ଉପସ୍ଥାପନା: ଦେଵ ତ୍ରିପାଠୀ

ମାର୍ଗଶୀରମାସ ଶସ୍ୟ ଅମଳର ଚୂଡ଼ାନ୍ତ ପର୍ଯ୍ୟାୟ । କେଦାରେ କେଦାରେ ପକ୍ୱଧାନର ସୁନାରଙ୍ଗୀ ଢେଉ । ଆକାଶ ଥାଏ ମେଘମୁକ୍ତ, ଦକ୍ଷିଣାୟନ ସୂର୍ଯ୍ୟର କଅଁଳ ଉତ୍ତାପ, ପବନରେ ଶୀତାର୍ତ୍ତ ଶୁଷ୍କତା । ପୁଷମାସ ସୁଦ୍ଧା ଫସଲ ଅମଳ ସମୁଦାୟ ଶେଷ । ସେଥିପାଇଁ ଆମର ପ୍ରବାଦଟିଏ ଅଛି ‘କାହାର ପୁଷମାସ, କାହାର ସର୍ବନାଶ’। ପୁଷମାସରେ ମହାଲକ୍ଷ୍ମୀ ପ୍ରାୟ କାହାରିକୁ ଅନାହାରରେ ରଖନ୍ତି ନାହିଁ । ସୁତରାଂ ଏହାର ଅବ୍ୟବହିତ ପୂର୍ବରୁ ମହାଲକ୍ଷ୍ମୀ ପୂଜା ଉପାସନାର ବେଳା ।

ଲକ୍ଷ୍ମୀଙ୍କର ବାହନ ହେଲା ପେଚା । ଗୋଟିଏ ପେଚା ଦିନକୁ ଅନ୍ୟୂନ ସତରଟି ମୂଷାକୁ ଅକ୍ଳେଶରେ ଉଦରସ୍ଥ କରିପାରେ ବୋଲି ପ୍ରାଣୀବିଜ୍ଞାନୀମାନଙ୍କ ମତ । ଶସ୍ୟ ନଷ୍ଟକାରୀ ମୂଷାର ଦମନକାରୀ ପେଚା ସେଥିପାଇଁ ଶସ୍ୟର ଦେବୀ ମହାଲକ୍ଷ୍ମୀଙ୍କର ବାହନ ।

ଦ୍ଵିତୀୟରେ, ଏ ସମୟରେ ପ୍ରଚଣ୍ଡ ଶୀତ ଯୋଗୁଁ ଲୋକେ ସ୍ନାନକରିବା ଦିଗରେ କୁଣ୍ଠିତ ହୋଇଥା’ନ୍ତି । ସୁତରାଂ ଧର୍ମନାମରେ ଏହି ସ୍ନାନ ଓ ଉପାସନାର ବ୍ୟବସ୍ଥା । କାର୍ତ୍ତିକମାସରେ ଶୀତ ଆରମ୍ଭ ହେବା ଦିନଠାରୁ ମାସକ ଯାକ ‘କାର୍ତ୍ତିକ ବୁଡ‘ ଏବଂ ଏହି କ୍ରମାଗତ ସ୍ନାନଯୋଗର ପରିସମାପ୍ତି ହୁଏ ‘ମାଘସପ୍ତମୀ ବୁଡ‘ରେ ।

ମାଘ ମାସ ପରେ ଧୀରେ ଧୀରେ ବସନ୍ତ ଓ ପରେ ଗ୍ରୀଷ୍ମର ଆରମ୍ଭ । ସ୍ବାଭାବିକ ଭାବେ ପ୍ରତ୍ୟେକ ମଣିଷ ଏକାଧିକ ବାର ସ୍ନାନ ସମାହିତ କରିଥାଏ । ମଣିଷକୁ ନିରୋଗ, ନିରାମୟ ରଖିବାର ପରିକଳ୍ପନାରେ ଉତ୍କଳୀୟ ଧର୍ମର ପରିପ୍ରୟୋଗ । ସଚେତନ ବ୍ୟକ୍ତିମାନେ ସ୍ବାସ୍ଥ୍ୟରକ୍ଷା ବୁଝିପାରନ୍ତି, କିନ୍ତୁ ବହୁ ସାଧାରଣ ବ୍ୟକ୍ତିଙ୍କ ପାଇଁ ଏହି ଧର୍ମଭିତ୍ତିକ ସ୍ବାସ୍ଥ୍ୟ ରକ୍ଷା ଫଳପ୍ରଦ ହୋଇଥାଏ ।

ତୃତୀୟରେ, ଧର୍ମନାମରେ ବିଶେଷ ପୂଜାର୍ଚ୍ଚନା ଦିବସମାନଙ୍କରେ ଯେଉଁ ଭୋଗରାଗ ଓ ପିଠାପଣାର ବ୍ୟବସ୍ଥା ରହିଛି, ତାହା ମଧ୍ୟ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି । ଶୀତଦିନେ ପିଠାପଣାରେ ନଡିଆର ସ୍ନେହସାର; କାଞ୍ଜି ଓ କାଞ୍ଜିଅଁଳାର ଜୀବସାର ‘ଗ’ ଶରୀର ପାଇଁ ଏକାନ୍ତ ଆବଶ୍ୟକ ।

ଶେଷରେ, ଶୀତଦିନେ ସ୍ବାଭାବିକ ଭାବେ ଶାରୀରିକ ଉତ୍ତେଜନା ଅଧିକ ଅନୁଭୂତ ହୁଏ । ଏଥିପାଇଁ ପୂଜାର୍ଚ୍ଚନା ମନକୁ ନିବୃତ୍ତ ରଖିବାର ଅନ୍ୟତମ ପ୍ରୟାସ । ଆମିଷଭକ୍ଷଣ ଉତ୍ତେଜନାମୂଳକ ହୋଇଥିବାରୁ କାର୍ତ୍ତିକମାସ ସାରା ଏବଂ ଅନ୍ୟାନ୍ୟ ବିଶେଷ ପୂଜାଦିବସରେ ଏହା ନିଷିଦ୍ଧ । ଗାଁ ଗହଳିରେ ଚାଷକାମ ପ୍ରାୟତଃ ଏ ସମୟରେ ସରି ସରି ଆସୁଥିବା କାରଣରୁ ଏହା ଅବସର ବିନୋଦନର ମଧ୍ୟ ଏକ ଉପଯୋଗୀ ମୁହୂର୍ତ୍ତ ।

ଜୟ ମା ମହାଲକ୍ଷ୍ମୀ, ଜୟ ଜଗନ୍ନାଥ II

ତଥ୍ୟ ସୌଜନ୍ୟ: ଐତିହାସିକ ଡଃ କୃଷ୍ଣ ଚରଣ ସାହୁ
Image Courtesy: Cuttack Puja Festivals

Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

6 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago