Skip to content
No results
  • The Vibe Behind
  • Our Action
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ କଥା
    • ଆମ ଚଳଣି
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
    • ଅଙ୍ଗେନିଭା କଥା
    • ହଜିଲା ଦିନର କଥା
    • ଜଣା ଅଜଣା
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ଆଈମା କାହାଣୀ
    • ସୃଷ୍ଟିସମଗ୍ର
    • ସମସାମୟିକ ସାହିତ୍ୟ
  • ସଂସ୍କୃତି ଓ ପରମ୍ପରା
    • ଶ୍ରୀଜଗନ୍ନାଥ
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
Contribute

Physical Address

Sai Samarpanam, Satya Vihar, Bhubaneswar

  • Email: antarangakalinga@gmail.com
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA
  • The Vibe Behind
  • Our Action
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ କଥା
    • ଆମ ଚଳଣି
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
    • ଅଙ୍ଗେନିଭା କଥା
    • ହଜିଲା ଦିନର କଥା
    • ଜଣା ଅଜଣା
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ଆଈମା କାହାଣୀ
    • ସୃଷ୍ଟିସମଗ୍ର
    • ସମସାମୟିକ ସାହିତ୍ୟ
  • ସଂସ୍କୃତି ଓ ପରମ୍ପରା
    • ଶ୍ରୀଜଗନ୍ନାଥ
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
Contribute
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA

ରାଜା ଆର୍ତ୍ତତ୍ରାଣ ଦେବ

  • adminadmin
  • November 7, 2020
  • ମହାମନିଷୀଗଣ

ଲେଖା: ଶିବାଶିଷ ମହାପାତ୍ର

ଓଡ଼ିଶା ଇତିହାସର ଯୁଗାନ୍ତକାରୀ ବ୍ୟକ୍ତିତ୍ଵ ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଦେବ ।

ଲୋକେ କୁହନ୍ତି ଗଡ଼ଜାତ ରାଜାମାନେ ଥିଲେ ନିର୍ଦ୍ଦୟ, କରୁଥିଲେ ଅକଥନୀୟ ଅତ୍ୟାଚାର, ତେବେ ଏକଥା କଣ ଠିକ୍ ?? ଇତିହାସର ପୃଷ୍ଠା ଖୋଲିଲେ ଜଣାପଡ଼େ କେବଳ ଦିଲ୍ଲୀ, ଜୟପୁରର ରାଜ୍ୟ ତଥା ରାଜାମାନେ ନଥିଲେ ସମୃଦ୍ଧ, ସାହିତ୍ୟିକ, କଳାପ୍ରେମୀ । ଆଜିର ଓଡ଼ିଶାରେ ମଧ୍ୟ ଜନ୍ମ ନେଇଥିଲେ ଅନେକ ଯୋଗଜନ୍ମା ରାଜା, ଯାହାଙ୍କ ଚେଷ୍ଟା ପ୍ରଚେଷ୍ଟା ଫଳରେ ଓଡ଼ିଆ ଭାଷା ସାହିତ୍ୟ ହୋଇପାରିଅଛି ଋଦ୍ଧିମନ୍ତ । ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସେମାନେ କରୁଥିଲେ ସାହିତ୍ୟ ଚର୍ଚ୍ଚା, ଓଡ଼ିଆକୁ ଭଲପାଇ ବଜାୟ ରଖିଥିଲେ ଏହାର ଟେକ ।

ଆଜିର ନୂଆପଡ଼ା ଜିଲ୍ଲା  ହେଉଛି ଏକଦା ସ୍ବତନ୍ତ୍ର ଜମିଦାରୀର ମାନ୍ୟତା ପାଇଥିଲା ଖଡ଼ିଆଳର ଅଂଶ ବିଶେଷ । ଏହି ରାଜ୍ୟର ଷୋଡ଼ଶତମ ରାଜା ଥିଲେ ଏକାଧାରରେ ଜଣେ କଳାସାହିତ୍ୟପ୍ରେମୀ, ପ୍ରଜାବତ୍ସଳ ରାଜା ତଥା ବିଶିଷ୍ଟ ବିଧାୟକ । ତାଙ୍କ ପୃଷ୍ଠପୋଷକତାରେ ଓଡ଼ିଆ ଭାଷା ଆନ୍ଦୋଳନ ଆରମ୍ଭ ହୋଇଥିଲା ଖଡ଼ିଆଳ ରାଜ୍ୟରେ । ବର୍ତ୍ତମାନର ଓଡ଼ିଶା ସୀମାରେ ଥିବା ଖଡ଼ିଆଳ ଗଡ଼ଜାତ ରାଜ୍ୟରେ ଚାଲିଥିଲା ଚକ୍ରାନ୍ତ ଓଡ଼ିଶାରୁ ଓଡ଼ିଆ ଭାଷା ଲୋପ କରିବା ପାଇଁ । ଏହି ସମୟରେ ଜନ୍ମ ଲାଭ କରିଥିଲେ ରାଜା ଆର୍ତ୍ତତ୍ରାଣ ଦେବ । ଚୌହାନ ରାଜବଂଶରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ମନ ଏବଂ ପ୍ରାଣ ଥିଲା ଓଡ଼ିଆ ଏବଂ ଓଡ଼ିଶାରେ ।

୧୯୦୦ ମସିହା ଜୁଲାଇ ୧୭ ତାରିଖରେ ଖଡ଼ିଆଳ ମହାରାଜା ଶ୍ରୀ ବିକ୍ରମ ଦେବଙ୍କ ଜ୍ୟୈଷ୍ଠପୁତ୍ର ଭାବରେ ଜନ୍ମଗ୍ରହଣ କରିଥିଲେ ରାଜା ଆର୍ତ୍ତତ୍ରାଣ ଦେବ । ୧୯୨୧ ମସିହାରେ ଖଡ଼ିଆଳ ଜମିଦାରୀର ଷୋଡ଼ଶତମ ରାଜା ରୂପେ ସିଂହାସନ ଆରୋହଣ କରିଥିଲେ । କଳାପ୍ରେମୀ ମହାରାଜା ନିଜ ରାଜଦରବାରରେ ଅନେକ କବି, ନାଟ୍ୟକାର, ସଙ୍ଗୀତଜ୍ଞ ଆଦି କଳାକାରମାନଙ୍କୁ ନିଯୁକ୍ତି ଦେବା ସହିତ ରାଜ୍ୟରେ ସେମାନଙ୍କ ପାଇଁ ଅନେକ ସୁବିଧା ସୁଯୋଗ ଯୋଗାଇ ଦେଇଥିଲେ । ତାଙ୍କର ଶାସନକାଳକୁ କୁହାଯାଏ ସୁବର୍ଣ୍ଣଯୁଗ ।

ନିଜର ଭଲପାଇବା ଥିଲା ଏ ମାଟିର ସଂସ୍କୃତି, ପରମ୍ପରା, ଐତିହ୍ୟ, ଭାଷା, ସାହିତ୍ୟ ତଥା ଇତିହାସ ପ୍ରତି । ପରୋପକାର, ମାନବିକତା, ବଦାନ୍ୟତା ଗୁଣ ଯୋଗୁଁ ଶୋଭା ବର୍ଦ୍ଧନ କରୁଥିଲେ ବିଭିନ୍ନ କମିଟି ତଥା ସଂସ୍ଥାମାନଙ୍କରେ ସଦସ୍ୟ ତଥା ପରାମର୍ଶଦାତା ଭାବରେ । ଉତ୍କଳ ବିଶ୍ୱବିଦ୍ୟାଳୟର ସିନେଟ ସଭ୍ୟ, ରେଡ଼କ୍ରସର ସଦସ୍ୟ ତଥା ୧୯୩୬ ମସିହାରେ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ହେବା ପରେ ପରାମର୍ଶ ଦାତା ପରିଷଦର ସେ ଥିଲେ ସଦସ୍ୟ । ଖଡ଼ିଆଳ ରାଜ୍ୟ ଉଚ୍ଚ ବିଦ୍ୟାଳୟରେ ଆରମ୍ଭ କରିଥିଲେ ଛାତ୍ର ବୃତ୍ତି ଯୋଜନା ଉଚ୍ଚଶିକ୍ଷାର ଉନ୍ନତି ସକାଶେ ।

ପିତାଙ୍କ ଦ୍ବାରା ପ୍ରତିଷ୍ଠିତ ବିକ୍ରମ ଥିଏଟର ଦ୍ଵାରା କେବଳ ଖଡ଼ିଆଳ ନୁହେଁ ସାରା ପଶ୍ଚିମ ଓଡ଼ିଶାରେ ନାଟ୍ୟ ସଂସ୍କୃତିର ପ୍ରଚାର ପ୍ରସାର ତଥା ଲୋକାଭିମୁଖୀ କରିବାରେ ଗ୍ରହଣ କରିଥିଲେ ବିଶିଷ୍ଟ ଭୂମିକା । ସେ ସମୟରେ ହିନ୍ଦୀ ଭାଷାଭାଷୀଙ୍କ ଲୋଲୁପ ଦୃଷ୍ଟି ପଡ଼ିଥିଲା ଓଡ଼ିଆ ଭାଷା ଉପରେ । ନିଜ ରାଜକୋଷରୁ ଯୋଗାଇଦେଇଥିଲେ ଆକଣ୍ଠ ଅର୍ଥ ରାଶି ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଭାଷାକୋଷର ପରିପ୍ରକାଶ ପାଇଁ ରାଜା ଆର୍ତ୍ତତ୍ରାଣ ଦେବ, ଗ୍ରହଣ କରିଥିଲେ ବିଶିଷ୍ଟ ଭୂମିକା ଖଡ଼ିଆଳ ଏବଂ କଳାହାଣ୍ଡି ଗଡ଼ଜାତ ରାଜ୍ୟ ମାନଙ୍କରେ ଓଡ଼ିଆ ଭାଷାର ପରିବ୍ୟାପକତା ପାଇଁ ।

ଜଣେ ଧର୍ମନିଷ୍ଠ, ପ୍ରଜାବତ୍ସଳ ତଥା ପରୋପକାରୀ ରାଜା ଭାବରେ ଥିଲା ବିଶେଷ କ୍ଷାତି । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ୧୯୩୭ ମସିହାରେ ଅନୁଷ୍ଠିତ ହୋଇଥିବା  ବିଧାନସଭା ନିର୍ବାଚନରେ ନିର୍ବାଚିତ ହୋଇଥିଲେ ବିଧାନ ସଭାକୁ ସଦସ୍ୟ ଭାବରେ । ରାଜ୍ୟ ଯଶକୀର୍ତ୍ତି ବୃଦ୍ଧି କରିପାରିଥିଲେ ସବୁଦିଗରୁ । ଖଡ଼ିଆଳ ଗଡ଼ଜାତ ରାଜ୍ୟକୁ ଲବ୍ଧ ପ୍ରତିଷ୍ଠିତ କରାଇପାରିଥିଲେ ବିଶ୍ବ ଦରବାରରେ ରାଜା ଆର୍ତ୍ତତ୍ରାଣ ଦେବ। ଏଥିପାଇଁ ତାଙ୍କର ଶାସନ କାଳକୁ କୁହାଯାଏ ଖଡ଼ିଆଳ ଗଡ଼ଜାତର ସୁବର୍ଣ୍ଣ ସମୟ । ଓଡ଼ିଶା ମା’ ତାର ଏହି ବରପୁତ୍ରଙ୍କୁ ହରାଇଥିଲା ୧୯୪୬ ମସିହାରେ ଭାରତ ସ୍ବାଧୀନତା ପ୍ରାପ୍ତିର କିଛି ଦିନ ଆଗରୁ ।

©️Odisha Stories

Spread the love
Previous Post ଛତର ଯାତ୍ରା
Next Post Sharad Purnima

Related Posts

ମା’ ଚର୍ଚ୍ଚିକା

  • August 25, 2026

ଓଡ଼ିଆ ସାହିତ୍ୟର ଇତିହାସ

  • August 24, 2026

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

  • August 24, 2026

Leave a ReplyCancel Reply

Your email address will not be published. Required fields are marked *

Trending now

ଫୁଟାଡଙ୍ଗାର ନାଉରୀ
ନୀଳମଣି ବିଦ୍ୟାରତ୍ନ
ବଳଦେବ ରଥ
ରାଣୀ ଶୁକଦେଇ 

Popular Posts

ମା’ ଚର୍ଚ୍ଚିକା

August 25, 2026

ଓଡ଼ିଆ ସାହିତ୍ୟର ଇତିହାସ

August 24, 2026

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

August 24, 2026

About Us

  • About Organization
  • Our Pillars​
  • Driven By Purpose​

Contact Info

  • Address: Sai Samarpanam, Satya Vihar, Bhubaneswar
  • Phone: +91 9437131981
  • Email: antarangakalinga@gmail.com
  • Website: www.antarangakalinga.org

Copyright © 2026 | Crafted with ❤️ by Djonic Technologies

Disclaimer