ଲେଖା: ଶିଶିର ସାହୁ ମନୋଜ

ଓଡ଼ିଆ ଭାଷାରେ ଗୋଟିଏ ଶବ୍ଦର ଅନେକ ରୂପ ଦେଖାଯାଏ । ଆମ କଳିଙ୍ଗ ଦେଶରେ ଵିଭିନ୍ନ ଅଞ୍ଚଳର ଶବ୍ଦଗୁଡ଼ିକର ମାନକିକରଣରୁ ମାନକ ଓଡ଼ିଆ ଭାଷା ପ୍ରତିଷ୍ଠିତ ହୋଇଅଛି ଏଵଂ ଏହାର ସୁନ୍ଦର ଉଦାହରଣ ହେଉଛି ପ୍ରଶ୍ନଵାଚକ କ’ଣ ଓ ତତ୍ ସମ୍ବନ୍ଧୀୟ ଅଵ୍ୟୟ ସମୂହ ।

ଓଡ଼ିଆ ଭାଷାରେ Whatର ମାନକ ପ୍ରତିଶବ୍ଦ ହେଉଛି କ’ଣ/କଅଣ ଏଵଂ ଏହି କ’ଣ ଶବ୍ଦର ପନ୍ଦରରୁ ଅଧିକ ପ୍ରତିରୂପ ସାରା ଓଡ଼ିଶାରେ ଦୃଶ୍ୟ ହୋଇଥାଏ ।

କ’ଣ ଶବ୍ଦଟି ସଂସ୍କୃତର କିମ୍ ଶବ୍ଦ ସହିତ ସମଦ୍ଧୃତ ତେବେ ଓଡ଼ିଆ ଭାଷାରେ ଏହି କ’ଣ ଶବ୍ଦର ଏତାଦୃଶ ରୂପ ପ୍ରଚଳିତ ଯାହା ଭାରତର ଅନ୍ୟ କୌଣସି ଭାଷାରେ ଦୃଶ୍ୟ ହୋଇନଥାଏ ।

ଗଡ଼ଜାତ ଅଞ୍ଚଳର ବିଭିନ୍ନ କଥିତ ଓଡ଼ିଆ ଭାଷାଗୁଡି଼କରେ କ’ଣ ଶବ୍ଦର କାଣା, କିରା, କାଏଁ, କାଏ, କାଏଁଟା, କଅଁଟା, କାଁ, କାଡା଼, କାରା, କେଏଁଟା ଇତ୍ୟାଦି ଅନେକ ରୂପ ଚଳୁଥିଵା ବେଳେ ଦକ୍ଷିଣ ଓଡ଼ିଶା, ଉପକୂଳ ଓଡ଼ିଶା ତଥା ଉତ୍ତର ଓଡ଼ିଶାରେ କ’ଣ ଶବ୍ଦର କି, କିସ, କିନା, କିୟଣ, କିସ’ତି, କଁକିସ୍ (ଦକ୍ଷିଣାଞ୍ଚଳ ଓଡ଼ିଶା) ଇତ୍ୟାଦି ରୂପ ଚଳୁଅଛି।

ସେହିପରି ଓଡ଼ିଆ ସାହିତ୍ୟରେ କିସ୍, କି, କିବା, କଅଣ ଇତ୍ୟାଦି ଶବ୍ଦର what ଅର୍ଥରେ ବହୁଳ ଭାବରେ ବ୍ୟବହାର ହୋଇଅଛି ।

(ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଓ କଥିତ ଓଡ଼ିଆ ଶବ୍ଦକୋଷରୁ ପ୍ରୋକ୍ତ ଶବ୍ଦ ଗୁଡ଼ିକ ସଂଗ୍ରହ କରାଯାଇଛି ମାତ୍ର ଓଡ଼ିଆ ଭାଷାରେ ଏହା ଦୁଇଗୁଣ ପ୍ରତିଶବ୍ଦ ଥାଇପାରେ) 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago