ଡାକ୍ତର କିଶୋର ବିଶ୍ୱଜିତ ଜେନା
ଲୋକେ କହନ୍ତି ଯେ ମୀନ, ପାନ, ଧାନ ଓ ଜ୍ଞାନର ରାଇଜ, ଅତି ଭୋଗେ ଭୋଗରାଇ ! କିନ୍ତୁ କିମ୍ବଦନ୍ତୀ କହେ ଜଳେଶ୍ବରର ମୋଗଲ ସୁବେଦାର ଥରେ ଭୋଗରାଇ ଗସ୍ତରେ ଆସିଥିଲେ, ମା’ ବିଜୟ ବାସୁଳୀ ଦେବୀଙ୍କ ନିକଟରେ ଅକଳନ୍ତି ଭୋଗରାଶି ଦେଖି ଚମତ୍କୃତ ହୋଇଥିଲେ ଏବଂ ସ୍ଥାନର ନାମ ପଚାରିଥିଲେ, ତାଙ୍କ ଭାଷା ବୁଝି ନପାରି ଉପସ୍ଥିତ ପୂଜାରୀ “ଭୋଗରାଶି” ଆଡ଼େ ନିର୍ଦ୍ଦେଶ କରି, ଭୋଗରାଶି ବୋଲି କହିଥିଲେ !
ସେହିଦିନ ପରଠାରୁ ଉକ୍ତ ଗ୍ରାମର ନାମ ସରକାରୀ ନଥିପତ୍ରରେ ଭୋଗରାଇ ବୋଲି ଉଲ୍ଲେଖ ରହିଛି ! ଭୋଗରାଇର ଏକ ଇତିହାସ ପ୍ରସିଦ୍ଧ ଶକ୍ତିପୀଠକୁ କେନ୍ଦ୍ରକରି, ପରବର୍ତ୍ତୀ କାଳରେ ଆଖପାଖରେ ଜନବସତି ମାନ ଗଢିଉଠିଛି ଏବଂ କାଳକ୍ରମେ ସମଗ୍ର ଅଞ୍ଚଳ ଭୋଗରାଇ ନାମରେ ପ୍ରସିଦ୍ଧି ଲାଭ କରିଛି !
ଇତିହାସ କହେ ସୂବର୍ଣରେଖା ପିପିଲି ବନ୍ୟାଞ୍ଚଳ ପରିତ୍ୟାଗ କରି, ସମୁଦ୍ରର ବେଳାଭୂମି ସହିତ କ୍ରମେ ଦକ୍ଷୀଣାଭିମୂଖୀ ହୋଇ ଅଗ୍ରସର ହେଲା ବେଳେ ଭୋଗରାଇ ନାମକ ଜନପଦ ଗଢିଉଠିଥିଲା !
କିମ୍ବଦନ୍ତୀ ରହିଛି ମୋଗଲ ରାଜୁତି ସମୟରେ, କେହିଜଣେ ଉତ୍କଳୀୟ ଶକ୍ତିସାଧକ ଦେବୀ ବିଶାଳାକ୍ଷୀଙ୍କର ଖଡ୍ଗଖର୍ପର ଧାରିଣୀ ଏକ ପୂର୍ଣ୍ଣାବୟବ ଦାରୁମୂର୍ତ୍ତି ଏହି ଗ୍ରାମରେ ସ୍ଥାପନ କରି ଅର୍ଚ୍ଚନା ଓ ସାଧନା କରୁଥିଲେ !
କିଛି ଲୋକଙ୍କ ମତ କଳିଙ୍ଗର କେହି ଜଣେ ବିଜୟୀ ରାଜା, ତାଙ୍କ ବିଜୟର ସ୍ମୃତି ରୂପେ ଏହି ଶକ୍ତିପୀଠ ପ୍ରତିଷ୍ଠା  କରିଥିଲେ ଏବଂ ଦେବୀଙ୍କର ନାମ ବିଜୟ ବାସୁଳୀ ରଖିଥିଲେ ! ଦେବୀଙ୍କର ମନ୍ଦିର ନିର୍ମାଣ କିଏ କରିଥିଲେ ସଠିକ୍ ତଥ୍ୟ ମିଳେନାହିଁ !
ମନ୍ଦିରରେ ବ୍ୟବହୃତ ଇଟା, ମାଙ୍କଡ଼ା, ମୁଗୁନି ଓ ଶଙ୍ଖ ମଲମଲ ପଥର ବ୍ୟବହାର ଭାସ୍କର୍ଯ୍ୟ ଓ ଗଠନ କୌଶଳକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ଭାବରେ ବାରିହୁଏ ଯେ ଏହା ଉତ୍କଳୀୟ କଳାସ୍ଥାପତ୍ୟରେ ଗଢ଼ା ବା ଉତ୍କଳୀୟଙ୍କର !
ମୋଗଲ ସମ୍ରାଟ ଆକବରଙ୍କ ରାଜସ୍ୱମନ୍ତ୍ରୀ ତୋଡରମଲ୍ଲ, ତତ୍କାଳୀନ ଜଳେଶ୍ଵର ସୁବାରୁ ଏକ ବିଶାଳ ଭୂଖଣ୍ଡ ମା’ ବିଜୟ ବାସୁଳୀ ଦେବୀଙ୍କର ସେବା ପୂଜାଦି ନିର୍ବାହ ପାଇଁ ଖଞ୍ଜି ଥିଲେ ଏବଂ ପ୍ରତ୍ୟେକ ଦିନ ଦେବୀଙ୍କ ଆଗରେ ରାଶୀକୃତ ଭୋଗରାଗର ବ୍ୟବସ୍ଥା କରିଥିଲେ ବୋଲି ଐତିହାସିକ ପ୍ରବାଦ ରହିଛି ! ଠାକୁରାଣୀଙ୍କ ମହିମା ଏବଂ ଗାରିମା ଆଖପାଖ ଅଞ୍ଚଳରେ ବିସ୍ତାର ଲାଭ କରିଲା ପରେ ଶତ ଶତ ଭକ୍ତ ନରନାରୀ ପ୍ରତିଦିନ ଆସି ଅକଳନ୍ତି ଭୋଗରାଶି ମଧ୍ୟ ମାଆଙ୍କୁ ନୈବେଦ୍ୟ ଅର୍ପଣ କରୁଥିଲେ !
ଶକ୍ତି ମା’ଙ୍କର ବିଶେଷତ୍ଵ ହେଉଛି ମା’ଙ୍କ ପାଖରେ ମାଛଭୋଗ ଲାଗେ, ଶେଉଳମାଛ ମା’ଙ୍କର ପ୍ରିୟ ଅଟେ ! ପ୍ରତ୍ୟେକ ବର୍ଷ ବୈଶାଖ ମାସରେ ମା’ଙ୍କର ବୈଶାଖୀ ଉତ୍ସବ ମାସଯାକ ପ୍ରତ୍ୟେକ ମଙ୍ଗଳବାର ଦିନ ଉତ୍ସବ ପାଳନ ହୁଏ ମାସ ଶେଷ ମଙ୍ଗଳବାରରେ ମହାବୈଶାଖୀ ଉତ୍ସବ ଅନୁଷ୍ଠିତ ହୋଇଥାଏ !
ଏବେ ସେଠାକାର ସ୍ଥାନୀୟ ଟ୍ରଷ୍ଟ ବୋର୍ଡ ମନ୍ଦିର ଏବଂ ଠାକୁରାଣୀଙ୍କର ପୂଜାର୍ଚ୍ଚନା ଦାୟିତ୍ଵ ନିର୍ବାହ କରୁଅଛି !
ଜୟ ମା’ ବିଜୟ ବାସୁଳୀ I
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 month ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

1 month ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

2 months ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 months ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 months ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 months ago