ଲେଖା: ରବୀନ୍ଦ୍ର କୁମାର ରଣା

ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ଜଙ୍ଗଲ ମଧ୍ୟରେ ରହିଛି ଅତୀବ ସୁନ୍ଦର ମନମୁଗ୍ଧକର ଜଳପ୍ରପାତ ଟିଏ, ନାମ ରାଜଗିରି ଜଳପ୍ରପାତ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଜାଗାଟି । ଜନଗହଳି ଠାରୁ ଦୂରରେ ପ୍ରକୃତି କୋଳରେ କିଛି ସମୟ କଟାଇବାକୁ ଚାହୁଁଥିଲେ ଏହି ମନୋରମ ଜଳପ୍ରପାତଟିକୁ ଦେଖିବାକୁ ନିଶ୍ଚିତ ଯାଆନ୍ତୁ, କିନ୍ତୁ ପରିବାର ନେଇ ବା ଛୋଟ ପିଲାଙ୍କୁ ନେଇ ଏହି ସ୍ଥାନକୁ ଯିବା ନିରାପଦ ନୁହେଁ। କାରଣ ଏହି ସ୍ଥାନକୁ ଯିବାକୁ ହେଲେ ଘଞ୍ଚ ଜଙ୍ଗଲ ମଧ୍ୟରେ ତିନି କିଲୋମିଟର ପାହାଡ଼ ଚଢ଼ି ଚାଲି ଚାଲି ଯିବାକୁ ହେବ।


ଖଣ୍ଡପଡ଼ାରୁ ନୟାଗଡ଼କୁ ଯାଇଥିବା ମୁଖ୍ୟ ରାସ୍ତାର ପାଣିପୋଇଲା ଛକରୁ ଡ଼ାହାଣକୁ ୮ କି.ମି. ଦୂରରେ ଏହି ସ୍ଥାନଟି ଅବସ୍ଥିତ। ପାଣିପୋଇଲାରୁ ଷେଣ୍ଢମରା ଗ୍ରାମ ପର୍ଯ୍ୟନ୍ତ ମାଟି ରାସ୍ତାରେ ଦୁଇଚକିଆ କିମ୍ବା ହାଲୁକା ଚାରିଚକିଆ ଯାନରେ ଯାଇ ହେବ। ସେଠାରୁ ଆଗକୁ ୨ କି.ମି. ପର୍ଯ୍ୟନ୍ତ ଜଙ୍ଗଲ ଭିତରେ ଥିବା ଚଲାବାଟରେ ଦୁଇଚକିଆ ଯାନରେ ଯାଇ ପାରିବେ ମାତ୍ର ସେଠାରୁ ଆଗକୁ ଥିବା ୩ କି.ମି. ରାସ୍ତା ଘଞ୍ଚ ଜଙ୍ଗଲ ମଧ୍ୟରେ ପାହାଡ଼ ଚଢ଼ି ଚାଲି ଚାଲି ଯିବାକୁ ହେବ।


ପାହାଡ ଉପରୁ ଚତୁର୍ପାର୍ଶ୍ୱର ସୌନ୍ଦର୍ଯ୍ୟ ଅତୀବ ମନୋରମ। ତିନି କିମି ପାହାଡ ଚଢିବା ପାଇଁ ଯେତିକି କଷ୍ଟ ଅନୁଭୂତ ହେବ, ସେ ସ୍ଥାନରେ ପହଞ୍ଚିବା ପରେ ଜଳପ୍ରପାତର ଶୀତଳ ଜଳ ଓ ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶ ଦେଖି ସମସ୍ତ କଷ୍ଟ ଦୂର ହେଇଯିବ ନିଶ୍ଚୟ । 

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago