ଲେଖା: ଦେଵ ତ୍ରିପାଠୀ
ଭିଏତନାମରେ ଭାରତମଣି !
ଶିରୋନାମା ପଢି ଆଚମ୍ବିତ ହେବା ସ୍ୱାଭାବିକ I ମାତ୍ର ଇଏ ଆମ ପାଇଁ ଗୌରବର କଥା ନିଶ୍ଚୟ I
ସତୁରୀ ଦଶକ ।
ହୋଚିମିନ୍ ମହାନଗରୀ । ଭିଏତନାମ ।
ବିପ୍ଳବର ସମୟ ! ଭୟ, ଆତଙ୍କ, ହତାଶା, ହାହାକାର, ହିଂସା, ଦ୍ୱେଷ, ବିଭୀଷିକା, ଅତ୍ୟାଚାରର କାଳିମା ଭିତରେ ଆଉଟୁପାଉଟୁ ଭିଏତନାମ ବାସୀ !
ମହାନଗରୀର କୌଣସି ଏକ ବିଶ୍ୱବିଦ୍ୟାଳୟର ସଭାକକ୍ଷରେ ଉପସ୍ଥିତ ଅଛନ୍ତି ସହସ୍ରାଧିକ ବିପ୍ଳବୀ କବି ! ଆଜି ସେମାନଙ୍କୁ ଉଦବୋଧନ ଦେବା ପାଇଁ ଆସୁଛନ୍ତି ଜ୍ଞାନ, ପ୍ରଜ୍ଞା, ଦିବ୍ୟସତ୍ତାରେ ସିକ୍ତ ତଥା ବୁଦ୍ଧ ଗାନ୍ଧୀଙ୍କ ଆର୍ଯ୍ୟଭୂମିର ମହାନ ପଣ୍ଡିତ ଜଣେ !
ଅବିଳମ୍ବେ ସଭାଗୃହରେ ପ୍ରବେଶ କଲେ ଆମ ମାଟିର ପୁଅ ମାଟିମଟାଳର ରୂପକାର ଡଃ ଗୋପୀନାଥ ମହାନ୍ତି ! ଉଦବୋଧନ ଦେବା ଭିତରେ ହିଁ ସେ ଡାଏରୀ ଖୋଲି ପଢିଚାଲିଲେ ଇଂରାଜୀ କବିତାଟିଏ ! କଣ୍ଠରେ ଅଦ୍ଭୁତ ଉଚ୍ଛ୍ୱାସ ! କବିତାପାଠରେ ଭାବବିହ୍ୱଳ ଆମମାଟିର ପୁଅ !
ଜାତୀୟ ଜୀବନର ପ୍ରାଣ ପ୍ରତିଷ୍ଠା ପାଇଁ ଜାତିର ଉନ୍ମେଷ ପାଇଁ ଜଣେ ନିଷ୍ଠାପର ମାନବବାଦୀ କବିର ଜାତୀୟତାର ମନ୍ତ୍ରଗାନ ଥିଲା ସେ କବିତା ! କବିତାପାଠରେ ମଗ୍ନ ଦରଦୀସ୍ରଷ୍ଟା ଗୋପୀନାଥ !
କବିତା ପାଠସାରି ଦର୍ଶକଙ୍କ ଆଡ଼କୁ ମୁଣ୍ଡ ଟେକି ଚାହିଁଲେ ମହାନ୍ତିଏ ! ହତଚକିତ ହୋଇଗଲେ କିଛି କ୍ଷଣ ପାଇଁ ! ଭିଏତନାମର କୋଣ ଅନୁକୋଣରୁ ଧାଇଁ ଆସିଥିବା ସେଇ ସହସ୍ରାଧିକ ବିପ୍ଳବୀ କବିଗଣ ସଭିଏଁ ଦଣ୍ଡାୟମାନ, ଅନେକଙ୍କ ଆଖିରେ ଲୁହ, କିଏ ଉଦ୍ଦୀପ୍ତ, କିଏ ଅବା ଅଧୀର !
“ଏଇ କବିତାଗୁଡ଼ିକ ଆମ ବିପ୍ଳବର ମନ୍ତ୍ର ହେବ ମହାଶୟ ! ଯୁଗଯୁଗକୁ ଉଦବୁଦ୍ଧ କରି ରଖିବ ଆମ ଦେଶବାସୀଙ୍କୁ ! ଧନ୍ୟ ସେ କବି ! ଧନ୍ୟ ସେ ମାଟି !” ଇଏ ଥିଲା ମାର୍ମିକ ମତ ସେଇ ବିପ୍ଳବୀ କବିଗଣଙ୍କର !
କବିତାର ବି ଥାଇପାରେ ଏପରି ପ୍ରଭାବୀଶକ୍ତି ! ଲୁହ ଓ ଆବେଗକୁ ସମ୍ଭାଳି ପାରି ନଥିଲେ ଗୋପୀନାଥ ! ବିପ୍ଳବୀ କବିମାନଙ୍କର ସାମୂହିକ ସମ୍ମାନକୁ ଛଳଛଳ ନୟନରେ ଗ୍ରହଣ କରୁଥିଲେ ସେ !
ଭାରତମଣି ଗୋପବନ୍ଧୁଙ୍କ “ବନ୍ଦୀର ଆତ୍ମକଥା”ର ଇଂରାଜୀ ଅନୁବାଦ ଶୁଣି ଭିଏତନାମର ସହସ୍ରାଧିକ କବି ମୁଣ୍ଡ ନୁଆଇଁ ପ୍ରଣାମ କରିଥିଲେ ସେଦିନ ! ଅଥଚ ସେଇ ମହାତ୍ମାଙ୍କୁ ଆମେ ଓଡ଼ିଆଏ ଆଜିଯାଏଁ ଦେଖି ଆସିଛେ କେବଳ ନାକକାନ୍ଦୁରା ନେତୃପୁରୁଷ ରୂପରେ ! ସ୍ବପ୍ନର ସିଡିରୁ, ସ୍ମୃତିର ସୋପାନ ଶ୍ରେଣୀ ଉପରୁ ଭିଡ଼ି ଆଣି ତାଙ୍କୁ ଆମେ ଥୋଇଦେଇଛୁ ଆମ ଗଳିତ ରାଜନୀତିର ଖଣ୍ଡିତ ସମତଳ ଉପରେ !
ଆଜି କିଏ ବା ଅଛି ତାଙ୍କୁ ମନେ ପକାଇବାକୁ ? କାହା ଅନ୍ତର ବା କାନ୍ଦୁଛି ତାଙ୍କ ପାଇଁ ? ଆଜି ଗୋପୀନାଥ ବି ନାହାଁନ୍ତି ! ଏ ଜାତିକୁ କିନ୍ତୁ କ୍ଷମା ଦେଇ ଗୋପବନ୍ଧୁ ଆଜି ଏ ମାଟିରୁ ଘୁଞ୍ଚିଯାଇଛନ୍ତି, ଦିଗବଳୟ ପରି, ଦୂରକୁ . . ଦୂରକୁ . . ଅନେକ ଦୂରକୁ !
ଭାରତମଣିଙ୍କ ଚିତ୍ର ପରିକଳ୍ପନା: Dr. Sanatkumar Das
ଚିତ୍ର ଅଙ୍କନ: ଶିଳ୍ପୀ ନିତ୍ୟାନନ୍ଦ ସାହୁ
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

6 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 week ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago