ଉପସ୍ଥାପନା: ଦେଵ ତ୍ରିପାଠୀ

ମାର୍ଗଶୀରମାସ ଶସ୍ୟ ଅମଳର ଚୂଡ଼ାନ୍ତ ପର୍ଯ୍ୟାୟ । କେଦାରେ କେଦାରେ ପକ୍ୱଧାନର ସୁନାରଙ୍ଗୀ ଢେଉ । ଆକାଶ ଥାଏ ମେଘମୁକ୍ତ, ଦକ୍ଷିଣାୟନ ସୂର୍ଯ୍ୟର କଅଁଳ ଉତ୍ତାପ, ପବନରେ ଶୀତାର୍ତ୍ତ ଶୁଷ୍କତା । ପୁଷମାସ ସୁଦ୍ଧା ଫସଲ ଅମଳ ସମୁଦାୟ ଶେଷ । ସେଥିପାଇଁ ଆମର ପ୍ରବାଦଟିଏ ଅଛି ‘କାହାର ପୁଷମାସ, କାହାର ସର୍ବନାଶ’। ପୁଷମାସରେ ମହାଲକ୍ଷ୍ମୀ ପ୍ରାୟ କାହାରିକୁ ଅନାହାରରେ ରଖନ୍ତି ନାହିଁ । ସୁତରାଂ ଏହାର ଅବ୍ୟବହିତ ପୂର୍ବରୁ ମହାଲକ୍ଷ୍ମୀ ପୂଜା ଉପାସନାର ବେଳା ।

ଲକ୍ଷ୍ମୀଙ୍କର ବାହନ ହେଲା ପେଚା । ଗୋଟିଏ ପେଚା ଦିନକୁ ଅନ୍ୟୂନ ସତରଟି ମୂଷାକୁ ଅକ୍ଳେଶରେ ଉଦରସ୍ଥ କରିପାରେ ବୋଲି ପ୍ରାଣୀବିଜ୍ଞାନୀମାନଙ୍କ ମତ । ଶସ୍ୟ ନଷ୍ଟକାରୀ ମୂଷାର ଦମନକାରୀ ପେଚା ସେଥିପାଇଁ ଶସ୍ୟର ଦେବୀ ମହାଲକ୍ଷ୍ମୀଙ୍କର ବାହନ ।

ଦ୍ଵିତୀୟରେ, ଏ ସମୟରେ ପ୍ରଚଣ୍ଡ ଶୀତ ଯୋଗୁଁ ଲୋକେ ସ୍ନାନକରିବା ଦିଗରେ କୁଣ୍ଠିତ ହୋଇଥା’ନ୍ତି । ସୁତରାଂ ଧର୍ମନାମରେ ଏହି ସ୍ନାନ ଓ ଉପାସନାର ବ୍ୟବସ୍ଥା । କାର୍ତ୍ତିକମାସରେ ଶୀତ ଆରମ୍ଭ ହେବା ଦିନଠାରୁ ମାସକ ଯାକ ‘କାର୍ତ୍ତିକ ବୁଡ‘ ଏବଂ ଏହି କ୍ରମାଗତ ସ୍ନାନଯୋଗର ପରିସମାପ୍ତି ହୁଏ ‘ମାଘସପ୍ତମୀ ବୁଡ‘ରେ ।

ମାଘ ମାସ ପରେ ଧୀରେ ଧୀରେ ବସନ୍ତ ଓ ପରେ ଗ୍ରୀଷ୍ମର ଆରମ୍ଭ । ସ୍ବାଭାବିକ ଭାବେ ପ୍ରତ୍ୟେକ ମଣିଷ ଏକାଧିକ ବାର ସ୍ନାନ ସମାହିତ କରିଥାଏ । ମଣିଷକୁ ନିରୋଗ, ନିରାମୟ ରଖିବାର ପରିକଳ୍ପନାରେ ଉତ୍କଳୀୟ ଧର୍ମର ପରିପ୍ରୟୋଗ । ସଚେତନ ବ୍ୟକ୍ତିମାନେ ସ୍ବାସ୍ଥ୍ୟରକ୍ଷା ବୁଝିପାରନ୍ତି, କିନ୍ତୁ ବହୁ ସାଧାରଣ ବ୍ୟକ୍ତିଙ୍କ ପାଇଁ ଏହି ଧର୍ମଭିତ୍ତିକ ସ୍ବାସ୍ଥ୍ୟ ରକ୍ଷା ଫଳପ୍ରଦ ହୋଇଥାଏ ।

ତୃତୀୟରେ, ଧର୍ମନାମରେ ବିଶେଷ ପୂଜାର୍ଚ୍ଚନା ଦିବସମାନଙ୍କରେ ଯେଉଁ ଭୋଗରାଗ ଓ ପିଠାପଣାର ବ୍ୟବସ୍ଥା ରହିଛି, ତାହା ମଧ୍ୟ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି । ଶୀତଦିନେ ପିଠାପଣାରେ ନଡିଆର ସ୍ନେହସାର; କାଞ୍ଜି ଓ କାଞ୍ଜିଅଁଳାର ଜୀବସାର ‘ଗ’ ଶରୀର ପାଇଁ ଏକାନ୍ତ ଆବଶ୍ୟକ ।

ଶେଷରେ, ଶୀତଦିନେ ସ୍ବାଭାବିକ ଭାବେ ଶାରୀରିକ ଉତ୍ତେଜନା ଅଧିକ ଅନୁଭୂତ ହୁଏ । ଏଥିପାଇଁ ପୂଜାର୍ଚ୍ଚନା ମନକୁ ନିବୃତ୍ତ ରଖିବାର ଅନ୍ୟତମ ପ୍ରୟାସ । ଆମିଷଭକ୍ଷଣ ଉତ୍ତେଜନାମୂଳକ ହୋଇଥିବାରୁ କାର୍ତ୍ତିକମାସ ସାରା ଏବଂ ଅନ୍ୟାନ୍ୟ ବିଶେଷ ପୂଜାଦିବସରେ ଏହା ନିଷିଦ୍ଧ । ଗାଁ ଗହଳିରେ ଚାଷକାମ ପ୍ରାୟତଃ ଏ ସମୟରେ ସରି ସରି ଆସୁଥିବା କାରଣରୁ ଏହା ଅବସର ବିନୋଦନର ମଧ୍ୟ ଏକ ଉପଯୋଗୀ ମୁହୂର୍ତ୍ତ ।

ଜୟ ମା ମହାଲକ୍ଷ୍ମୀ, ଜୟ ଜଗନ୍ନାଥ II

ତଥ୍ୟ ସୌଜନ୍ୟ: ଐତିହାସିକ ଡଃ କୃଷ୍ଣ ଚରଣ ସାହୁ
Image Courtesy: Cuttack Puja Festivals

Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago