ଲେଖା: ରବୀନ୍ଦ୍ର କୁମାର ରଣା

କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ରଗଡ଼ି ଗ୍ରାମର ମହିମାମଣି ମନ୍ଦିର ଅଷ୍ଟାଦଶ ଶତାବ୍ଦୀରେ ନିର୍ମିତ ଏକ ସୁନ୍ଦର ଦର୍ଶନୀୟ ସ୍ଥାନ।

ଇତିହାସର ତଥ୍ୟ ଅନୁସାରେ ବାଙ୍କୀରେ ଧଳବଂଶୀୟ ରାଜାମାନେ ଓ ଶ୍ରୀଚନ୍ଦନ ବଂଶୀୟ ରାଜାମାନେ ଶାସନ କରୁଥିଲେ। ବଲଭଦ୍ର ଧଳଙ୍କ ଠାରୁ ଆରମ୍ଭ କରି ଜଗନ୍ନାଥ ଶ୍ରୀଚନ୍ଦନଙ୍କ ପର୍ଯ୍ୟନ୍ତ ବାଙ୍କୀର ଲମ୍ବା ଇତିହାସ। ବକ୍ରଗଡ଼ ବା ବଙ୍କାଗଡ଼ ବା ବାଙ୍କୀଗଡ଼ ଠାରେ ଶ୍ରୀଚନ୍ଦନ ବଂଶୀୟ ରାଜାମାନେ ଶାସନ କରୁଥିବା କାଳରେ ସେମାନଙ୍କ ଦ୍ଵାରା ନିର୍ମିତ କେତେକ ଐତିହ୍ୟ ବାଙ୍କୀ ଅଞ୍ଚଳରେ ଦେଖାଯାଏ। ସେଥିମଧ୍ୟରୁ ଗୋଟିଏ ହେଲା ବାଙ୍କୀ ବଜାରରୁ ୨ କିମି ଦୂରରେ ଅବସ୍ଥିତ ରଗଡ଼ି ଗ୍ରାମର ମହମାମଣି ମନ୍ଦିର।


ବାଙ୍କୀ ରାଜା ଫକିର ଶ୍ରୀଚନ୍ଦନଙ୍କ (୧୭୫୭-୧୭୮୬) ଶାସନ କାଳରେ ଏହି ମହିମାମଣି ମନ୍ଦିର ନିର୍ମାଣ ଆରମ୍ଭ ହୋଇ ମୂଳ ପତନ ପର୍ଯ୍ୟନ୍ତ ତିଆରି ହୋଇଥିଲା ଓ ତାଙ୍କ ପୁତ୍ର ତଥା ବାଙ୍କୀ ରାଜା ବ୍ରଜବିହାରି ଶ୍ରୀଚନ୍ଦନଙ୍କ (୧୭୮୬-୧୮୧୩) ଶାସନ କାଳରେ ଏହି ମନ୍ଦିରର ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲା ଏବଂ ରାଜା ପିତାମ୍ବର ଶ୍ରୀଚନ୍ଦନ (୧୮୧୩-୧୮୨୮) ଏହି ମହିମାମଣି ମନ୍ଦିରର ପ୍ରତିଷ୍ଠା କରିଥିଲେ।

ବହୁତ ସୁନ୍ଦର ପରିବେଶରେ ଏଇ ମହିମାମଣି ମନ୍ଦିର ଅବସ୍ଥିତ । ମୁଖ୍ୟ ମନ୍ଦିର ଓ ଜଗମୋହନକୁ ନେଇ ମନ୍ଦିରଟି ନିର୍ମିତ। ଦୁଇଟି ଯାକ ହିଁ ପିଢ଼ଶୈଳୀରେ ତିଆରି। କିନ୍ତୁ ବିମାନ ଠାରୁ ଜଗମୋହନ ଏତେ ଛୋଟ ନୁହେଁ। ପ୍ରାୟ ସମାନ। ସିଂହାସନରେ କେବଳ ଜଗନ୍ନାଥ ହଁ ପୂଜା ପାଉଛନ୍ତି। ପ୍ରତିବର୍ଷ ଏଠାରେ ମଧ୍ୟ ରଥଯାତ୍ରା ଓ ବାହୁଡ଼ାଯାତ୍ରା ହୁଏ।

ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ଅଧୀନରେ ଥିବା ଏହି ମନ୍ଦିରଟି ବହୁତ ସୁନ୍ଦର। ବାଙ୍କୀର ମା’ ଚର୍ଚ୍ଚିକାଙ୍କ ପୀଠରୁ ମାତ୍ର ୨ କି.ମି. ଦୂରରେ ଏହି ପର୍ଯ୍ୟଟନ ସ୍ଥଳୀଟି ଅବସ୍ଥିତ ହେଲେ ମଧ୍ୟ ଏହାର ପ୍ରଚାର ପ୍ରସାର ନଥିବାରୁ ଏ ସ୍ଥାନକୁ ଖୁବ୍ କମ ପର୍ଯ୍ୟଟକ ଆସିଥାନ୍ତି। 

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago