ଲେଖା: ଦେଵ ତ୍ରିପାଠୀ

ଫୁଲର ଫସଲ, ଫଗୁର ଫୁଆରା ଏବଂ ସମ୍ପ୍ରୀତିର ଫଲ୍ଗୁଧାରାକୁ ନେଇ ବର୍ଣ୍ଣମୟ, ବହମାନ ଏଇ ଫଗୁଣ । ପୁଣି କୃଷ୍ଣମୟତ୍ୱରେ ପରିପୂର୍ଣ୍ଣ ଏ ଫଗୁଣ । ନିର୍ବାସିତ ଶୀତ ଓ ଧସେଇ ପଶୁଥିବା ଗ୍ରୀଷ୍ମର ମଧ୍ୟବର୍ତ୍ତୀ ଏଇ ଋତୁ ତା’ର ଭୌଗୋଳିକ ଉପସ୍ଥିତିରେ ଯେପରି ଆବେଶମୟ, ତାକୁ ନେଇ ଆମର ପରମ୍ପରା, ଉତ୍ସବ ପାଳନ ସେହିପରି ଆବେଗମୟ ଓ ଆଶ୍ଳେଷମୟ । ଏ ଋତୁରେ ଭଗବାନ ମଧ୍ୟ ଓହ୍ଲାଇ ଆସନ୍ତି ମଣିଷର ପୃଥିବୀକୁ, ମଣିଷର ସ୍ତରକୁ । ଚୈତମୟ ସତ୍ତା ସହ ମାନବୀୟ ଚରିତ୍ରର ହୁଏ ଏକତ୍ୱ; ପୁଣି ହୁଏ ରଙ୍ଗମୟ ମିଳନ ।


ଏଇ ଫଗୁଣର ପ୍ରବେଶରେ ଦୋଳର ଆରମ୍ଭ । ଆମ ରାଜ୍ୟରେ ସଂସ୍କୃତିର ସ୍ବର୍ଗ କଟକର ଅସଲି ଭାଇଚାରାର ପର୍ବ ଏଇ ଦୋଳଯାତ ! ଆବହମାନ କାଳରୁ ଏଠି ଏ ପର୍ବ ପାଳନ ହୋଇ ଆସୁଛି ପାରମ୍ପରିକ ରୀତିରେ !

ମହାନଗରୀର ସାହି ସାହି ଭିତରେ ଭାବପୂର୍ଣ୍ଣ ବାତାବରଣରେ ଭିତରେ ଦୋଳ ଆସେ ଆଉ ଯାଏ । ଏବେ ପାଞ୍ଚଟି ସନ୍ଧ୍ୟାରେ ଠାକୁର ଚାନ୍ଦିର ବିମାନରେ ବସି ଭୋଗ ଖାଇବେ ରୂପାନଗରୀର ସାହିକୁ ସାହି ବୁଲି । ବର୍ଷକ ପରେ ଆଜି ଠାକୁର ଆସ୍ଥାନ ଛାଡ଼ି ବାହାରିବେ ଦାଣ୍ଡକୁ, ଫଗୁଣର ରଙ୍ଗରେ ରଙ୍ଗେଇ ଦେବେ ନିଜକୁ ! ଏବେ ଆମ ସହର ହେବ ରଙ୍ଗୀନ ! ଉଡ଼ିବ ଫଗୁ ! ଭକ୍ତ ବୋଳିହେବେ ଅବିର ! ପରମପ୍ରେମମୟ ମହାପ୍ରଭୁଙ୍କ ଭାବାବେଗରେ ହଜିଯିବେ କଟକିଆ ! ଭକ୍ତ ଓ ଭଗବାନଙ୍କ ଭାବସିକ୍ତ ପରିବେଶରେ ଫଗୁଣର ପବନ ବି ବୋଳିଦେବ ଚୁନା ଚୁନା ରଙ୍ଗ !


କଟକ ମାଟିର ଏ ମହାନ ରଙ୍ଗମୟ ଗଣପର୍ବର ରଙ୍ଗ କିନ୍ତୁ ଆରମ୍ଭ ହୁଏ ଶ୍ରୀପଞ୍ଚମୀରୁ ! ନାମ ସଂକୀର୍ତ୍ତନ କରି ସେଦିନ ହିଁ ଠାକୁରଙ୍କୁ ଲାଗି ହୁଏ ପହିଲି ଫଗୁ, ଆମ କଟକୀ ଭାଷାରେ ସେ ବୋଲାଏ ଭିତର ଫଗୁଖେଳ ! ଭିତର ଫଗୁଖେଳ ପରେ ଫଗୁ ଦଶମୀଠାରୁ ପାଞ୍ଚଦିନ ଯାଏଁ ଚାଲେ ଅସଲ ଫଗୁ ଉତ୍ସବ ! ଏ ଫଗୁଖେଳ କଟକ ମାଟିର ଆଉ ଏକ ଗଣପର୍ବ ! ଜାତି, ବର୍ଣ୍ଣ, ବୟସ ନିର୍ବିଶେଷରେ ଏ ଉତ୍ସବ କଟକୀ ସମ୍ପ୍ରୀତି ଓ ସଦ୍ଭାବନାର ପ୍ରତୀକ ରୂପାନଗରୀର ଏଇ ଭିତର ଫଗୁଖେଳ ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago