| ରଚନା: ଡାକ୍ତର ସନତ କୁମାର ଦାସ ଅଧୁନାତନ ଯୁଗର ଶ୍ରେଷ୍ଠ ଓଡିଆ ସାହିତ୍ୟିକ ସେ, ଅମଳିନ ଧ୍ରୁବତାରା, ଅଗଣିତ ପାଠକଙ୍କ ପାଇଁ ଶ୍ରଦ୍ଧାସ୍ପଦ ବ୍ୟକ୍ତିତ୍ବ, ଯାହାଙ୍କର ମଧୁମୟ ସୃଷ୍ଟି ସିକ୍ତ କରେ ସାରା ବିଶ୍ବର ଆତ୍ମାକୁ ମଧୁର ସାହିତ୍ୟ ରସରେ ! ଯାହାଙ୍କ ପରିଚୟ କେବେ ଲୋଡା ହୁଏନା, ବରଂ ଯାହାଙ୍କୁ ନେଇ ଆଧୁନିକ ଓଡ଼ିଆ ସାହିତ୍ୟର ପରିଚୟ . . ସେ ପଦ୍ମଭୂଷଣ ମନୋଜ ଦାସ ! ବିଶ୍ୱସାହିତ୍ୟର ସେଇ ଅମଳିନ ଧୃବତାରାଙ୍କ ପ୍ରତି ଭାବାପ୍ଲୁତ ଶ୍ରଦ୍ଧା ଜ୍ଞାପନ ଏଇ ମନୋଜ୍ଞ କବିତା ମାଧ୍ୟମରେ। ଶବ୍ଦର ଆଖେଟ ପର୍ବେ ଲେଖନୀ ଯା’ ଅନନ୍ୟ କାର୍ମୂକ, ସାହିତ୍ୟର ମହାନଦୀ କୂଳେ ଶମିତ ଗମ୍ଭୀର ସ୍ନିଗ୍ଧ ବ୍ଯାସୋପମ ଅତି ଉଚ୍ଚ ଏକ ମୋହମୂଢ ମରଣର ତୁଟାଇ ଅନ୍ଧାର ସେହିପରି କେଣେ ଗଲା କେଣେ ଗଲା ବୋଲି ସମ୍ଭବାଏ ଯେ’ ପ୍ରେରଣା ସାମଗ୍ରିକ କଳା ଓ ସାହିତ୍ୟ ଦିଗବାରେଣୀ ଯା’ ଲେଖା ବିଚ୍ଛୁରେ ପ୍ରକାଶ ଚେତନାର ଭୀମକାନ୍ତ ଅଭିଯାନ ପଥେ ସୃଜନ ସମଗ୍ରେ ଯା’ର ସରସ୍ବତୀ ଶାଶ୍ଵତ ବିଳାସ | |
~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…
ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…
~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ କାହିଁ କେଉଁ ଆଦି ଅନାଦି କାଳରୁ ଏହି…
~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…
ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…