ଲେଖା: ଶିଶିର ସାହୁ ମନୋଜ

କିମ୍ବଦନ୍ତୀ ଅଛି ଯେ ଯେତେବେଳେ ପାଇକବୀର ଏବଂ ଛଦ୍ମବେଶୀ କାଳିଆବଳିଆ ପାରୁଯାଏଁ ଚେଷ୍ଟା କରି ମଧ୍ୟ କାଞ୍ଚିକୁ ପରାସ୍ତ କରି ପାରିଲେନି, ଶ୍ରୀଜଗନ୍ନାଥଙ୍କ ସେବକମାନେ ରାଜାଙ୍କୁ କହିଲେ ଆମକୁ ମଧ୍ୟ ଲଢ଼ିବାକୁ ଆଦେଶ ଦିଅନ୍ତୁ । 

ଯୁଦ୍ଧ ତ ପାଇକ ହିଁ ଲଢନ୍ତି ପୁଣି ସେମାନେ ଆଗରେ ରହି ଲଢିବା କଥା କହିଥିବାରୁ ରାଜା ସେମାନଙ୍କୁ ଖଣ୍ଡାଏତ କରିଦେଲେ !

ତୁମୁଳ ଯୁଦ୍ଧ ହେଲା !

ତଥାପି ଓଡ଼ିଆ ଲୋକ ଜିତିପାରୁନଥାନ୍ତି ! ଏହାର କାରଣ ବୁଝୁ ବୁଝୁ ଜଣା ପଡିଲା ଯେ ଯେତେବେଳ ଯାଏଁ କାଞ୍ଚିଦେଶରେ ମା’ ତାରିଣୀ ପୂଜା ପାଉଥିବେ ଏ ଦେଶ ପରାଜିତ ହେବନାହିଁ । (ଗ୍ରୀକ୍ କଥା ଇଲିଆଡ୍’ରେ ଏଇଭଳି କାହାଣୀ ଅଛି)


କଳିଙ୍ଗୋତ୍କଳର ସୈନଦଳ ମଧ୍ୟରେ ଭୀମ ନାମ୍ନୀ ଜଣେ ଯୋଦ୍ଧା ତଥା ଦେବୀଭକ୍ତ ଥିଲା । ସେ ମା’ ତାରିଣୀଙ୍କ ପାଖରେ ଅଧିଆ ପଡ଼ିଲା । ଭକ୍ତର ପରୀକ୍ଷା ନେଲାପରେ ଦେବୀ ସନ୍ତୁଷ୍ଟ ହୋଇ ଆଶିର୍ବାଦ ଦେବା ସହ କହିଲେ, “ପୁତ୍ର ତୁ ଆଗେ ଆଗେ ଚାଲ୍, ମୁଁ ତୋ ପଛେ ପଛେ ଯିବି କିନ୍ତୁ ସର୍ତ୍ତ ଏତିକି ନିରବଚ୍ଛିନ୍ନ ଚାଲିବାକୁ ହେବ । ଯଦି କେଉଁଠି ରହିଯାଇ ପଛକୁ ଅନାଇଦିଅ, ମୁଁ ସେଇଠି ଅବସ୍ଥାନ କରିବି !”

ଭୀମ କହିଲେ ମା’, ଏକଥା ସତ ଯେ, ହେଲେ ମୁଁ ଜାଣିବି କେମିତି ଆପଣ ମୋ ପଛେ ପଛେ ଆସୁଛନ୍ତି ? ଦେବୀ କହିଲେ ମୋ ପାଉଞ୍ଜି ଶବ୍ଦ ଶୁଣି ତୁ ଜାଣିପାରିବୁ !

ଭୀମ ଚାଲି ଚାଲି ଆସି ଘଟଗାଁ କେନ୍ଦୁଝର ପାଖରେ ପହଞ୍ଚିଲା ବେଳକୁ ଦୈବୀମାୟାରେ ତାଙ୍କୁ ଲାଗିଲା ଯେମିତି ଆଉ ଦେବୀଙ୍କ​ ପାଉଞ୍ଜି ଶବଦ ହେଉନାହିଁ ତେଣୁ ସେ ପଛକୁ ଚାହିଁଦେଲାରୁ ମା’ ତାରିଣୀ ସବୁଦିନ ପାଇଁ ସେଇଠି ରହିଗଲେ !

(ମା’ ତାରିଣୀଙ୍କ କିମ୍ବଦନ୍ତୀ​ ଇତିହାସ ନୁହେଁ, କିନ୍ତୁ ତା ମଧ୍ୟରେ ଐତିହାସିକ ତଥ୍ୟ ଭରିରହିଥାଏ ତେଣୁ ଏହା ସତ୍ୟ ନ ଲାଗୁଥିଲେ ହେଁ ସଂପୂର୍ଣ୍ଣ ମିଥ୍ୟା ନୁହେଁ)

© ଶିଶିର ସାହୁ ମନୋଜ

Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago