ଲେଖା: ଶିଶିର ସାହୁ ମନୋଜ

ଭୁଜଙ୍ଗ ଶବ୍ଦକୁ ନେଇ ଵିଭିନ୍ନ ଜାତୀୟ ଲୋକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ଭ୍ରମ ଧାରଣା ପ୍ରଚଳିତ । ହିନ୍ଦୀଭାଷୀ ତାଙ୍କ ଭାଷା ଅନୁସାରେ ଏ ଶବ୍ଦର ଵ୍ଯାଖ୍ଯା କରନ୍ତି, ଯଥା:
ଭୂ=ଭୂମିରେ
ଜ=ଯଃ ଵା ଯେ; ହିନ୍ଦୀଭାଷୀ ଯେହେତୁ ‘ଜୋ’ କୁହନ୍ତି
ଗ=ଗମନ କରିଵା

ଅର୍ଥାତ୍
“ ଭୂମିରେ ଯେ ଗମନ କରେ ସେ ଭୂଜଙ୍ଗ ଵା ଭୁଜଙ୍ଗ ।”

ତେଵେ ଆମ ଓଡ଼ିଶାର କିଛି ପଣ୍ଡିତଙ୍କୁ ଜଣା ଯେ ଭୁଜଙ୍ଗ ଶବ୍ଦରେ ‘ଭୂ’ ନୁହେଁ ଵରଂ ‘ଭୁଜ’ ଶବ୍ଦ ରହିଛି କିନ୍ତୁ ସେମାନେ ଭ୍ରମଵଶତଃ ଏଠାରେ ହସ୍ତାର୍ଥେ ଭୁଜ ଶବ୍ଦ ଵ୍ଯଵହୃତ ହୋଇଛି ବୋଲି ଭାଵି ନିଅନ୍ତି ଏଵଂ ଏ ଶବ୍ଦର ଵ୍ଯାଖ୍ଯା କରିଵାକୁ ଯାଇ କୁହନ୍ତି ଯେ,
“ଭୁଜ ଵା ହାତ ସାହାଯ୍ଯରେ ଗମନ କରେ ସେ ଭୁଜଙ୍ଗ”

କିନ୍ତୁ ଏ ମତ ଏଥିପାଇଁ ଗ୍ରହଣୀୟ ନୁହେଁ ଯେ, ସର୍ପର ତ ହସ୍ତ ହିଁ ନାହିଁ !

ଏ ଶବ୍ଦର ନିରୁକ୍ତି ମଧ୍ୟରେ ଏ ଶବ୍ଦ ଵିଷୟରେ ଯାହା କିଛି ତଥ୍ଯ ରହିଛି ଚାଲନ୍ତୁ ସେ ସବୁ ଏଠାରେ ଆଲୋଚନା କରିଵା । 

ଭୁଜଙ୍ଗ, ଭୁଜଗୀ, ଭୁଜଙ୍ଗୀ, ଭୁଜଙ୍ଗମୀ ଇତ୍ୟାଦି ଏ ଶବ୍ଦର ଵିଭିନ୍ନ ରୂପ ରହିଛି । ଏ ସମସ୍ତ ଶବ୍ଦକୁ ଭୁଜ ଓ ଗମ୍ ଧାତୁର ନିରୁକ୍ତି ପ୍ରତ୍ଯୟ ଦ୍ଵାରା ନିର୍ଣ୍ଣୟ କରାଯାଇଛି । 

ଏଇ ଶବ୍ଦର ନିରୁକ୍ତି =
ଭୁଜ + ଗମ୍ ଧାତୁ + କର୍ତ୍ତୃ. ଅ => ଭୁଜଙ୍ଗ ।

ଏ ଶବ୍ଦରେ ଥିଵା ଭୁଜ ଶବ୍ଦର ନାନା ଅର୍ଥ ରହିଛି, ଯେପରି କି,

{ଵିଶେଷ୍ଯ}
୧. ବକ୍ରାକୃତି
୨. ସମସ୍ତ ହସ୍ତ ; ବାହୁ
୩. କ୍ଷେତ୍ରର ବାହୁ; କ୍ଷେତ୍ରର ସୀମା ରେଖା
୪. ସର୍ପର କୁଣ୍ଡଳ
୫. ହାତୀର ଶୁଣ୍ଢ
୬. ବାଙ୍କ
୭. ବୃକ୍ଷ ଶାଖା
୮. ତ୍ରିଭୂଜର ଭୁମି
୯. ଛାୟାର ଭୁମି (ଜ୍ଯୋତିଷ ଶାସ୍ତ୍ର)
ଏଵଂ ଭୁଜ ଶବ୍ଦର ଵିଶେଷଣ ଅର୍ଥ ବଙ୍କୁଆ ।

ସେଇଭଳି ଏଇ ଭୁଜ ଶବ୍ଦକୁ ‘ଭୁଜ୍’ ଧାତୁରୁ ନିଷ୍ପନ୍ନ କରାଯାଇଛି ।

ଭୁଜ୍ ଧାତୁର କେତେକ ଅର୍ଥ ଯଥା:
୧. ଖାଇବା (ଭୋଜନ)
୨. ଭୋଗ କରିବା (ଭୁକ୍ତ, ଭୋକ୍ତା, ଭୋଗ)
୩. କୁଟିଳ ହେବା (ଭୁଗ୍ନ)
୪. ନମ୍ର ହେବା
୫. ଶାସନ କରିବା
୬. ବଙ୍କାଇବା (ଭୁଜଙ୍ଗ)
୭. ଅନୁଭବ କରିବା; ସହିବା
୮. ଭାଜିଵା (ଭର୍ଜନ)

ତେଣୁ ଏଠାରେ ଭୁଜ୍ ଧାତୁର କୁଟିଳ ହେଵା ଓ ବଙ୍କେଇଵା ଅର୍ଥ ଆଧାରରେ ନିଷ୍ପନ୍ନ ଭୁଜ ଶବ୍ଦକୁ ଵ୍ଯଵହାର କରି ତାହାର ଗମ୍ ଧାତୁ ଶହ କୃଦନ୍ତ ପ୍ରତ୍ଯୟ ଦ୍ଵାରା ଏ ଶବ୍ଦଟି ସୃଷ୍ଟି ହୋଇଛି । ଏଣୁ ଯେଉଁ ଜୀଵ ବକ୍ର ଗତି ପ୍ରାୟ ଗମନ କରେ ସେ ଭୁଜଙ୍ଗ ବୋଲାଏ ଏଵଂ ସମସ୍ତ ଜୀଵଙ୍କ ମଧ୍ଯରେ ସର୍ପ ତାହାର ବକ୍ରଗତି ଯୋଗୁଁ ସର୍ଵାଧିକ ଲୋକପ୍ରିୟ ଅଟଇ ।

© ଶବ୍ଦଭେଦ

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago