ଲେଖା: ଶିଶିର ସାହୁ ମନୋଜ

ମାଗଣା ଅର୍ଥରେ ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ନାନା ଶବ୍ଦ ଚଳୁଅଛି ।

କଳାହାଣ୍ଡୀରେ ମାଗଣା ଅର୍ଥରେ ଉଖ୍’ଲା ଶବ୍ଦ ଚଳୁଅଛି ତେଵେ ବୌଦ୍ଧରେ ଏ ଶବ୍ଦର ଅର୍ଥ ଆଗଚଲା ଅର୍ଥାତ୍ ଯେ ଆଗରେ ଚାଲେ; ନେତା ଅଟେ । ସେଇଭଳି ସମ୍ଵଲପୁରରେ ଉଖ୍’ଲା ହେଵା ଅର୍ଥ ମାନ ମହତ ପଦାରେ ପକେଇଵା ଏଵଂ ସୁନ୍ଦରଗଡ଼ରେ ଉଖଲା କରଵାର ଅର୍ଥ ହୀନସ୍ତା ହେଵା ଅଟେ ‌।

କନ୍ଧମାଳରେ ଏ ଶବ୍ଦ ଅର୍ଥରେ ଉପ୍’କା ଵା ଉପ’ଲା କୁହାଯାଏ । ହିନ୍ଦୀରେ କିନ୍ତୁ ଉପଲା ମାନେ ଘସି ଅଟେ ।

ମାଲକାନଗିରିରେ ଏ ଶବ୍ଦ ମାହାଳିଆ ଅର୍ଥରେ ଉବ’କା ହୋଇ ପ୍ରଚଳିତ ।

ନଵରଙ୍ଗପୁରରେ ଉପୁରୀ ଶବ୍ଦର ଅର୍ଥ ଵିନା ପରିଶ୍ରମେ ଲବ୍ଧପଦାର୍ଥ । ଏ ଶବ୍ଦ ପୂର୍ଵାଞ୍ଚଳରେ ଲାଞ୍ଜ ଅର୍ଥରେ ଵ୍ଯଵହୃତ ହୋଇଥାଏ ।

ସେହିଭଳି ନଵରଙ୍ଗପୁରରେ ଉଲ୍’ଫା ଶବ୍ଦର ଅର୍ଥ ତୁଛାରେ କିନ୍ତୁ କୋରାପୁଟରେ ଏହି ଶବ୍ଦ ମାହାଳିଆ ଅର୍ଥରେ ଵ୍ଯଵହୃତ ହୋଇଥାଏ ।

ଦେଓଗଡ଼ରେ ଉଝେଇ ଶବ୍ଦର ଅର୍ଥ ମାଗଣା ଵା ମାହାଳିଆ କିନ୍ତୁ ପୁରୀରେ ପହଞ୍ଚିଲାଵେଳକୁ ଏ ଶବ୍ଦର ଅର୍ଥ ତୁଚ୍ଛା ହୋଇଯାଏ ।

ଆମ ଭାଷାରେ ମାହାଳିଆ ଵା ମାଗଣା ଅର୍ଥରେ ଥିଵା ଆଉ କିଛି ପ୍ରତିଶବ୍ଦର ଉଲ୍ଲେଖ କରାଗଲା ।
✓ଅଧୀଷ୍ଟ (ଏହାର ଏକ ଅର୍ଥ ଅଵୈତନିକ)
✓ଅଶୁଳ୍କ
✓ମୂଲ୍ଯରହିତ
✓ଉଠିଆ
✓ଉଦା
✓ଉପରି (ଏହାର ଲୋକପ୍ରିୟ ଅର୍ଥ ଲାଞ୍ଜ ହେଲାଣି)
✓ନକଉଡ଼ିଆ
✓ପଲା
✓ମୋଫତ୍
✓ମାହାଳିଆ/ମାହୁଳିଆ
✓ଫୋକଟ
✓ମାଗଣା/ମାଗେଣା
✓ଫାଙ୍କତାଳ
✓ବେ ଆରିଙ୍ଗ୍
✓ଯଚ୍ନିଆ (ଯାହା ଯାଚି କି ଦିଆଯାଏ)

ସେହିଭଳି ଆମ ଓଡ଼ିଶାର ଜନଜାତୀୟ ଭାଷାରେ ମଧ୍ୟ ମାଗଣାର ପ୍ରତିଶବ୍ଦ ଚଳୁଅଛି । ଯେପରି କି,
✓କୁଇ—ଆରେନେ
✓ଖରିଆ—ମଙ୍ଗନା (ଓ ମାଗଣା)
✓ମୁଣ୍ଡା—ସାମାତେ

© ଶିଶିର ସାହୁ ମନୋଜ

Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

6 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago