ଲେଖା: ରବୀନ୍ଦ୍ର କୁମାର ରଣା
ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ଜଙ୍ଗଲ ମଧ୍ୟରେ ରହିଛି ଅତୀବ ସୁନ୍ଦର ମନମୁଗ୍ଧକର ଜଳପ୍ରପାତ ଟିଏ, ନାମ ରାଜଗିରି ଜଳପ୍ରପାତ ।
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଜାଗାଟି । ଜନଗହଳି ଠାରୁ ଦୂରରେ ପ୍ରକୃତି କୋଳରେ କିଛି ସମୟ କଟାଇବାକୁ ଚାହୁଁଥିଲେ ଏହି ମନୋରମ ଜଳପ୍ରପାତଟିକୁ ଦେଖିବାକୁ ନିଶ୍ଚିତ ଯାଆନ୍ତୁ, କିନ୍ତୁ ପରିବାର ନେଇ ବା ଛୋଟ ପିଲାଙ୍କୁ ନେଇ ଏହି ସ୍ଥାନକୁ ଯିବା ନିରାପଦ ନୁହେଁ। କାରଣ ଏହି ସ୍ଥାନକୁ ଯିବାକୁ ହେଲେ ଘଞ୍ଚ ଜଙ୍ଗଲ ମଧ୍ୟରେ ତିନି କିଲୋମିଟର ପାହାଡ଼ ଚଢ଼ି ଚାଲି ଚାଲି ଯିବାକୁ ହେବ।
ଖଣ୍ଡପଡ଼ାରୁ ନୟାଗଡ଼କୁ ଯାଇଥିବା ମୁଖ୍ୟ ରାସ୍ତାର ପାଣିପୋଇଲା ଛକରୁ ଡ଼ାହାଣକୁ ୮ କି.ମି. ଦୂରରେ ଏହି ସ୍ଥାନଟି ଅବସ୍ଥିତ। ପାଣିପୋଇଲାରୁ ଷେଣ୍ଢମରା ଗ୍ରାମ ପର୍ଯ୍ୟନ୍ତ ମାଟି ରାସ୍ତାରେ ଦୁଇଚକିଆ କିମ୍ବା ହାଲୁକା ଚାରିଚକିଆ ଯାନରେ ଯାଇ ହେବ। ସେଠାରୁ ଆଗକୁ ୨ କି.ମି. ପର୍ଯ୍ୟନ୍ତ ଜଙ୍ଗଲ ଭିତରେ ଥିବା ଚଲାବାଟରେ ଦୁଇଚକିଆ ଯାନରେ ଯାଇ ପାରିବେ ମାତ୍ର ସେଠାରୁ ଆଗକୁ ଥିବା ୩ କି.ମି. ରାସ୍ତା ଘଞ୍ଚ ଜଙ୍ଗଲ ମଧ୍ୟରେ ପାହାଡ଼ ଚଢ଼ି ଚାଲି ଚାଲି ଯିବାକୁ ହେବ।
ପାହାଡ ଉପରୁ ଚତୁର୍ପାର୍ଶ୍ୱର ସୌନ୍ଦର୍ଯ୍ୟ ଅତୀବ ମନୋରମ। ତିନି କିମି ପାହାଡ ଚଢିବା ପାଇଁ ଯେତିକି କଷ୍ଟ ଅନୁଭୂତ ହେବ, ସେ ସ୍ଥାନରେ ପହଞ୍ଚିବା ପରେ ଜଳପ୍ରପାତର ଶୀତଳ ଜଳ ଓ ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶ ଦେଖି ସମସ୍ତ କଷ୍ଟ ଦୂର ହେଇଯିବ ନିଶ୍ଚୟ ।
~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…
ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…
~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…