ଲେଖା: ଦେଵ ତ୍ରିପାଠୀ

ଫୁଲର ଫସଲ, ଫଗୁର ଫୁଆରା ଏବଂ ସମ୍ପ୍ରୀତିର ଫଲ୍ଗୁଧାରାକୁ ନେଇ ବର୍ଣ୍ଣମୟ, ବହମାନ ଏଇ ଫଗୁଣ । ପୁଣି କୃଷ୍ଣମୟତ୍ୱରେ ପରିପୂର୍ଣ୍ଣ ଏ ଫଗୁଣ । ନିର୍ବାସିତ ଶୀତ ଓ ଧସେଇ ପଶୁଥିବା ଗ୍ରୀଷ୍ମର ମଧ୍ୟବର୍ତ୍ତୀ ଏଇ ଋତୁ ତା’ର ଭୌଗୋଳିକ ଉପସ୍ଥିତିରେ ଯେପରି ଆବେଶମୟ, ତାକୁ ନେଇ ଆମର ପରମ୍ପରା, ଉତ୍ସବ ପାଳନ ସେହିପରି ଆବେଗମୟ ଓ ଆଶ୍ଳେଷମୟ । ଏ ଋତୁରେ ଭଗବାନ ମଧ୍ୟ ଓହ୍ଲାଇ ଆସନ୍ତି ମଣିଷର ପୃଥିବୀକୁ, ମଣିଷର ସ୍ତରକୁ । ଚୈତମୟ ସତ୍ତା ସହ ମାନବୀୟ ଚରିତ୍ରର ହୁଏ ଏକତ୍ୱ; ପୁଣି ହୁଏ ରଙ୍ଗମୟ ମିଳନ ।


ଏଇ ଫଗୁଣର ପ୍ରବେଶରେ ଦୋଳର ଆରମ୍ଭ । ଆମ ରାଜ୍ୟରେ ସଂସ୍କୃତିର ସ୍ବର୍ଗ କଟକର ଅସଲି ଭାଇଚାରାର ପର୍ବ ଏଇ ଦୋଳଯାତ ! ଆବହମାନ କାଳରୁ ଏଠି ଏ ପର୍ବ ପାଳନ ହୋଇ ଆସୁଛି ପାରମ୍ପରିକ ରୀତିରେ !

ମହାନଗରୀର ସାହି ସାହି ଭିତରେ ଭାବପୂର୍ଣ୍ଣ ବାତାବରଣରେ ଭିତରେ ଦୋଳ ଆସେ ଆଉ ଯାଏ । ଏବେ ପାଞ୍ଚଟି ସନ୍ଧ୍ୟାରେ ଠାକୁର ଚାନ୍ଦିର ବିମାନରେ ବସି ଭୋଗ ଖାଇବେ ରୂପାନଗରୀର ସାହିକୁ ସାହି ବୁଲି । ବର୍ଷକ ପରେ ଆଜି ଠାକୁର ଆସ୍ଥାନ ଛାଡ଼ି ବାହାରିବେ ଦାଣ୍ଡକୁ, ଫଗୁଣର ରଙ୍ଗରେ ରଙ୍ଗେଇ ଦେବେ ନିଜକୁ ! ଏବେ ଆମ ସହର ହେବ ରଙ୍ଗୀନ ! ଉଡ଼ିବ ଫଗୁ ! ଭକ୍ତ ବୋଳିହେବେ ଅବିର ! ପରମପ୍ରେମମୟ ମହାପ୍ରଭୁଙ୍କ ଭାବାବେଗରେ ହଜିଯିବେ କଟକିଆ ! ଭକ୍ତ ଓ ଭଗବାନଙ୍କ ଭାବସିକ୍ତ ପରିବେଶରେ ଫଗୁଣର ପବନ ବି ବୋଳିଦେବ ଚୁନା ଚୁନା ରଙ୍ଗ !


କଟକ ମାଟିର ଏ ମହାନ ରଙ୍ଗମୟ ଗଣପର୍ବର ରଙ୍ଗ କିନ୍ତୁ ଆରମ୍ଭ ହୁଏ ଶ୍ରୀପଞ୍ଚମୀରୁ ! ନାମ ସଂକୀର୍ତ୍ତନ କରି ସେଦିନ ହିଁ ଠାକୁରଙ୍କୁ ଲାଗି ହୁଏ ପହିଲି ଫଗୁ, ଆମ କଟକୀ ଭାଷାରେ ସେ ବୋଲାଏ ଭିତର ଫଗୁଖେଳ ! ଭିତର ଫଗୁଖେଳ ପରେ ଫଗୁ ଦଶମୀଠାରୁ ପାଞ୍ଚଦିନ ଯାଏଁ ଚାଲେ ଅସଲ ଫଗୁ ଉତ୍ସବ ! ଏ ଫଗୁଖେଳ କଟକ ମାଟିର ଆଉ ଏକ ଗଣପର୍ବ ! ଜାତି, ବର୍ଣ୍ଣ, ବୟସ ନିର୍ବିଶେଷରେ ଏ ଉତ୍ସବ କଟକୀ ସମ୍ପ୍ରୀତି ଓ ସଦ୍ଭାବନାର ପ୍ରତୀକ ରୂପାନଗରୀର ଏଇ ଭିତର ଫଗୁଖେଳ ।

Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 days ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

1 week ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

1 week ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

4 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

4 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

4 weeks ago