ଚନ୍ଦନ ମଣ୍ଡପରେ ଠାକୁରମାନଙ୍କ ସ୍ନାନବେଶ, ଭୋଗ ଇତ୍ୟାଦି ନୀତି ବଢିବା ପରେ ରାତ୍ରଚାପ ନୀତିକୁ ବିଜେ କରିଥାନ୍ତି। ଏହି ରାତ୍ରଚାପ ପୁଷ୍କରିଣୀରେ ତିନି ଘେରା ଭ୍ରମଣ କରିଥାଏ। ଏହାପରେ ଠାକୁରମାନଙ୍କ ଅନ୍ୟାନ୍ୟ ନୀତି ସଂପାଦିତ ହୋଇ ଚାପ ଉପରୁ ବିମାନ ଓ ପାଲିଙ୍କିରେ ଉପବେଶନ କରି ଶ୍ରୀମନ୍ଦିର ଅଭିମୁଖେ ବାହୁଡା ବିଜେ କରିଥାନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଭଉଁରି ଯାତ୍ରା ଦିନ ରାତ୍ରଚାପ ନୀତିରେ ଠାକୁରମାନଙ୍କ ଚାପ ଏକୋଇଶ ଘେରା ବୁଲିଥାଏ ।
ଦିବାଚାପ ଶେଷ ହେବାପରେ ଠାକୁରମାନେ ଚନ୍ଦନ କୁଣ୍ଡରେ ସ୍ନାନ କରିଥାନ୍ତି। ଏଥି ନିମନ୍ତେ ଚନ୍ଦନ ମଣ୍ଡପର ଜଗତି ଉପରେ ନାନାବିଧ ସୁବାସିତ ପୁଷ୍ପ, ଚନ୍ଦନ, କର୍ପୂର ଜଳ ଇତ୍ୟାଦି ପୃଥକ୍ ତିନିଗୋଟି ଚନ୍ଦନ କୁଣ୍ଡରେ ସୁସଜ୍ଜିତ ଥାଏ। ଶ୍ରୀମଦନମୋହନ, ଭୂଦେବୀ, ଶ୍ରୀଦେବୀ ଚନ୍ଦନ ମଣ୍ଡପର ମଧ୍ୟଭାଗରେ ରାମ ଓ କୃଷ୍ଣ ପୂର୍ବଭାଗରେ ଏବଂ ପଞ୍ଚମହାଦେବ ପଶ୍ଚିମ ପାର୍ଶ୍ବରେ ଥିବା ଚନ୍ଦନ କୁଣ୍ଡମାନଙ୍କରେ ବିଜେ କରନ୍ତି। ପବିତ୍ର ଜଳକୁଣ୍ଡରେ ଦେବ ବିଗ୍ରହମାନଙ୍କର ଜଳଲାଗି ନୀତି ବଢିବା ପରେ ସେମାନଙ୍କୁ କୁଣ୍ଡରୁ ଉଠାଇ ପ୍ରୋଞ୍ଛନୀରେ ବିଧି ପୂର୍ବକ ପୋଛାଯାଇ ବିଭିନ୍ନ ପୁଷ୍ପମାଲ୍ଯ ଓ ପାଟବସ୍ତ୍ରରେ ସାଧା ବେଶରେ ସଜ୍ଜିତ କରାଯିବା ପରେ ପଞ୍ଚ ଉପଚାରରେ ଶୀତଳ ଭୋଗ ଲାଗି ହୋଇଥାଏ।
ଏହାପରେ ସ୍ବର୍ଣ୍ଣ ଅଳଙ୍କାରମାନ ଲାଗି ହୋଇ ବେଶ ବଢିବା ପରେ ଚନ୍ଦନ ମଣ୍ଡପକୁ ବିଜେ କରିଥାନ୍ତି। ପରମ୍ପରା ଅନୁଯାୟୀ ବାହାର ଚନ୍ଦନ ଯାତ୍ରା ସମୂହ ଚାପରେ (ନୌକାବିହାର) ଶ୍ରୀଯମେଶ୍ବର କିମ୍ବା ଶ୍ରୀଲୋକନାଥଙ୍କ ଅନୁପସ୍ଥିତିରେ ହୋଇନଥାଏ। ସଂପୃକ୍ତ ମହାଦେବ ନରେନ୍ଦ୍ର ଚକଡାଠାରେ ପହଞ୍ଚିବା ପରେ ନୌକାବିହାର ବା ଚାପଖେଳ ଅନୁଷ୍ଠିତ ହୋଇଥାଏ ।
ଶ୍ରୀମନ୍ଦିରର ଚନ୍ଦନଯାତ୍ରା ନୀତିରେ ନୀଳକଣ୍ଠେଶ୍ବରଙ୍କ ଅଂଶଗ୍ରହଣରେ ଆଜକୁ ପ୍ରାୟ ୧୫୦ ବର୍ଷ ପୂର୍ବେ କଳହ ଘଟିବାରୁ କୁଣ୍ଢେଇବେଣ୍ଟ ସାହିର ଲବଣିଖିଆ ଛକଠାରେ ଏକ ଆସ୍ଥାନ ମନ୍ଦିର ପ୍ରତିଷ୍ଠା କରାଯାଇଛି ଏବଂ ଚନ୍ଦନ ସମୟରେ ଶ୍ରୀନୀଳକଣ୍ଠଙ୍କ ଚଳନ୍ତି ପ୍ରତିମା ଏକୋଇଶ ଦିନ ଏଠାରେ ଅବସ୍ଥାନ କରନ୍ତି।
ଏଠାରେ ସୂଚନାଯୋଗ୍ଯ ଯେ ଉପର୍ଯ୍ୟୁକ୍ତ ପଞ୍ଚ ମହାଦେବଙ୍କ ଚଳନ୍ତି ପ୍ରତିମାମାନ ସବୁ ସମୟରେ ଶ୍ରୀମନ୍ଦିର ଦକ୍ଷିଣି ଘରେ ପୂଜିତ ହୋଇଥାନ୍ତି। ଏହି ସମୟରେ ବିମାନରେ ସ୍ବ ସ୍ବ ଆସ୍ଥାନକୁ ଯାଇ ପନ୍ତି, ବନ୍ଦାପନାଶୀତଳଭୋଗ ଇତ୍ୟାଦି ପରେ ପ୍ରତ୍ୟହ ଚନ୍ଦନ ଯାତ୍ରାରେ ଅଂଶଗ୍ରହଣ କରିଥାନ୍ତି।
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago