ଲେଖା: ଅରବିନ୍ଦ ମହାନ୍ତି
ଉତ୍କଳୀୟ ପ୍ରଣିପତ୍ୟ ସନ୍ଥ ମହାପୁରୁଷ ଯଶୋବନ୍ତ ଦାସ ! ୧୫ଶହ ଶତାବ୍ଦୀରେ ଗଜପତି ପ୍ରତାପରୁଦ୍ର ଦେବଙ୍କ ଶାସନ କାଳରେ, ଉତ୍କଳୀୟ ବୈଷ୍ଣବ ପ୍ରଚାରକ ପଞ୍ଚସଖା ଥିଲେ । ସେଥିମଧ୍ୟରୁ ଯଶୋବନ୍ତ ଦାସ ଅନ୍ୟତମ ।
ମହାପରୁଷ ଯଶୋବନ୍ତ ଜଗତସିଂହପୁରର ଅଢଙ୍ଗଗଡ଼ରେ ଏକ କ୍ଷତ୍ରିୟ କୂଳରେ ଜନ୍ମ ଗ୍ରହଣ କରିଥିଲେ। ପିତାଙ୍କ ନାମ ଥିଲା ତାଙ୍କ ବଳଭଦ୍ର। ସେ ଥିଲେ ଜଣେ ସିଦ୍ଧ ପୁରୁଷ । ଯୋଗ ସାଧନା ଦ୍ୱାରା ସେ ବହୁତ ଅଲୌକିକ କାର୍ଯ୍ୟ କରିପାରୁଥିଲେ। ଥରେ ଯଶୋବନ୍ତ ଦାସ ଶ୍ରୀକ୍ଷେତ୍ର ଯାଉଥିବା ସମୟରେ ଏକ ବ୍ରହ୍ମରାକ୍ଷସର ସମ୍ମୁଖୀନ ହୋଇଥିଲେ। ଏହାର ଉପଦ୍ରବ ଦେଖି ଯଶୋବନ୍ତ ନିଜ ଆଶା ବାଡ଼ି ଦ୍ୱାରା ଇଙ୍ଗିତ ଦେଇଥିଲେ କି ଆଗେ ଆଗେ ଚାଲିବା ପାଇଁ। ବ୍ରହ୍ମରାକ୍ଷସ କଥା ମାନି ତାହା କରିଥିଲା। ଏହି ଖବର ଗଜପତିଙ୍କ କାନରେ ପଡିବା ମାତ୍ରେ, ସେ ଅଠରନଳା ନିକଟକୁ ଆସିଥିଲେ । ସେ ଏହି ଦୃଶ୍ୟ ଦେଖି ଆଚମ୍ଭିତ ହୋଇଥିଲେ, ଏବଂ ଯଶୋବନ୍ତଙ୍କ ନିକଟରେ ଉକ୍ତ ରାକ୍ଷସଟିକୁ ଗୁଣ୍ଡିଚା ମନ୍ଦିର ସୁରକ୍ଷା ନିମନ୍ତେ ଅନୁରୋଧ କରିଥିଲେ। ଗଜପତିଙ୍କ ଅନୁରୋଧ ରକ୍ଷା କରି, ଯଶୋବନ୍ତ ସେହି ରାକ୍ଷସଟିକୁ ଗୁଣ୍ଡିଚା ମନ୍ଦିରର ଦାୟିତ୍ୱ ଦେଇଥିଲେ, ଯାହାକି ବାବନାଭୁତ ନାମରେ ପରିଚିତ।
ମାର୍ଗଶୀର ଶୁକ୍ଳପକ୍ଷ ଷଷ୍ଠୀ ବା ଓଢଣଷଷ୍ଠୀ ଦିନ ମହାପୁରୁଷ ବ୍ରହ୍ମଲୀନ ହୋଇଥିଲେ। ଲୋକବିଶ୍ୱାସ ଅଛି ଏହି ଦିନ ମହାପ୍ରଭୁ ଗୋଟିଏ ଦିନ ଅଢ଼ଙ୍ଗ ଗ୍ରାମକୁ ନିଜ ଭକ୍ତ ପ୍ରୀତ୍ୟାର୍ଥେ ବିଜେ ହୁଅନ୍ତି। ହେତୁବୋଧ ଭାଗବତ ହେଉଛି ମହାପୁରୁଷଙ୍କ ଅନ୍ୟତମ ଶ୍ରେଷ୍ଠ ରଚନା।।
~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…
ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…
~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ କାହିଁ କେଉଁ ଆଦି ଅନାଦି କାଳରୁ ଏହି…
~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…
ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…