କ୍ଷତି ହେବାକୁ ଯାଉଛି । ଆଗାମୀ ବଂଶଧରମାନେ ଏହାର ସୁପ୍ରଭାବ ଅନୁଭବ କରିବାକୁ ହେଲେ ଆମ୍ଭମାନଙ୍କୁ ସାମାଜିକ ଦାୟିତ୍ୱ ତୁଲାଇବାକୁ ପଡ଼ିବ । ସିନେମା, ଟି.ଭି. ଇଣ୍ଟରନେଟ୍’ରେ ଆଜିକାଲି ମନୋରଞ୍ଜନର ବ୍ୟବସ୍ଥା ହୋଇଥିଲେ ମଧ୍ୟ ସାମାଜିକ ଜୀବରେ ଜୀବନ୍ତ ଦୃଶ୍ୟର ଅଭାବ ଉପଲବ୍ଧ ହେଉଛି। ଏଣୁ ସାମାଜିକ ସ୍ତରରେ ପ୍ରତ୍ୟେକ  ସଚେତନ ବ୍ୟକ୍ତିବିଶେଷ ଆମର ମୌଳିକ ସଂସ୍କୃତି ଓ କଳାକୁ ସୁରକ୍ଷିତ ରଖିବାକୁ ଆଗେଇ ଆସିବା  ନିତାନ୍ତ ଆବଶ୍ୟକ। ଗଞ୍ଜାମ ଜିଲ୍ଲାର ମୌଳିକ ନାଟ୍ୟାନୁଷ୍ଠାନ ରୂପେ ରାଧାପ୍ରେମ ଲୀଳା ସୁପରିଚିତ  ।

ଏଇ ଜିଲ୍ଲାର ମୁଖ୍ୟ ଲୋକସଙ୍ଗୀତ ରୂପକ ନାଟକ ରାଧାପ୍ରେମ ଲୀଳା, ରାଧା ଓ କୃଷ୍ଣଙ୍କର ଶାଶ୍ୱତ ପ୍ରେମଲୀଳାକୁ ଆଧାର କରି ଚିକିଟି ରାଜପରିବାରରୁ ହିଁ ସୃଷ୍ଟି ହୋଇଥିଲା।

ଏଇ ଲୀଳାରେ ରାଧା, ଲଳିତା ଏବଂ କୃଷ୍ଣଙ୍କର ବିଭିନ୍ନ  ବେଶ ଯଥା- କାଚରା ବେଶ, ଅଳତା ଲଗାଇବା ବେଶ, ପରିବା ବିକାଳୀ, ସାପୁଆ କେଳା ବେଶ ଇତ୍ୟାଦି ପରିବେଷଣ କରାଯାଇଥାଏ । ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଏହାକୁ ଏକ ପ୍ରଧାନ ନାଟକ ଭାବେ ମାନ୍ୟତା  ମିଳିଥିଲା। ଗଞ୍ଜାମ ଜିଲ୍ଲାର ଆଠଗଡ଼ ପାଟଣାର ଶ୍ରୀ ରଘୁନାଥ ରାଜଗୁରୁ ପ୍ରଥମେରାଧାପ୍ରେମ ଲୀଳା ପରିବେଷଣ କରିଥିଲେ।

ରାଧାପ୍ରେମ ଲୀଳା ହିଁ ଅର୍ଦ୍ଧ-ଶାସ୍ତ୍ରୀୟମିଶ୍ରିତ ଲୋକନାଟ୍ୟାନୁଷ୍ଠାନ କୁହାଯାଇପାରେ । ସଙ୍ଗୀତ ଓ ନୃତ୍ୟଭିତ୍ତିକ ଏହି ଅନୁଷ୍ଠାନରେ ୨୫ରୁ ୩୦ ଜଣ ବାଳ କଳାକାର ଅଂଶଗ୍ରହଣ କରିଥାନ୍ତି । ଏହା ଏକ ବ୍ୟୟସାପେକ୍ଷ କଳା ଏବଂ ଶିଶୁକଳାକାରଙ୍କର ଆବଶ୍ୟକତା ହେତୁ ଜିଲ୍ଲାରେ ନୃତ୍ୟଦଳ ସଂଖ୍ୟା ୩୦୵୩୫ରୁ ବର୍ତ୍ତମାନ ୧୦୵୧୨କୁ ଖସି ଆସିଲାଣି  ।

ରାଧାପ୍ରେମ ଲୀଳାର ପୃଷ୍ଠଭୂମି ପ୍ରାଚୀନ ନୁହେଁ ଏହା ରୀତିଯୁଗିୟ ଏକ ଗୀତିନୃତ୍ୟ କଳା । କବିସୂର୍ଯ୍ଯଙ୍କ “କିଶୋର ଚନ୍ଦ୍ରାନନ ଚମ୍ପୁ”ର ପ୍ରଭାବ ଏଥିରେ ସ୍ବଷ୍ଟ ପରିଲକ୍ଷିତ ହୁଏ ।

ଅଭିନୟ ଧାରା ରାଧା ଓ କୃଷ୍ଣଙ୍କ କଥାକୁ ନେଇ ପରିକଳ୍ପିତ ସେମାନଙ୍କର ଶୃଙ୍ଗାରକ୍ରିଡ଼ା ଓ ମାନଭଞ୍ଜନ ଏହାର ମୁଖ୍ୟ ଉପଜୀବ୍ୟ ହୋଇଥିବାରୁ ରାଧାପ୍ରେମ ଲୀଳା ଭାବେ ଏହି ଲୀଳାଭିନୟର ନାମ ସାର୍ଥକ ମନେହୁଏ । ପରିବେଷଣର ସମୟ ୧୮ରୁ ୨୨ ଘଣ୍ଟା ପର୍ଯ୍ୟନ୍ତ  ହୋଇଥାଏ । ସଙ୍ଗୀତ ରଚନା ଓ ପରିବେଷଣରେ ଏହି ଜିଲ୍ଲାର ଯେଉଁ ନିଜସ୍ୱ ପରମ୍ପରା ରହିଛି ତାର ବ୍ୟତିକ୍ରମ ଦେଖିବାକୁ ମିଳେନାହିଁ  ।

ଅଭିନୟ କଳାର ଚାରିଗୋଟି ବର୍ଗ (ଆଙ୍ଗିକ, ବାଚିକ, ସାତ୍ତ୍ଵିକଆହାର୍ଯ୍ୟ)ର ଏକତ୍ର ସମାବେଶ ଏଥିରେ ଦେଖିବାକୁ  ମିଳେ । ମୁକ୍ତାକାଶ ମଞ୍ଚ ସହ  ବାଦ୍ୟଯନ୍ତ୍ର, ପୋଷାକ ଓ ବେଶଭୂଷାରେ ପାରମ୍ପରିକତା ପରିଲିକ୍ଷିତ ହୁଏ । ଏହି ରାଧାପ୍ରେମ ଲୀଳା ସମସ୍ତ ବର୍ଗର ବ୍ୟକ୍ତିବିଶେଷଙ୍କୁ ଆମୋଦ ପ୍ରଦାନ କରେ । ଏଣୁ ସାମ୍ପ୍ରତିକ ସମୟରେ ଏହି କଳାର ପୁନରୁଦ୍ଧାର  ଏକାନ୍ତ ଆବଶ୍ୟକ ।

#ଗାରିମାମୟ_ଗଞ୍ଜାମ

admin

Recent Posts

କପାଳୀ ମଠ

ଲେଖା: ଅମ୍ବିକା ପଟ୍ଟନାୟକ   ∼ କପାଳୀ ମଠ : ଓଡ଼ିଆ ସାମରିକ ଶକ୍ତିର ଅଭ୍ୟୁତ୍ଥାନ ପୀଠ ∼ ଭୁବନେଶ୍ୱରର…

2 weeks ago

ଶ୍ରୀଧର ସ୍ୱାମୀ

ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…

2 weeks ago

ଜାତି ଐରାବତ

ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…

2 weeks ago

ଉତ୍ତରେଶ୍ଵର ମହାଦେବ ମନ୍ଦିର

ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…

3 weeks ago

କୁମ୍ଭେଶ୍ୱର ମହାଦେବ ମନ୍ଦିର

କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ  ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…

3 weeks ago

ମାଣବସା ଗୁରୁବାର

ମାଣବସା ଗୁରୁବାର  ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…

3 weeks ago