ଇତିହାସ

ବାଘଶଳା ମଠ ଓ କଳିଙ୍ଗ ଇତିହାସ (Baghashala Matha)

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ
ଆଜକୁ ପ୍ରାୟ ୧୦୦ ବର୍ଷ ପୂର୍ବରୁ ଏହି ବାଘଶଳା ମଠର ମଠାଧୀଶଙ୍କ ଦ୍ଵାରା ଏକ ତ୍ରିଫଳୀ ତାମ୍ରଶାସନ ହସ୍ତଗତ ହୋଇଥିଲା, ଯେଉଁଥିରେ ଆମେ କଳିଙ୍ଗରେ ତୈଳପ ରାଜବଂଶ କଥା ଜାଣିବାକୁ ପାଉ।

ତୈଳପମାନେ ଏକ ଶକ୍ତିଶାଳୀ ଶାସକ ଥିବା ଇତିହାସରୁ ଜଣାଯାଏ। ଏହି ମଠରୁ ମିଳିଥିବା ପଟା ଅନୁସାରେ ଏଠାରେ ୧୧ଶ ଶତାବ୍ଦୀରେ ଚାରଣ ରାମଦେବ ଶାସନ କରିବା ଜଣାଯାଏ ଯେ ଗଙ୍ଗବଂଶୀ ରାଜା ରାଜରାଜ ଦେବଙ୍କ ସେନାଦକ୍ଷ ବନପତିଙ୍କ ବଂଶଜ, ଅର୍ଥାତ ରାଜରାଜ ଖିମୁଣ୍ଡି ମଣ୍ଡଳକୁ ତୈଳପମାନଙ୍କ ହାତକୁ ଟେକିଦେଇଥିଲେ ବୋଲି ଐତିହାସିକ ମତ ଦିଅନ୍ତି।

ଏହି ବୈଷ୍ଣବ ମଠରେ ମିଳିଥିବା ଫଳକରେ ଉଲ୍ଲେଖ ଅଛି ଯେ ମହେନ୍ଦ୍ରତନୟା ତଟରେ ଥିବା ଦୁଇଗ୍ରାମ ବକଶୁଳକ ଓ ଉପଳବଡା ବ୍ରାହ୍ମଣମାନଙ୍କୁ ଦତ୍ତ ହେଲା। ଆଜି ଏହି ଦୁଇ ଗ୍ରାମର ନାମ ବାଘଶଳା ଏବଂ ଉପଲଡା।ଏହି ମଠ ଆଜି ଯାଏଁ ଉତ୍କଳୀୟ ବୈଷ୍ଣବ ପରମ୍ପରାର ଏକ ପ୍ରମୁଖ ପୀଠ ହୋଇ ରହି ଆସିଛି ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago