ଲେଖା: ଦେଵ ତ୍ରିପାଠୀ

ଉତ୍ତୁଙ୍ଗ, ମହାନ, ବିରାଟ, ପୁରାଣ,
ମହିମା ଯାହାର ଘୋଷଇ ପୁରାଣ ।
ଦେବାତ୍ମା, ଭୀଷଣବପୁ,ଅଭ୍ରଂକଶ,
ଯାଦଃପତି ଯାର ଯୋଗ୍ୟ ଆଦରଶ ।
+ + + + + + + + +
ସମଗ୍ର ଉତ୍କଳ – ଶୋଭା – ତିଳୋତ୍ତମା,
ଛବିଳ ଉତ୍କଳେ ଏ ଛବିଳତମା ।
(ମହେନ୍ଦ୍ରଗିରି/କବିବର ରାଧାନାଥ ରାୟ)

ଦକ୍ଷିଣ ଓଡ଼ିଶାର ମହିମାମଣ୍ଡିତ ନଗରୀ ତଥା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ କ୍ଷେତ୍ର ପାରଳାଖେମୁଣ୍ଡିଠାରୁ ୪୦କି.ମି. ବ୍ୟାପୀ ପକ୍କା ପିଚୁ ସଡ଼କ ଲମ୍ବି ଯାଇଛି ମହେନ୍ଦ୍ରଗିରି ପର୍ଯ୍ୟନ୍ତ । ମହେନ୍ଦ୍ରଗିରି ପର୍ବତର ସ୍ଥିତପ୍ରଜ୍ଞ ଉପସ୍ଥିତି ଓ ମହେନ୍ଦ୍ରତନୟାର କୁଳୁ କୁଳୁ ସଙ୍ଗୀତ ପ୍ରାକୃତିକ ପରିବେଶକୁ କରିଛି ପ୍ରାଣବନ୍ତ । ନିକଟର କଇଁପୁର ଗ୍ରାମ ମନେହୁଏ ଆହୁରି ଜୀବନ୍ତ, ପ୍ରାକୃତିକ । ମହେନ୍ଦ୍ରଗିରି ର ଅପୂର୍ବ ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରସିଦ୍ଧ ଶୈବପୀଠ ଭକ୍ତ ଓ ପର୍ଯ୍ୟଟକଙ୍କୁ ହାତଠାରି ଡାକିଥାଏ ।


‘କଶ୍ଚିତ କାନ୍ତା ବିରହ ବିଗୁଣା, ସ୍ବାଧୀକାର ପ୍ରମତଃ…’ଦେବ ଅଭିଶାପରେ  ବିରହୀ ଯକ୍ଷ, ମହେନ୍ଦ୍ରଗିରି ଚୂଡ଼ା ଛୁଇଁ ଭାସି ଯାଉଥିବା ମେଘଖଣ୍ଡକୁ ଦୂତ କରି ନିଜ ପତ୍ନୀ ପାଖକୁ ବାର୍ତା ପଠାଉଛନ୍ତି । ଏଇମିତି କିଛି ବର୍ଣ୍ଣନା ଅଛି ମହାକବି କଳିଦାସଙ୍କ ‘ମେଘଦୂତମ’ କାବ୍ୟରେ। ତାକୁ ହିଁ ପୁଣି ଆଧାର କରି ‘ନେଇ ଯା’ରେ ମେଘ ମୋତେ..’ ଓଡ଼ିଆ ଗୀତ। ଅପରୂପ ପ୍ରାକୃତିକ ସୁଷମା ବିମଣ୍ଡିତ ମହେନ୍ଦ୍ରଗିରି।

ପୁରାଣ ଉପାଖ୍ୟାନ ଦୃଷ୍ଟିରୁ ମହେନ୍ଦ୍ରଗିରି ଏକାଧାରରେ ଶୈବକ୍ଷେତ୍ର, ଶାକ୍ତପୀଠ ଓ ବୈଷ୍ଣବପୀଠ । ରାମାୟଣ ଓ ମହାଭାରତରେ ଏହାର ବର୍ଣ୍ଣନା ରହିଛି । ମହାରାଜା ରଘୁଙ୍କ ଦ୍ୱାରା ମହେନ୍ଦ୍ରଗିରିରେ ସ୍ଥାପିତ ଦୁର୍ଗରେ ଏକଦା ଶ୍ରୀରାମଚନ୍ଦ୍ରଙ୍କ ପାଦ ପଡ଼ିଥିଲା । ତ୍ରେତୟା ଯୁଗରୁ ମହାବୀର ପର୍ଶୁରାମ ମହେନ୍ଦ୍ରଗିରିରେ ଚିରଞ୍ଜିବୀ ହୋଇ ବାସ କରିଆସୁଛନ୍ତି ବୋଲି ଅନୁଭବ ହୁଏ ଶିଖରରେ ସୁଉଚ୍ଚ ପର୍ଶୁରାମଙ୍କ ମୂର୍ତ୍ତିକୁ ଦେଖି । ଏ କ୍ଷେତ୍ର ପର୍ଶୁରାମଙ୍କ କ୍ଷେତ୍ର । ମନ୍ଦିରବିହୀନ ଖୋଲା ଆକାଶ ତଳେ ପର୍ଶୁରାମଙ୍କୁ ଗୁରୁ ମାନ୍ୟତାପୂର୍ବକ ପୂଜା କରାଯାଏ ।

ଏଠାରେ ଥିବା “ହନୁମାନ ଖୋଲ” ମଧ୍ୟ ରାମାୟଣ ସହ ଜଡ଼ିତ । ହନୁମାନ ଲଙ୍କା ନଗରୀରେ ରାବଣକୁ ଅପମାନିତ କରି ଫେରିବା ବାଟରେ ଏଠାରେ କିଛିକାଳ ଅବସ୍ଥାନ କରିଥିଲେ ବୋଲି କିମ୍ବଦନ୍ତୀ ରହିଛି ।

ପୁରାଣବର୍ଣ୍ଣିତ ମହେନ୍ଦ୍ରଗିରି ପର୍ଶୁରାମ, ହନୁମାନ, ଇନ୍ଦ୍ର, କାର୍ତ୍ତିକଙ୍କର ଶିବ ଉପାସନାର ପୀଠ ଭାବେ ଖ୍ୟାତି ଅର୍ଜନ କରିଥିଲା । ପଞ୍ଚୁପାଣ୍ଡବଙ୍କ ଅଜ୍ଞାତବାସ ଓ ପ୍ରଭୁ ରାମଚନ୍ଦ୍ରଙ୍କ ଚଉଦବର୍ଷର ବନବାସ ସମୟରେ ଏଠାରେ କିଛିକାଳ ଅବସ୍ଥାନ କରିଥିବା ବିଷୟରେ ଶାରଳା ଦାସଙ୍କ ମହାଭାରତରେ ଉଲ୍ଲେଖ ଅଛି । ଏଠାରେ ରହିଛି ଯୁଧିଷ୍ଠିର ମନ୍ଦିର, ଭୀମ ମନ୍ଦିର, କୁନ୍ତୀ ମନ୍ଦିର ନାମରେ କେତେକ ଅକ୍ଷତ ମନ୍ଦିର ଓ ଶିବଲିଙ୍ଗ । ଏହି ମନ୍ଦିରମାନ କାରୁକାର୍ଯ୍ୟ ଓ ଗଠନଶୈଳୀ ଦୃଷ୍ଟିରୁ ଗୁପ୍ତଯୁଗର କୀର୍ତ୍ତି ଭାବେ ପ୍ରତୀୟମାନ ମାତ୍ର ଆଜି ନିର୍ବିକାର ଭାବରେ ଉଭା କେତେକ ଐତିହାସିକ ସ୍ମାରକୀ କେବଳ ।

Spread the love
admin

View Comments

  • ଅତୁଳନୀୟ ଶୋଭାର ଭୁବନ , ମହୀମଣ୍ଡଳେ ।

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago