ଲେଖା: ରବୀନ୍ଦ୍ର କୁମାର ରଣା

ବ୍ରାହ୍ମଣୀ ନଦୀ କୂଳରେ ଏକ ସୁନ୍ଦର ଐତିହାସିକ ଓ ପ୍ରାଚୀନ ଗ୍ରାମ ହେଉଛି ବଜ୍ରକୋଟ । ଏହି ଗ୍ରାମରେ ଅଷ୍ଟମ ଶତାବ୍ଦୀରେ ନିର୍ମିତ ପ୍ରାଚୀନ ଭ୍ରୀଙ୍ଗେଶ୍ୱର ମହାଦେବ ମନ୍ଦିର ସହିତ ଅନେକ ପ୍ରାଚୀନ ଭଗ୍ନାବଶେଷ ଦେଖିବାକୁ ମିଳେ।

ଇତିହାସର ତଥ୍ୟ ଅନୁସାରେ ଏହି ଅଞ୍ଚଳ ପ୍ରାଚୀନ ଜୀଣା ରାଜବଂଶର ରାଜଧାନୀ ଥିଲା ଯେଉଁମାନେ କି ଅଷ୍ଟମ-ନବମ ଶତାବ୍ଦୀ ବେଳକୁ ଏହି ଅଞ୍ଚଳରେ ଶାସନ କରୁଥିଲେ। ତଥ୍ୟ ଅନୁସାରେ ଆଦିବାସୀ ଅଧ୍ୟୁଷିତ ଅନୁଗୁଳର ଏହି ଅଞ୍ଚଳରେ କନ୍ଧ ମାନେ ପ୍ରଧାନ ଥିଲେ। ସେମାନଙ୍କର ମୁଖ୍ୟଙ୍କୁ ମୁଠାଦାର କୁହାଯାଉଥିଲା। ମୁଠାଦାର ମାନେ ପରେ ଦଳପତି ଆଖ୍ୟା ଧାରଣ କଲେ।

୭୦୦ ମସିହା ରୁ ୯୫୦ ମସିହା ମଧ୍ୟରେ ଇନ୍ଦ୍ର ଦଳପତିଙ୍କ ଠାରୁ ଅନୁ ବଳବନ୍ତରା ଦଳପତିଙ୍କ ପର୍ଯ୍ୟନ୍ତ ୬ ଜଣ ଦଳପତି ଏହି ଅଞ୍ଚଳରେ ଶାସନ ମୁଖ୍ୟ ଥିଲେ। ଇନ୍ଦ୍ର ଦଳପତିଙ୍କ ସମୟରେ ପଦ୍ମ କେଶରୀ ଓଡ଼ିଶାର ରାଜା ଥିଲେ। ଏହି ସମୟରେ ମଥୁରା ଅଞ୍ଚଳରୁ କଦମ୍ବବଂଶୀୟ କିଛି କ୍ଷତ୍ରିୟ ଏହି ଅଞ୍ଚଳକୁ ଆସିଲେ ଏବଂ ନୃପ କେଶରୀଙ୍କ ସମୟରେ ଏମାନଙ୍କ ମଧ୍ୟରୁ ସୁବୋଧଶୂର ସିଂ ନାମକ ବ୍ୟକ୍ତି ଓଡ଼ିଶା ରାଜାଙ୍କ ଠାରୁ ଅନୁମତି ପାଇ ଜୀଣା ଉପାଧି ଧାରଣ ପୂର୍ବକ ୯୫୦ ଖ୍ରୀଷ୍ଟାବ୍ଦରେ ଅନୁଗୋଳର ରାଜା ହେଲେ। ୯୫୦ରୁ ୧୧୫୦ ମଧ୍ୟରେ ୯ ଜଣ ଜୀଣା ଉପାଧି ଧାରି ରାଜା ଏହି ଅଞ୍ଚଳରେ ଶାସନ କରିଥିବା ଜଣାଯାଏ। ତେବେ ଏହି ଜୀଣା ପରବର୍ତ୍ତୀ ସମୟରେ ଅପଭ୍ରଂଶ ହୋଇ ଜେନା ହୋଇଥିବା ଜଣାଯାଏ। ତେବେ ଏହି ଜୀଣା ବଂଶୀୟ ରାଜାମାନଙ୍କ ସମୟରେ ବଜ୍ରକୋଟର ସୁନ୍ଦର ଭ୍ରୀଙ୍ଗେଶ୍ୱର ମହାଦେବ ମନ୍ଦିର ନିର୍ମାଣ ହୋଇଥିଲା।



ସୁନ୍ଦର କାରୁକାର୍ଯ୍ୟରେ ପରିପୂର୍ଣ୍ଣ ଏହି ମନ୍ଦିରଟି ସମ୍ପୂର୍ଣ ଅକ୍ଷୁର୍ଣ୍ଣ ରହିଛି। ସମ୍ମୁଖରେ ମନ୍ଦିର ଦ୍ଵାରବନ୍ଧରେ ଅଷ୍ଟଗ୍ରହଙ୍କ ମୂର୍ତ୍ତି। ପାର୍ଶ୍ଵଦେବତା ରୂପେ ଦକ୍ଷିଣ ପଟେ ଗଣେଶ, ପଶ୍ଚିମରେ କାର୍ତ୍ତିକେୟ ଓ ଉତ୍ତରରେ ମା’ ଦୁର୍ଗା ଭ୍ରୀଙ୍ଗେଶ୍ଵରୀ ରୂପେ ପୂଜା ପାଉଛନ୍ତି। ଗ୍ରାମ୍ୟ ପରିବେଶରେ ମନ୍ଦିରଟି ଥିଲେ ମଧ୍ୟ ଏକ ସୁଦୃଶ୍ୟ ପାର୍କ ଭଳି ମନ୍ଦିର ଚାରିପଟେ ଏକ ସୁନ୍ଦର ବଗିଚା ରହିଛି। ପ୍ରାଚୀର ଦ୍ଵାରା ଆବଦ୍ଧ ରହିଛି ମନ୍ଦିର ପରିସର।


ଭାରତୀୟ ପ୍ରତ୍ନତାତ୍ବିକ ସର୍ବେକ୍ଷଣ ସଂସ୍ଥା ଅଧୀନରେ ଥିବା ଏହି ମନ୍ଦିରଟିର ରକ୍ଷଣାବେକ୍ଷଣ ବହୁତ ଭଲ। ମନ୍ଦିର ଠାରୁ ମାତ୍ର ୫୦୦ ମିଟର ବ୍ରାହ୍ମଣୀ ନଦୀ କୂଳରେ ଅନେକ ପ୍ରାଚୀନ ଭଗ୍ନାବଶେଷ ମଧ୍ୟ ରହିଛି। ନିଶ୍ଚିତ ଦେଖିଲା ଭଳି ଜାଗାଟିଏ। ତାଳଚେରରୁ ରେଙ୍ଗାଲି ଜଳବିଦ୍ୟୁତ ପ୍ରକଳ୍ପକୁ ଯୋଗ କରୁଥିବା ରାସ୍ତାର ବଜ୍ରକୋଟ ଗ୍ରାମରେ ଏହା ଅବସ୍ଥିତ। ତାଳଚେରରୁ ଏହାର ଦୂରତା ୬୦ କି.ମି. ଏବଂ ଏଠାରୁ ରେଙ୍ଗାଲିର ଦୂରତା ମାତ୍ର ୧୦ କି.ମି.। ବାଟରେ ଗୋପାଳପ୍ରସାଦରେ ମା’ ହିଙ୍ଗୁଳାଙ୍କ ପୀଠ ଏବଂ କଣିହାଁ ନିକଟସ୍ଥ ଭୀମକାଣ୍ଡରେ ଅନନ୍ତଶୟନ ବିଷ୍ଣୁଙ୍କ ପୀଠ ବି ଦର୍ଶନ କରିପାରିବେ। 

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago