ଲେଖା: ଦେଵ ତ୍ରିପାଠୀ

ଉତ୍ତୁଙ୍ଗ, ମହାନ, ବିରାଟ, ପୁରାଣ,
ମହିମା ଯାହାର ଘୋଷଇ ପୁରାଣ ।
ଦେବାତ୍ମା, ଭୀଷଣବପୁ,ଅଭ୍ରଂକଶ,
ଯାଦଃପତି ଯାର ଯୋଗ୍ୟ ଆଦରଶ ।
+ + + + + + + + +
ସମଗ୍ର ଉତ୍କଳ – ଶୋଭା – ତିଳୋତ୍ତମା,
ଛବିଳ ଉତ୍କଳେ ଏ ଛବିଳତମା ।
(ମହେନ୍ଦ୍ରଗିରି/କବିବର ରାଧାନାଥ ରାୟ)

ଦକ୍ଷିଣ ଓଡ଼ିଶାର ମହିମାମଣ୍ଡିତ ନଗରୀ ତଥା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ କ୍ଷେତ୍ର ପାରଳାଖେମୁଣ୍ଡିଠାରୁ ୪୦କି.ମି. ବ୍ୟାପୀ ପକ୍କା ପିଚୁ ସଡ଼କ ଲମ୍ବି ଯାଇଛି ମହେନ୍ଦ୍ରଗିରି ପର୍ଯ୍ୟନ୍ତ । ମହେନ୍ଦ୍ରଗିରି ପର୍ବତର ସ୍ଥିତପ୍ରଜ୍ଞ ଉପସ୍ଥିତି ଓ ମହେନ୍ଦ୍ରତନୟାର କୁଳୁ କୁଳୁ ସଙ୍ଗୀତ ପ୍ରାକୃତିକ ପରିବେଶକୁ କରିଛି ପ୍ରାଣବନ୍ତ । ନିକଟର କଇଁପୁର ଗ୍ରାମ ମନେହୁଏ ଆହୁରି ଜୀବନ୍ତ, ପ୍ରାକୃତିକ । ମହେନ୍ଦ୍ରଗିରି ର ଅପୂର୍ବ ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରସିଦ୍ଧ ଶୈବପୀଠ ଭକ୍ତ ଓ ପର୍ଯ୍ୟଟକଙ୍କୁ ହାତଠାରି ଡାକିଥାଏ ।


‘କଶ୍ଚିତ କାନ୍ତା ବିରହ ବିଗୁଣା, ସ୍ବାଧୀକାର ପ୍ରମତଃ…’ଦେବ ଅଭିଶାପରେ  ବିରହୀ ଯକ୍ଷ, ମହେନ୍ଦ୍ରଗିରି ଚୂଡ଼ା ଛୁଇଁ ଭାସି ଯାଉଥିବା ମେଘଖଣ୍ଡକୁ ଦୂତ କରି ନିଜ ପତ୍ନୀ ପାଖକୁ ବାର୍ତା ପଠାଉଛନ୍ତି । ଏଇମିତି କିଛି ବର୍ଣ୍ଣନା ଅଛି ମହାକବି କଳିଦାସଙ୍କ ‘ମେଘଦୂତମ’ କାବ୍ୟରେ। ତାକୁ ହିଁ ପୁଣି ଆଧାର କରି ‘ନେଇ ଯା’ରେ ମେଘ ମୋତେ..’ ଓଡ଼ିଆ ଗୀତ। ଅପରୂପ ପ୍ରାକୃତିକ ସୁଷମା ବିମଣ୍ଡିତ ମହେନ୍ଦ୍ରଗିରି।

ପୁରାଣ ଉପାଖ୍ୟାନ ଦୃଷ୍ଟିରୁ ମହେନ୍ଦ୍ରଗିରି ଏକାଧାରରେ ଶୈବକ୍ଷେତ୍ର, ଶାକ୍ତପୀଠବୈଷ୍ଣବପୀଠ । ରାମାୟଣ ଓ ମହାଭାରତରେ ଏହାର ବର୍ଣ୍ଣନା ରହିଛି । ମହାରାଜା ରଘୁଙ୍କ ଦ୍ୱାରା ମହେନ୍ଦ୍ରଗିରିରେ ସ୍ଥାପିତ ଦୁର୍ଗରେ ଏକଦା ଶ୍ରୀରାମଚନ୍ଦ୍ରଙ୍କ ପାଦ ପଡ଼ିଥିଲା । ତ୍ରେତୟା ଯୁଗରୁ ମହାବୀର ପର୍ଶୁରାମ ମହେନ୍ଦ୍ରଗିରିରେ ଚିରଞ୍ଜିବୀ ହୋଇ ବାସ କରିଆସୁଛନ୍ତି ବୋଲି ଅନୁଭବ ହୁଏ ଶିଖରରେ ସୁଉଚ୍ଚ ପର୍ଶୁରାମଙ୍କ ମୂର୍ତ୍ତିକୁ ଦେଖି । ଏ କ୍ଷେତ୍ର ପର୍ଶୁରାମଙ୍କ କ୍ଷେତ୍ର । ମନ୍ଦିରବିହୀନ ଖୋଲା ଆକାଶ ତଳେ ପର୍ଶୁରାମଙ୍କୁ ଗୁରୁ ମାନ୍ୟତାପୂର୍ବକ ପୂଜା କରାଯାଏ ।

ଏଠାରେ ଥିବା “ହନୁମାନ ଖୋଲ” ମଧ୍ୟ ରାମାୟଣ ସହ ଜଡ଼ିତ । ହନୁମାନ ଲଙ୍କା ନଗରୀରେ ରାବଣକୁ ଅପମାନିତ କରି ଫେରିବା ବାଟରେ ଏଠାରେ କିଛିକାଳ ଅବସ୍ଥାନ କରିଥିଲେ ବୋଲି କିମ୍ବଦନ୍ତୀ ରହିଛି ।

ପୁରାଣବର୍ଣ୍ଣିତ ମହେନ୍ଦ୍ରଗିରି ପର୍ଶୁରାମ, ହନୁମାନ, ଇନ୍ଦ୍ର, କାର୍ତ୍ତିକଙ୍କର ଶିବ ଉପାସନାର ପୀଠ ଭାବେ ଖ୍ୟାତି ଅର୍ଜନ କରିଥିଲା । ପଞ୍ଚୁପାଣ୍ଡବଙ୍କ ଅଜ୍ଞାତବାସ ଓ ପ୍ରଭୁ ରାମଚନ୍ଦ୍ରଙ୍କ ଚଉଦବର୍ଷର ବନବାସ ସମୟରେ ଏଠାରେ କିଛିକାଳ ଅବସ୍ଥାନ କରିଥିବା ବିଷୟରେ ଶାରଳା ଦାସଙ୍କ ମହାଭାରତରେ ଉଲ୍ଲେଖ ଅଛି । ଏଠାରେ ରହିଛି ଯୁଧିଷ୍ଠିର ମନ୍ଦିର, ଭୀମ ମନ୍ଦିର, କୁନ୍ତୀ ମନ୍ଦିର ନାମରେ କେତେକ ଅକ୍ଷତ ମନ୍ଦିର ଓ ଶିବଲିଙ୍ଗ । ଏହି ମନ୍ଦିରମାନ କାରୁକାର୍ଯ୍ୟ ଓ ଗଠନଶୈଳୀ ଦୃଷ୍ଟିରୁ ଗୁପ୍ତଯୁଗର କୀର୍ତ୍ତି ଭାବେ ପ୍ରତୀୟମାନ ମାତ୍ର ଆଜି ନିର୍ବିକାର ଭାବରେ ଉଭା କେତେକ ଐତିହାସିକ ସ୍ମାରକୀ କେବଳ ।

Spread the love
admin

View Comments

  • ଅତୁଳନୀୟ ଶୋଭାର ଭୁବନ , ମହୀମଣ୍ଡଳେ ।

Recent Posts

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

20 hours ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

22 hours ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

1 day ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 week ago