ଲେଖା: ଦେଵ ତ୍ରିପାଠୀ
ଚଣ୍ଡୀମାତା, ଧବଳେଶ୍ଵର, ସିଦ୍ଧେଶ୍ୱର, ସର୍ପେଶ୍ୱର, ଅମରେଶ୍ୱର, ଗଡ଼ଗଡେଶ୍ୱର ପରି ବହୁବିଦିତ ପ୍ରାଚୀନ ମନ୍ଦିରଗୁଡିକ ପାଇଁ ଖ୍ୟାତିମାନ୍ ମହାନଗର କଟକରେ ମଧ୍ୟ ରହିଛି କେତୋଟି ପ୍ରାଚୀନ ଗଣେଶ ମନ୍ଦିର, ତନ୍ମଧ୍ୟରୁ କେଉଁଟି ମୋଗଲ ଓ ମରହଟ୍ଟା ସମୟର, ତ କେଉଁଟି କଳାମୁଗୁନି ପଥରର, ଆଉ କେଉଁଟି ଶଙ୍ଖମର୍ମର, ପୁଣି କେଉଁଟି ଅତ୍ୟନ୍ତ ବିରଳ ମୂର୍ତ୍ତି ।
ପଞ୍ଚଦଶ ଶତାବ୍ଦୀର ସିଦ୍ଧିବିନାୟକ ମନ୍ଦିରର ବିରଳ ପ୍ରତିମା; ଅବା ବାରବାଟି ଦୁର୍ଗ ମଧ୍ୟରେ ଏକଦା ଗଡଚଣ୍ଡୀଙ୍କ ସହ ପୂଜା ପାଉଥିବା ଏବଂ ପରବର୍ତ୍ତୀ ସମୟରେ ବଢେଇ ସାହିର କଳାମୁଗୁନି ପଥରର ମୂର୍ତ୍ତି; ଛତ୍ରବଜାରର ବିରଳ ତଥା ରାଜ୍ୟର ଏକମାତ୍ର ଉର୍ଦ୍ଧ୍ବମୁଖା ଗଜାନନ ମୂର୍ତ୍ତି ବହୁ ପ୍ରାଚୀନ ଓ ଐତିହାସିକ । କିମ୍ବଦନ୍ତୀବହୁଳ ରାଜ୍ୟର ପ୍ରାଚୀନ ଗଣପତିପୀଠ ଗୁଡିକ ଉପଯୁକ୍ତ ଗବେଷଣାର ଆଶା ରଖନ୍ତି ।
ଉତ୍କଳରେ ଗଣପତି ଉପାସନାର ବିଶେଷ ପ୍ରଚଳନ ନ ଥିବା କାରଣରୁ ହୁଏତ ବର୍ତ୍ତମାନ ସମୟରେ ରାଜ୍ୟର ପ୍ରାଚୀନ ଗଣପତିପୀଠ ଗୁଡିକରେ ପୂଜିତ ପ୍ରାଚୀନ ମୂର୍ତ୍ତିମାନ ପ୍ରାୟତଃ ଦକ୍ଷିଣ ଭାରତୀୟ କିମ୍ବା ମରାଠା ମାନଙ୍କ ପ୍ରଭାବରେ ସ୍ଥାପିତ ହେବାର ଅନୁମାନ କରାଯାଏ । ତେବେ ରାଜ୍ୟର ସାଂସ୍କୃତିକ ରାଜଧାନୀ ଐତିହାସିକ କଟକନଗରୀରେ ବାରବାଟୀ ଦୁର୍ଗ ସ୍ଥାପନା କିମ୍ବା ପରବର୍ତ୍ତୀ ସମୟରେ ସ୍ଥାପିତ ହୋଇଥିବା ଏବଂ ଗଡଚଣ୍ଡୀଙ୍କ ସହିତ ପୂଜାପାଉଥିବା କଥା ଇତିହାସରୁ ସୁସ୍ପଷ୍ଟ ।
ତେବେ କଳାପାହାଡ଼ ଆକ୍ରମଣ ସମୟରେ ଭଗବାନଙ୍କୁ ପାତାଳୀ କରାଯାଇଥିଲା, ଏବଂ ପ୍ରାୟ ଦେଢ ଶତାବ୍ଦୀପରେ ପୁନଃ ସ୍ଥାପିତ କରାଯାଇଥିଲା ।
ଦୁର୍ଭାଗ୍ୟକୁ ଓଡ଼ିଶା ଇତିହାସର ମୂକସାକ୍ଷୀ ଏଇ ପ୍ରସିଦ୍ଧ ବିଗ୍ରହ ଆଜି ଲୋକଲୋଚନର ଆଢ଼ୁଆଳରେ ! ତେବେ କଳାକାରିଗରିର ସ୍ବର୍ଗ ଭାବେ ପରିଚିତ ଏଇ କଟକ ମହାନଗରୀର କାଷ୍ଠଶିଳ୍ପୀକୂଳର ଇଷ୍ଟଦେବତା ପଥୁରିଆସାହିର ଏଇ ଗଣେଶଜୀଉ ମହାପ୍ରଭୁ ମହାନଗରବାସୀଙ୍କ ଜୀବନଯାତ୍ରାକୁ ପ୍ରଭାବିତ କରିବା ସହିତ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିଆସୁଛନ୍ତି ।
କଟକରେ ମଧ୍ୟ ଆଧୁନିକ ସମୟରେ କ୍ଲବରୁ ମନ୍ଦିରରେ ରୂପାନ୍ତରିତ ହୋଇଥିବା କେତେକ ଗଣପତି ପୀଠ ବହୁ ସ୍ବାତନ୍ତ୍ର୍ୟ ବହନ କରନ୍ତି ।
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago